ଜଳେଶ୍ୱର,୨୩।୧୦(ନବୀନ ସାହୁ): ବାଲେଶର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ବରଡିହା ପଞ୍ଚାୟତର ବଣକାଟି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ଜଣେ ଭାଇ ଆଉ ଜଣେ ଭାଇର ଜୀବନ ନେଇଯାଇଛନ୍ତି। ମୃତକ ହେଲେ ବଡ଼ ଭାଇ ଖୁଦିରାମ(୪୫)।
ସୂଚନାନୁଯାୟୀ, ସୋମବାର ସନ୍ଧ୍ୟା ୭ଟାରେ ଘରେ ବାଡ଼ ଘେରାକୁ କେନ୍ଦ୍ର କରି ଦୁଇ ଭାଇ ଅଭିରାମ(୪୦)ଏବଂ ଖୁଦିରାମଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଏହା ଉଗ୍ର ରୂପ ନ଼େବା ପରେ ସାନ ଭାଇ ଖୁଦିରାମ ଠେଙ୍ଗାରେ ବଡ଼ ଭାଇଙ୍କୁ ପିଟିଦେଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିବା ପରେ ସେ ଗୁରୁତର ହୋଇଥିଲେ। ଖୁଦିରାମଙ୍କୁ ପ୍ରଥମେ ହାତୀଗଡ଼ ସ୍ବାସ୍ଥ୍ୟ କେନ୍ଦ୍ର ପରେ ବାରିପଦା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ହେଲେ ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନେବା ବାଟରେ ମଙ୍ଗଳବାର ରାତି ୪ଟା ସମୟରେ ଖୁଦିରାମଙ୍କ ମୃତ୍ୟୁ ଘଟିଥିଲା। ବାଲେଶ୍ୱରରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ ବୁଧବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଖିଦିରାମଙ୍କ ସ୍ତ୍ରୀ ରେବତୀ ଏ ନେଇ ବୁଧବାର ସାରେ ରାଇବଣିଆ ଥାନାରେ ଅଭିଯୋଗ କରିଛନ୍ତି।
ଦୀର୍ଘ ଦିନ ଧରି ଦୁଇ ଭାଇ ମଧ୍ୟରେ ଜମିବାଡିକଚ ନେଇ ଗଣ୍ଡଗୋଳ ରହିଥିଲା। ସାନ ଭାଇ ଅଭିରାମ ଶ୍ୱଶୁର ଘରେ ରହି କାର୍ଯ୍ୟ କରନ୍ତି। ସୋମବାର ବଡଭାଇ ଖୁଦିରାମ ତାଙ୍କ ଶ୍ୱଶୁର ଘରକୁ ଯାଇଥିବାର ସୁଯୋଗ ନେଇ ସାନ ଭାଇ ଘରେ ହୋଇଥିବା ବାଡକୁ ଉପାଡି ଦେଇଥିଲେ। ଶଶୁର ଘରୁ ସାରେ ଘରକୁ ଫେରିବା ପରେ ଦୁଇ ଭାଇଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା। ଶେଷରେ ସାନ ଭାଇଙ୍କ ଠେଙ୍ଗା ମାଡ଼ରେ ବଡ଼ ଭାଇ ଆହତ ହୋଇ ପ୍ରାଣ ହରାଇଥିଲେ।
Dharitri – Odisha’s No.1 Odia Daily