ନୂଆଦିଲ୍ଲୀରେ ନିର୍ମାଣ ହେବ ଓଡ଼ିଶା ଭବନ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ନୂଆଦିଲ୍ଲୀର ନୂତନ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିର୍ମିତ ହେବାକୁ ଥିବା ଏହି ନୂଆ ଭବନରେ ଓଡ଼ିଶାର ସମୃଦ୍ଧ ପ୍ରସ୍ତର କାରୁକାର୍ଯ୍ୟ, ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଝଲକ ପ୍ରତିଫଳିତ କରିବା ପାଇଁ ଆର୍କିଟେକ୍ଟଙ୍କୁ ପରାମର୍ଶ ଦେଇଥିଲେ। ଏହି ନିର୍ମାଣ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମୁଦାୟ ୪,୭୬୧ ବର୍ଗ ମିଟର ପରିମିତ ଅଞ୍ଚଳରେ ଏହି G+୬ ଭବନ ନିର୍ମାଣ କରାଯିବ ଏବଂ ଏଥିରେ ସମୁଦାୟ ୪୫ଟି ବିଭିନ୍ନ ବର୍ଗର ସୁଇଟ୍‌ ଉପଲବ୍ଧ ହେବ। ଭବନରେ ଏକ ସମ୍ମିଳନୀ କକ୍ଷର ମଧ୍ୟ ବ୍ୟବସ୍ଥା କରାଯାଇଛି।

ସେହିପରି ମୁମ୍ବାଇକୁ ଯେହେତୁ ଓଡ଼ିଶାରୁ ଅଧିକ ସଂଖ୍ୟକ କ୍ୟାନସର ରୋଗୀ ଚିକିତ୍ସିତ ହେବାକୁ ଯାଉଛନ୍ତି, ତେଣୁ ମୁମ୍ବାଇ ଓଡ଼ିଶା ଭବନରେ ଅଧିକ କୋଠରି ବ୍ୟବସ୍ଥା କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥି ସହିତ ଓଡ଼ିଶାରୁ ଅଯୋଧ୍ୟାକୁ ଅଧିକ ସଂଖ୍ୟକ ଭକ୍ତ ଯାଉଥିବାରୁ ଏବଂ ହାଇଦ୍ରାବାଦ ଓ ସୁରଟରେ ବହୁଳ ଭାବେ ଓଡ଼ିଆ ଲୋକ ରହୁଥିବାରୁ ଅଯୋଧ୍ୟା, ହାଇଦ୍ରାବାଦ ଓ ସୁରଟରେ ଓଡିଶା ଭବନ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ କୋଲକାତା ଉତ୍କଳ ଭବନର ମରାମତି ଓ ନବୀକରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ମିଶ୍ର ଓ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

ରାଜ୍ୟ ସଭା ନିର୍ବାଚନ: ବିଜୟ ପରେ ବିଜେଡି, କଂଗ୍ରେସ ବିଧାୟକଙ୍କୁ ଏମିତି କହିଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ଓଡ଼ିଶା ରାଜ୍ୟସଭା ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ଆସନରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ଭାଜପା ସମର୍ଥିତ ଏହି ଅଭିଜ୍ଞ ନେତାଙ୍କ ବିଜୟ ପରେ…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri