ପୁରୁଖାଙ୍କ ସହିତ ନବାଗତଙ୍କ ଲଢ଼େଇ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ବୁଧବାର ବିଜେଡ଼ି ଦଳୀୟ ପ୍ରାର୍ଥି ଘୋଷଣା କରିଛି। ଏଥର ଦଳ ଏଠାରୁ ପ୍ରଥମଥର ପାଇଁ ଜଣେ ମହିଳାଙ୍କୁ ନିର୍ବାଚନ ମଇଦାନକୁ ଆଣିଛି। ବରଗଡ଼ ଜିଲା ସୋହେଲା ନିବାସୀ ପରିଣିତା ମିଶ୍ର ଦଳୀୟ ପ୍ରାର୍ଥିନୀ ହୋଇଛନ୍ତି। ପରିଣିତା ନୂଆ ଚେହେରା। ରାଜନୀତିରେ ପାଦ ଥାପୁଥାପୁ ରାଜ୍ୟର ଶାସକ ବିଜେଡ଼ିର ଲୋକସଭା ପ୍ରାର୍ଥିନୀ ହେବାର ସୁଯୋଗ ପାଇଛନ୍ତି। ଏହି ସୁଯୋଗକୁ ସେ ଉପଯୋଗ କରିବାରେ କେତେଦୂର ସଫଳ ହେବେ, ତାହା ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ।

ତେବେ ପରିଣିତା ରାଜନୀତିରେ ନୂଆ ହେଲେ ମଧ୍ୟ ତାଙ୍କ ସ୍ବାମୀ ସୁଶାନ୍ତ ମିଶ୍ର ଜଣେ ପୁରୁଖା ନେତା। ଯୁବାବସ୍ଥାରୁ ରାଜନୀତିକୁ ଓହ୍ଲାଇ ସୁଶାନ୍ତ କଂଗ୍ରେସରେ ସାମିଲ ହୋଇଥିଲେ ଏବଂ ଜିଲାର ଭଟଲି ନିର୍ବାଚନ ମଣ୍ଡଳୀରେ ତାଙ୍କର ପ୍ରଭାବ ରହିଛି। ତେବେ ଏଠାରେ କଂଗ୍ରେସରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତାଙ୍କ କ୍ରମାଗତ ପରାଜୟ ପରେ ଦଳ ଗତ ୨୦୧୪ରେ ତାଙ୍କୁ ଟିକେଟ୍‌ ଦେବ ବୋଲି ସୁଶାନ୍ତ ଦୃଢ଼ ଆଶାବାଦୀ ଥିଲେ। ମାତ୍ର ତାହା ହୋଇ ନ ଥିଲା ଏବଂ ସେହି ନିର୍ବାଚନରେ କଂଗ୍ରେସ ପୁଣି ପ୍ରକାଶଙ୍କୁ ଦଳୀୟ ପ୍ରାର୍ଥି କରିଥିଲା। ସେତେବେଳେ କଂଗ୍ରେସ ଛାଡ଼ି ସୁଶାନ୍ତ ସ୍ବାଧୀନ ପ୍ରାର୍ଥିଭାବେ ନିର୍ବାଚନକୁ ଓହ୍ଲାଇଥିଲେ ଏବଂ ସୁଶାନ୍ତ ଭାଜପା, କଂଗ୍ରେସକୁ ପଛରେ ପକାଇ ୩୭ହଜାର ୪୯୬ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ।

ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୯ ନିର୍ବାଚନର ବହୁପୂର୍ବରୁ ସୁଶାନ୍ତ ଭାଜପାରେ ଯୋଗଦେଇଥିଲେ ଏବଂ ଭଟଲି ନିର୍ବାଚନ ମଣ୍ଡଳୀରୁ ଦଳ ତାଙ୍କୁ ପ୍ରାର୍ଥି କରିବ ବୋଲି ସେ ଆଶା ବାନ୍ଧିଥିଲେ। ଭାଜପା ତାଙ୍କୁ ଦଳର ଜିଲା ଉପସଭାପତି ପଦବୀରେ ରଖିଥିଲା ସତ, କିନ୍ତୁ ୨୦୧୯ ନିର୍ବାଚନ ଭଳି ଦଳ ତାଙ୍କୁ ପ୍ରାର୍ଥି କଲେ ନାହିଁ। କଂଗ୍ରେସ ଭଳି ଭାଜପାରେ ମଧ୍ୟ କୋଣଠେସା ହେବା ପରେ ସୁଶାନ୍ତ ବୁଧବାର ଦଳରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବାର ଅଳ୍ପ କିଛି ସମୟ ପରେ ସ୍ତ୍ରୀ ପରିଣିତାଙ୍କ ସହିତ ଶଙ୍ଖ ଭବନକୁ ଯାଇ ବିଜେଡ଼ିରେ ମିଶିଥିଲେ ଏବଂ ଏହାପରେ ପରିଣିତାଙ୍କୁ ବିଜେଡ଼ି ଲୋକସଭା ପ୍ରାର୍ଥିନୀ କରିଥିଲା।

ଏହାପୂର୍ବରୁ ଭାଜପା ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସ ପୂର୍ବତନ ଲୋକସଭା ସାଂସଦ ସଞ୍ଜୟ ଭୋଇଙ୍କୁ ଏଠାରୁ ଲୋକସଭା ପ୍ରାର୍ଥିଭାବେ ଘୋଷଣା କରି ସାରିଛି। ଭାଜପା ପ୍ରାର୍ଥି ପ୍ରଦୀପ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନକୁ ଓହ୍ଲାଇ ଥିବାବେଳେ ସେ ପଦ୍ମପୁର ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥିଭାବେ କ୍ରମାଗତ ଲଢ଼ି ଆସୁଥିଲେ। ୨୦୧୪ ନିର୍ବାଚନରେ ସେ ସେଠାରୁ ନିର୍ବାଚିତ ମଧ୍ୟ ହୋଇଥିଲେ। ମାତ୍ର ଏଥର ଦଳ ତାଙ୍କୁ ଲୋକସଭା ପ୍ରାର୍ଥିଭାବେ ନିର୍ବାଚନ ମଇଦାନକୁ ଆଣିଛି। ସେହିପରି କଂଗ୍ରେସ ପ୍ରାର୍ଥି ସଞ୍ଜୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ କୃପାସିନ୍ଧୁ ଭୋଇଙ୍କ ପୁଅ ହୋଇଥିବାବେଳେ ୨୦୦୯ ନିର୍ବାଚନରେ କଂଗ୍ରେସରୁ ଲୋକସଭା ପ୍ରାର୍ଥି ହୋଇ ନିର୍ବାଚିତ ହୋଇଥିଲେ। ସେହିପରି୨୦୧୪ ରେ ଦଳ ଏଠାରୁ ତାଙ୍କୁ ପୁଣି ସୁଯୋଗ ଦେଇଥିଲେ ହେଁ ସେ ଫେଲ୍‌ ମାରିଥିଲେ। ଫଳରେ ୨୦୧୯ ନିର୍ବାଚନରେ ଦଳ ଆଉ ଏଠାରୁ ସୁଯୋଗ ନ ଦେଇ ପ୍ରଦୀପ ଦେବତାଙ୍କୁ ପ୍ରାର୍ଥି କରିଥିଲା ଏବଂ ସେ ମଧ୍ୟ ହାରିଥିଲେ। ଅବଶ୍ୟ ସଞ୍ଜୟଙ୍କ ଉପରେ ଭରସା ରଖି କଂଗ୍ରେସ ଏଠାରୁ ପୁଣି ତାଙ୍କୁ ପ୍ରାର୍ଥି କରିଛି। ତେବେ ଉପରୋକ୍ତ ୩ପ୍ରାର୍ଥି ବରଗଡ଼ ଜିଲାର ହୋଇଥିବାବେଳେ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଦେଉଦେଉ ବିଜେଡ଼ି ପ୍ରାର୍ଥିନୀ ହୋଇଥିବା ପରିଣିତାଙ୍କ ସହିତ ୨ପୁରୁଖା ନେତା ଭାଜପାର ପ୍ରଦୀପ ଏବଂ କଂଗ୍ରେସର ସଞ୍ଜୟଙ୍କ ମଧ୍ୟରେ ଲଢ଼େଇ ଯେଭଳି ରୋଚକ ସ୍ଥିତିରେ ରହିଛି, ଏଥର ଏହି ଆସନକୁ କିଏ ହାତେଇବାରେ ସକ୍ଷମ ହେବ, ତାହା ଉପରେ ସଭିଁଙ୍କ ସେଭଳି ନଜର ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ, ବରଗଡ଼ ଜିଲାର ୫ବିଧାନସଭା ଆସନ ବରଗଡ଼, ଅତାବିରା, ବିଜେପୁର, ଭଟଲି, ପଦ୍ମପୁର ସମେତ ଝାରସୁଗୁଡ଼ା ଜିଲାର ଝାରସୁଗୁଡ଼ା ଏବଂ ବ୍ରଜରାଜନଗର ବିଧାନସଭା ଆସନକୁ ନେଇ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଗଠିତ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri