ଓଡ଼ିଆଙ୍କ ଦାନ୍ତ ନାହିଁ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ବିିଭିନ୍ନ କ୍ଷେତ୍ରରେ ଓଡ଼ିଶା ଅଗ୍ରଗତି କରୁଥିବା କୁହାଯାଉଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ କିନ୍ତୁ ପଛୁଆ ରହିଯାଇଥିବା ଦେଖାଯାଇଛି। ଏଠାରେ ଦାନ୍ତ ଚିକିତ୍ସା ସ୍ଥିତିକୁ ଦେଖିଲେ ବାସ୍ତବତା ବାରିହୋଇପଡୁଛି। ବଢ଼ିଚାଲିଛି ଦାନ୍ତ ରୋଗୀଙ୍କ ସଂଖ୍ୟା। ହେଲେ ରୋଗୀଙ୍କ ତୁଳନାରେ ନାହାନ୍ତି ପର୍ଯ୍ୟାପ୍ତ ଡାକ୍ତର। ଦାନ୍ତ, ମାଢ଼ି, ପାଟିଜନିତ ସମସ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ଏହାର ନିରାକରଣ ପାଇଁ ଗୁରୁତ୍ୱ ଦିଆଯାଉନାହିଁ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ି, ବୟସ୍କ, ମହିଳାଙ୍କ ଦାନ୍ତ ଅବସ୍ଥା ଶୋଚନୀୟ ପରିସ୍ଥିତିକୁ ଗଲାଣି। ଏହା ଭିତରେ ଦାନ୍ତ ନଷ୍ଟ, ମାଢ଼ି ନଷ୍ଟ, କମ୍‌ ବୟସରେ ଦାନ୍ତ ହରାଇବା, ଛୋଟ ପିଲାଙ୍କ ମଧ୍ୟରେ ଅଧିକ ମାତ୍ରାରେ ପୋକଖିଆ ଦାନ୍ତ ଭଳି ରୋଗର ମାତ୍ରା ଅଧିକ ରହୁଛି।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)ର ତଥ୍ୟାନୁସାରେ, ପ୍ରତି ୭,୫୦୦ ଲୋକଙ୍କ ପାଇଁ ଜଣେ ଦାନ୍ତ ଡାକ୍ତର ରହିବା କଥା। ହେଲେ ଓଡ଼ିଶାରେ ୧,୧୬,୦୦୦ଜଣଙ୍କ ଲାଗି ଜଣେ ଦନ୍ତ ଡାକ୍ତର ଅଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟରେ ୩ ହଜାରରୁ ଊଦ୍ଧର୍‌ବ ଦାନ୍ତ ଡାକ୍ତର ସରକାରୀ ପଞ୍ଜୀକୃତ ହୋଇସାରିଥିଲେ ମଧ୍ୟ ତାହାର ଦଶମାଂଶ ବି ସ୍ଥାୟୀ ନିଯୁକ୍ତି ପାଇନାହାନ୍ତି। ଓଡ଼ିଶାରେ ପାଖାପାଖି ୩୬ଶହ ଦାନ୍ତ ଡାକ୍ତର ଥିବା ବେଳେ ଏମାନଙ୍କ ମଧ୍ୟରୁ ବାହାରୁ ପ୍ରାୟ ୪୦୦ଜଣ ଓଡ଼ିଶା ଆସି ପ୍ରାକ୍ଟିସ କରୁଛନ୍ତି। ସେପଟେ ପ୍ରତିବର୍ଷ ରାଜ୍ୟର ସରକାରୀ ଓ ବେସରକାରୀ ମେଡିକାଲ କଲେଜରୁ ୩୫୦ଜଣ ଦାନ୍ତ ଡାକ୍ତର ଉତ୍ତୀର୍ଣ୍ଣ ହେଉଛନ୍ତି। କିନ୍ତୁ କୌଣସି ନିଯୁକ୍ତି ନାହିଁ। ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହେଲାଣି। ଗତବର୍ଷ ନଭେମ୍ବର ୧୫ରେ ରାଜ୍ୟରେ ୧୪୬ ଦାନ୍ତ ଡାକ୍ତର(ଡେଣ୍ଟାଲ ସର୍ଜନ)ଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ନିଯୁକ୍ତି ନେଇ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ସରକାରଙ୍କ ପକ୍ଷରୁ କୌଣସି ନିଯୁକ୍ତି ନ ଥିବାରୁ ଅନେକ ଯୋଗ୍ୟ ଦାନ୍ତ ଡାକ୍ତର ଚିକିତ୍ସା କରିବାକୁ ଚାହୁଁଥିଲେ ମଧ୍ୟ ସେବା ଯୋଗାଇ ପାରୁନାହାନ୍ତି। ଗ୍ରାମାଞ୍ଚଳରେ ୯୦% ଦନ୍ତ ଓ ମୁଖଗହ୍ବର ରୋଗୀ ରହିଛନ୍ତି। ହେଲେ ତା’ ତୁଳନାରେ ପ୍ରାଥମିକ ଚିକିତ୍ସା ପାଇଁ ମାତ୍ର ୧୦% ଡାକ୍ତର ରହିଛନ୍ତି। ରାଜ୍ୟରେ ୧,୩୭୫ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି) ରହିଥିବା ବେଳେ ଏଠାରେ ମାତ୍ର ୧୨ଜଣ ଦାନ୍ତ ଡାକ୍ତର ରହିଛନ୍ତି, ଯାହାକି ନ ଥିବା ସହ ସମାନ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ମୁଖଗହ୍ବର କର୍କଟରେ ଓଡ଼ିଶା ସମଗ୍ର ଭାରତ ବର୍ଷରେ ଷଷ୍ଠ ସ୍ଥାନରେ ରହିଛି। ଓଡ଼ିଶା ଡେଣ୍ଟାଲ ସର୍ଜନସ ଆଣ୍ଡ୍‌ ଷ୍ଟୁଡେଣ୍ଟ ଆକ୍ସନ କମିଟିର ସୂଚନାନୁସାରେ, ଓଡ଼ିଶାରେ ତମାଖୁ ସେବନକାରୀଙ୍କ ହାର ୪୨.୯% ଥିବାବେଳେ ଗ୍ରାମାଞ୍ଚଳରେ ଏହା ୪୯% ରହିଛି। ମୁଖଗହ୍ବର କର୍କଟ ରୋଗରେ ଆକ୍ରାନ୍ତ ୫୦% ମହିଳା ଏବଂ ୪୯.୬% ପୁରୁଷ ଥାର୍ଡ ଷ୍ଟେଜ୍‌ ବା ତୃତୀୟସ୍ତରରେ ଡାକ୍ତରଙ୍କ ପରାମର୍ଶ ଲୋଡୁଛନ୍ତି। ସେତେବେଳକୁ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇଯାଇଥାଏ। କିଏ ମୃତ୍ୟୁ ମୁଖକୁ ଚାଲିଯାନ୍ତି ତ’ ଆଉ କାହାର ମାଢ଼ି ଓ ଜିଭର ଅସ୍ତ୍ରୋପଚାର ଆବଶ୍ୟକ ପଡ଼େ। ଫଳରେ ରୋଗୀଟି ସାରା ଜୀବନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଏ। ତେଣୁ ପ୍ରାଥମିକ ସ୍ତରରେ ଦାନ୍ତ ଡାକ୍ତରଙ୍କ ପରାମର୍ଶ ନେଲେ ଠିକ୍‌ ସମୟରେ ରୋଗ ଚିହ୍ନଟ ହୋଇପାରନ୍ତା ଏବଂ ମୁଖଗହ୍ବର କର୍କଟ ଭଳି ମାରାତ୍ମକ ରୋଗରୁ ମୁକ୍ତି ମିଳିପାରନ୍ତା।
ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ ଲକ୍ଷାଧିକ ଲୋକ ଉପକୃତ ହେଉଥିଲେ ମଧ୍ୟ ଏଥିରେ ଦନ୍ତ ବିଭାଗର ଦାନ୍ତ ଉପୁଡ଼ିବା ଛଡ଼ା ରୁଟ୍‌ କେନାଲ ଚିକିତ୍ସା, ଦାନ୍ତ ଓ ମାଢ଼ି ସଫା କରିବା, ନୂଆ ଦାନ୍ତ ଲଗାଇବା, ଅସଜଡ଼ା ଦାନ୍ତ ଓ ମାଢ଼ିର ଚିକିତ୍ସା ଉପଲବ୍ଧ ନାହିଁ। ଫଳରେ ଏହି କାର୍ଡଧାରୀମାନେ ଦନ୍ତ ଚିକିତ୍ସାରୁ ଦୂରେଇ ରହୁଛନ୍ତି ଏବଂ ଆଗକୁ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ପିଏଚ୍‌ସିଗୁଡ଼ିକରେ ଦାନ୍ତ ଡାକ୍ତର ନିଯୁକ୍ତି ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ ଏହି ରୋଗର ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ଦାବି ହେଉଛି।
ଏ ସମ୍ପର୍କରେ ଓଡ଼ିଶା ଡେଣ୍ଟାଲ ସର୍ଜନ୍‌ସ ଆଣ୍ଡ୍‌ ଷ୍ଟୁଡେଣ୍ଟ ଆକ୍ସନ କମିଟିର ରାଜ୍ୟ ସଂଯୋଜକ ଡା. ପ୍ରିୟବ୍ରତ ପଣ୍ଡା କହିଛନ୍ତି, ଏହି ସମସ୍ୟା ନେଇ ସ୍ବାସ୍ଥ୍ୟ ବିଭାଗକୁ ଆମେ ବାରମ୍ବାର ଜଣାଇଲୁଣି। କିନ୍ତୁ କୌଣସି ପଦକ୍ଷେପ ନିଆଯାଉନାହିଁ। ରାଜ୍ୟରେ ଥିବା ୧,୩୭୫ ପିଏଚ୍‌ସିରେ ମାତ୍ର ୧୨ଜଣ ଦାନ୍ତ ଡାକ୍ତର ରହିଛନ୍ତି। ଯେଉଁମାନେ କି ସ୍ଥାୟୀ ନୁହନ୍ତି। ପିଏଚ୍‌ସିରେ ଦନ୍ତ ଚିକିତ୍ସକ ନିଯୁକ୍ତି ନ ହେବା ଏକ ଗୁରୁତର ଅବହେଳା। କାରଣ ଗ୍ରାମାଞ୍ଚଳରେ ଲୋକେ ଅଧିକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ତେଣୁ ପ୍ରତିବର୍ଷ ନିୟମିତ ଭାବେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷା ଦ୍ୱାରା ସମସ୍ତ ପ୍ରାଥମିକ ଚିକିତ୍ସାଳୟରେ ଦାନ୍ତ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ। ପୂର୍ବରୁ ଯେଉଁ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତା’ର ପରୀକ୍ଷାଗୁଡ଼ିକ ମଧ୍ୟ ଯଥାଶୀଘ୍ର ପରିଚାଳନା କରାଯାଉ ବୋଲି ଡା. ପଣ୍ଡା କହିଛନ୍ତି। ଏ ନେଇ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri