Posted inଖେଳ

‘ଓଡ଼ିଶା ଏଫ୍‌ସି’ରେ ଓଡ଼ିଆଙ୍କୁ ଉପେକ୍ଷା

କଟକ ଅଫିସ,୨୫ା୬- ଦେଶର ଏକ ପ୍ରମୁଖ ଫୁଟବଲ କ୍ଲବ ଭାବେ ପରିଚୟ ପାଇଛି ‘ଓଡ଼ିଶା ଏଫ୍‌ସି’ । ପେସାଦାର ଲିଗ୍‌ ଆଇଏସ୍‌ଏଲ ଟୁର୍ନାମେଣ୍ଟରେ ଏହି କ୍ଲବର ସ୍ଥାନ ମଧ୍ୟ ସ୍ବତନ୍ତ୍ର । ହେଲେ ଓଡ଼ିଶାର ନାମକୁ ବ୍ୟବହାର ଓ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମକୁ ଘରୋଇ ଭେନ୍ୟୁ ଭାବେ ବ୍ୟବହାର କରୁଥିବା ଏହି କ୍ଲବରେ ରାଜ୍ୟ ପ୍ରତିଭାଙ୍କୁ ଦେଖିବାକୁ ମିଳୁନାହିଁ। ଲଗାତର ଭାବେ ଓଡ଼ିଶା ଖେଳାଳିଙ୍କୁ ଉପେକ୍ଷା କରାଯାଉଛି ବୋଲି ରାଜ୍ୟର ଅନେକ ଫୁଟବଲ ଖେଳାଳି ଅଭିଯୋଗ କରିଛନ୍ତି । ଆଗାମୀ ସଂସ୍କରଣ ନିମନ୍ତେ ଓଡ଼ିଶା ଏଫ୍‌ସି ପ୍ରସ୍ତୁତି ଆରମ୍ଭ କରି ସାରିଲାଣି । ତଥାପି, ରାଜ୍ୟର ପ୍ରତିଭାବାନ ଖେଳାଳିଙ୍କ ପ୍ରତି ଦୃଷ୍ଟି ଦିଆଯାଉ ନଥିବା ଅଭିଯୋଗରେ ଦର୍ଶାଯାଇଛି ।
ଭାରତର ପ୍ରମୁଖ ଫୁଟବଲ କ୍ଲବ ଗୁଡ଼ିକରେ ଓଡ଼ିଆ ଖେଳାଳିଙ୍କର ଦବ୍‌ଦବା ରହିଥିଲା। ଏହି ଉଦାହରଣର ତାଲିକା ମଧ୍ୟ ଖୁବ ଲମ୍ବା। ରାଜ୍ୟର ଅନେକ ଖେଳାଳି ପୂର୍ବରୁ ଦେଶର ପ୍ରମୁଖ ଫୁଟବଲ କ୍ଲବ ଗୁଡ଼ିକରୁ ପ୍ରତିନିଧିତ୍ୱ କରିଛନ୍ତି । ଆର୍‌.ପି ସିଂ, ଭବାନୀ ମହାନ୍ତି ମୋହନ ବାଗନରୁ, ଅକ୍ଷୟ ଦାସ, ଗୋପବନ୍ଧୁ ସାହୁ ଇଷ୍ଟ ବେଙ୍ଗଲରୁ, ସେଖ୍‌ ମନଜୁର, ଇମ୍ରାନ ମହମ୍ମଡାନ ସ୍ପୋର୍ଟିଂରୁ, ରାକେଶ ଓରାମ ମୁମ୍ବାଇ ସିଟି ଏଫସିରୁ, ସେହନବାଜ ଚେନ୍ନାଇ ସିଟି ଏଫ୍‌ସିରୁ, ସରୋଜ ପ୍ରଧାନ ରୟାଲ ୱିଙ୍ଗଡୋହ ଏଫ୍‌ସିରୁ, ଚନ୍ମୟ ଶେଖର ବେହେରା ସାଲଗାଓକାର ଏଫସିରୁ, ନିପେନ୍ଦ୍ର କୁମାର ଦାସ ଭାରତୀ ସଂଘରୁ, ପଙ୍କଜ ସୋନା ଚର୍ଚ୍ଚିଲ ଏଫ୍‌ସିରୁ, ବାଜି ହେମ୍ବ୍ରମ ମହମ୍ମଡାନ ସ୍ପୋର୍ଟିଂରୁ ପ୍ରତିନିଧିତ୍ୱ କରିଛନ୍ତି । ଆହୁରି ଅନ୍ୟ କିଛି ପ୍ରତିଭାବାନ ଖେଳାଳି ମଧ୍ୟ ବିଭିନ୍ନ କ୍ଲବରୁ ପେସାଦାର ଫୁଟବଲ ଟୁର୍ନାମେଣ୍ଟରେ ଭାଗ ନେଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଓଡ଼ିଶା ଏଫ୍‌ସି ଗଠନ ହେବା ପରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା। ଇତି ମଧ୍ୟରେ ଗୋଟିଏ ବର୍ଷ ବିତି ସାରିଲାଣି । ହେଲେ ଓଡ଼ିଆ ପ୍ରତିଭାମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦିଆଯାଉନି ବୋଲି ଅଭିଯୋଗ ହେଉଛି। ୨୦୧୪ ମସିହା ଜୁଲାଇ ୧୬ରେ ଆରମ୍ଭ ହୋଇଥିବା ଏହି କ୍ଲବର ନାମ ଥିଲା ଦିଲ୍ଲୀ ଡାଇନାମସ୍‌। ଏବେ ଓଡ଼ିଶା ନାମରେ ନାମିତ ହୋଇଥିବା ଏହି କ୍ଲବରେ ଓଡ଼ିଶାର ପ୍ରତିଭାଙ୍କୁ ସୁଯୋଗ ଦେବାକୁ ଦାବି ହେଉଛି।
ଜଣେ ପୂର୍ବତନ ଫୁଟବଲ ଖେଳାଳି ନିଜ ନାମ ଗୋପନ ରଖି କହିଛନ୍ତି, ଏବେ ଓଡ଼ିଶା ଏଫ୍‌ସି କ୍ଲବରେ ଯେଉଁ ଦୁଇଜଣ ଓଡ଼ିଆ ଖେଳାଳି ଅଛନ୍ତି ବୋଲି ଆମେ ଗର୍ବ ଅନୁଭବ କରୁଛେ ସେମାନେ କେବେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ନାହାନ୍ତି। ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ପ୍ରଦର୍ଶନ ଜାତୀୟ ଟୁର୍ନାମେଣ୍ଟ ଗୁଡ଼ିକରେ ପ୍ରଭାବଶାଳୀ ରହିଛି । ବିଶେଷକରି ଯୁବ ଖେଳାଳିମାନେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ତଥାପି ସେମାନଙ୍କୁ କାହିଁକି କ୍ଲବରେ ସାମିଲ କରାଯାଉନାହିଁ ତାହା ସମସ୍ତଙ୍କୁ ବିସ୍ମିତ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।
ୟୁଥ୍‌ ଲିଗ୍‌ରେ ସୁଯୋଗ ରହିଛି
ଓଡ଼ିଶା ଏଫସି ପକ୍ଷରୁ ଯୁବ ପ୍ରତିଭା ବାଛିବା ପାଇଁ ରାଜ୍ୟରେ ୪ଥର ସ୍କାଉଟିଂ କ୍ୟାମ୍ପ ଆୟୋଜିତ ହୋଇଛି। କଟକ ଓ ରାଉରକେଲାରେ ଥରେ ଲେଖାଏ ଓ ଭୁବନେଶ୍ୱରରେ ୨ଥର ଏହି କ୍ୟାମ୍ପ କରାଯାଇଛି । ତେଣୁ ଆଗାମୀ ଦିନରେ ହେବାକୁ ଥିବା ୟୁଥ ଲିଗ୍‌ରେ କିଛି ଓଡ଼ିଆ ମୁହଁ ଓଡ଼ିଶା ଏଫ୍‌ସିରୁ ଦେଖିବାକୁ ମିଳିବେ ବୋଲି ଆଶା କରାଯାଉଛି।
ସାମିଲ ହେଲେ ଆଇଜାକ୍‌, ପଲ
ଓଡ଼ିଶା ଏଫ୍‌ସିରେ ଦୁଇ ଯୁବ ତାରକାଙ୍କୁ ଚୁକ୍ତି ଭିତ୍ତିରେ ବୁଧବାର ସାମିଲ କରାଯାଇଛି। ଏମାନେ ହେଲେ ଭି.ଆଇଜାକ୍‌ ଓ ଆର୍‌. ପଲ୍‌। ଉଭୟ ଆଇଜାକ୍‌ ଓ ପଲ ଗତ ଆଇଏସ୍‌ଏଲ୍‌ ସଂସ୍କରଣରେ ଆଇଜଲ୍‌ ଏଫ୍‌ସି ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। ୨୧ବର୍ଷୀୟ ପଲ ମିଜୋରାମରେ ଜନ୍ମ ଗ୍ରହଣ କରିଛନ୍ତି । ଏହି ଦକ୍ଷ ମିଡ଼ଫିଲ୍ଡର ଜଣଙ୍କ ଆଇଜଲ ଏଫ୍‌ସି ସିନିୟର ଓ ୧୮ବର୍ଷରୁ କମ୍‌ ଦଳରୁ ଖେଳିଛନ୍ତି । ତାଙ୍କୁ ୩ ବର୍ଷ ନିମନ୍ତେ ଚୁକ୍ତିରେ ଅଣାଯାଇଛି। ୧୯ବର୍ଷୀୟ ଆଇଜାକ ଆଗାମୀ ୪ବର୍ଷ ଧରି ଓଡ଼ିଶା ଏଫ୍‌ସି କ୍ଲବରୁ ଦେଖିବାକୁ ମିଳିବେ । ବେଙ୍ଗାଲୁରୁରେ ଜନ୍ମିତ ଏହି ୱିଙ୍ଗର ଜଣଙ୍କ ବେଙ୍ଗାଲୁରୁ ଏଫ୍‌ସି ୧୮ବର୍ଷରୁ କମ୍‌ ଦଳରୁ ମଧ୍ୟ ଖେଳିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri