ବନ୍ଦର କୌଣସି ପ୍ରଭାବ ପଡ଼ିବ ନାହିଁ: ଭାଜପା

ଭୁବନେଶ୍ୱର,୨୭।୧: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଳନକୁ ଭାଜପା ତାଚ୍ଛଲ୍ୟ କରି ନବନିର୍ମାଣ କୃଷକ ସଂଗଠନକୁ ଟାର୍ଗେଟ୍‌ କରିଛି। ଏହା ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି ଭାଜପା ମୁଖପାତ୍ର ମନୋଜ ମହାପାତ୍ର ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରକାଶ କରିଛନ୍ତି।

ନବର୍ନିମାଣ କୃଷକ ସଂଗଠନର ନେତାମାନେ ଚାଷ କ’ଣ ଜାଣି ନାହାନ୍ତି। ଧାନ କି ବାଳୁଙ୍ଗା ଏମାନେ ଚିହ୍ନି ପାରିବେ ନାହିଁ। ବିଜେଡି ସରକାର ସମୟରେ ଚାଷୀ ହତାଶ ହୋଇ ପଡିଥିଲେ। ଦଲାଲ ମାଲେମାଲ ହେଉଥିଲେ। ମୋହନ ସରକାର ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଚାଷୀ ମଣ୍ଡିରେ ଧାନ ବିକି ବୋନସ ଆକାରରେ ଅଧିକ ୮୦୦ ଟଙ୍କା ପାଉଥିବା ଭାଜପା ମୁଖପାତ୍ର ମନୋଜ କହିଛନ୍ତି।

ଅନ୍ୟପକ୍ଷେ ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଛି। କଂଗ୍ରେସର ସମର୍ଥନକୁ ମନୋଜ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟରେ କଂଗ୍ରେସର ସ୍ଥିତି ନ ଥିବାରୁ ଅନ୍ୟପଛରେ ଲାଉ ହେଉଛି। ଏହି ବନ୍ଦର କିଛିବି ପ୍ରଭାବ ପଡ଼ିବ ନାହିଁ ବୋଲି ମନୋଜ ଦୃଢୋକ୍ତି ପ୍ରକାଶ କରିଛନ୍ତି। ହେଲେ ବନ୍ଦ ପାଳନ ଦ୍ୱାରା ସ୍କୁଲ, ଅଫିସ, ବ୍ୟବସାୟରେ ସିଧାସଳଖ ପ୍ରଭାବ ପଡିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଇତିହାସ ରଚିଲା ଏହି ଦେଶ

ନୂଆଦିଲ୍ଲୀ,୨୭।୧: ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଇଟାଲୀ ଏବଂ ଆୟର୍ଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ଇଟାଲୀ ଇତିହାସ ରଚିଛି। ଦୁବାଇର…

ରାଇକିଆ ସାପ୍ତାହିକ ହାଟରେ ବିଦେଶୀ ପର୍ଯ୍ୟଟକ: ଚାଷୀଙ୍କ ସହ କଲେ ଏହି ଆଲୋଚନା

ରାଇକିଆ,୨୭।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସାପ୍ତାହିକ ହାଟରେ ବିଦେଶୀ ପର୍ଯ୍ୟଟକ ବୁଲାବୁଲି କରିବା ସହ ସ୍ଥାନୀୟ ଲୋକଙ୍କୁ ହାଟରେ ଭେଟିଛନ୍ତି । ଇଟାଲୀରୁ ଓଡ଼ିଶା ଗସ୍ତରେ…

T20 World Cup: ସ୍କଟଲାଣ୍ଡ ଟିମରେ ସାମିଲ ଅଛନ୍ତି ପାକିସ୍ତାନ ଖେଳାଳି, ଉପୁଜିବ କି ବିବାଦ? ଜାଣନ୍ତୁ କ’ଣ କହୁଛି…

ନୂଆଦିଲ୍ଲୀ,୨୭।୧: କ୍ରିକେଟ ସ୍କଟଲାଣ୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଟ୍ରୁଡି ଲିଣ୍ଡବ୍ଲାଡ ପାକିସ୍ତାନୀ ଜନ୍ମିତ ଦ୍ରୁତ ବୋଲର ସାଫିଆନ ସରିଫଙ୍କ ସମେତ ଖେଳାଳିଙ୍କ ପାଇଁ ଭିଜା ବିଳମ୍ବ ସମ୍ପର୍କରେ ଚିନ୍ତାକୁ…

ଏହା କେବଳ ଆରମ୍ଭ ମାତ୍ର…କାହିଁକି ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୭।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିବା ପରେ ଏକ ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି। ହାର୍ଦ୍ଦିକ…

ଧାନ କିଣାରେ ବିଭ୍ରାଟ : ବିଷ ବୋତଲ ଧରି ଧାରଣାରେ ବସିଲେ ଚାଷୀ

ବାସୁଦେବପୁର , ୨୭।୧(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତର ବଛାଦା ସେବା ସମବାୟ ସମିତିରେ ଧାନ କିଣାରେ ବିଭ୍ରାଟ ନେଇ ମଙ୍ଗଳବାର ବିଷ ବୋତଲ…

ଏହି ଗାଁରେ ବ୍ୟାନ ହେଲା ‘ଲଭ ମ୍ୟାରେଜ’, ନିୟମ ନ ମାନିଲେ ଦମ୍ପତ୍ତିଙ୍କ ସହ ପରିବାର ସଦସ୍ୟଙ୍କୁ ମିଳିବ ଏମିତି ଦଣ୍ଡ

ରତଲାମ,୨୭।୧: ମଧ୍ୟପ୍ରଦେଶର ରତଲାମ ଜିଲାର ପଞ୍ଚେଭା ଗାଁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗାଁ ଲୋକେ ଏକ ‘ତୁଗଲକି ନିୟମ’ ଜାରି କରିଛନ୍ତି ଯାହା ଦ୍ୱାରା…

ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା: ବିଜେଡି କହିଲା ଅଲ ଦି ବେଷ୍ଟ…

ଭୁବନେଶ୍ୱର,୨୭।୧: ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷି ସଂଘ ଦ୍ୱାରା ଏହି ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ପାଇଁ ଆହ୍ବାନ…

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌, ଘଟଣାସ୍ଥଳରେ…

ଗୁଣପୁର,୨୭।୧( ସୁଜାତା ପାଢ଼ୀ/ସଙ୍କେତ ପାତ୍ର): ଗଛକୁ ପିଟିହେଲା ବାଇକ୍‌। ଜଣେ ମୃତ ଓ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ରାମନାଗୁଡ଼ା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri