ଦାଦନ ଖଟିବାକୁ ଯାଇ ଓଡ଼ିଆ ଶ୍ରମିକ ନିଖୋଜ

ଦିଗପହଣ୍ଡି,୧୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ବୁଲୁ ନାଇକ(୪୨) ଦାଦନ ଶ୍ରମିକ ଭାବେ କାମ କରିବାକୁ ମହାରାଷ୍ଟ୍ରର ମୁମ୍ବାଇ ଯାଉଥିଲେ। ହେଲେ ପୁନେ ଜିଲା ଦଉଣ୍ଡ ରେଲୱେ ଷ୍ଟେଶନରୁ ବୁଲୁ ନିଖୋଜ ହୋଇଯାଇଥିବା ଜଣାପଡିଛି। ଏନେଇ ବୁଲୁଙ୍କ ବାପା ଗୋବିନ୍ଦ ନାଇକ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।

ଗତ ସୋମବାର ଜଲମେରୀ ପଲ୍ଲୀ ଗ୍ରାମର ଗୋବିନ୍ଦ ନାଇକଙ୍କ ପୁଅ ବୁଲୁ ତାଙ୍କ ଦୁଇ ସାଙ୍ଗଙ୍କ ସହ ମିଶି ମୁମ୍ବାଇ ଯିବା ପାଇଁ ବ୍ରହ୍ମପୁର ରେଲୱେ ଷ୍ଟେଶନ ଯାଇଥିଲେ। ସେଠାରୁ ସେମାନେ କୋଣାର୍କ ଏକ୍ସପ୍ରେସ ଟ୍ରେନ ଯୋଗେ ମୁମ୍ବାଇ ଅଭିମୁଖେ ଯାଇଥିଲେ । ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ ଟାରେ ଟ୍ରେନଟି ମହାରାଷ୍ଟ୍ରର ପୁନେ ଜିଲା ଦଉଣ୍ଡ ଷ୍ଟେଶନରେ ପହଞ୍ଚି ଥିଲା । ସେତିକିବେଳେ ବୁଲୁ ପିଇବା ପାଣି ଆଣିବାକୁ ପ୍ଳାଟଫର୍ମରେ ଓହ୍ଲାଇଥିଲେ। ଏହି ସମୟରେ ଟ୍ରେନ ଛାଡ଼ି ଦେଇଥିଲା । ଏନେଇ ତାଙ୍କ ଦୁଇ ସାଙ୍ଗ ବୁଲୁଙ୍କ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ।

ଖବର ପାଇ ବୁଲୁଙ୍କ ସମ୍ପର୍କୀୟ ଲୋକେ ଦଉଣ୍ଡ ଷ୍ଟେଶନରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ତାଙ୍କ ସନ୍ଧାନ ନ ମିଳିବାରୁ ସେଠାକାର ରେଲୱେ ଥାନାରେ ଲିଖିତ ଭାବେ ଜଣାଇଥିଲେ। ବୁଲୁଙ୍କ ନିଖୋଜ ସମ୍ପର୍କରେ ସେଠାକାର ପୋଲିସ ପାଖରୁ କୌଣସି ସୂଚନା ନ ପାଇବା ପରେ ନିରାଶ ହୋଇ ସମ୍ପର୍କୀୟ ଗ୍ରାମକୁ ଫେରି ଆସିଥିଲେ। ପୁଅ ବୁଲୁର ଫେରିବା ବାଟକୁ ଚାହିଁ ବସିଥିବା ମା’, ବାପା ଓ ସମ୍ପର୍କୀୟ ଏନେଇ ଫାସିଗୁଡ଼ା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନଙ୍କୁ ସାକ୍ଷାତ କରି ସମସ୍ତ ଘଟଣା ଜଣାଇଥିଲେ।

ପରେ ଶିବରାମ ବୁଲୁଙ୍କ ପରିବାର ଲୋକଙ୍କୁ ସାଙ୍ଗରେ ନେଇ ଦିଗପହଣ୍ଡି ଥାନାରେ ପହଞ୍ଚି ଆଇଆଇସି କିଶୋର କୁମାର ସାମଲଙ୍କ ସହ ସବିଶେଷ ଆଲୋଚନା କରିଥିଲେ। ଆଇଆଇସି ଙ୍କ ପରାମର୍ଶ କ୍ରମେ ବୁଲୁଙ୍କ ବାପା ପୁଣି ଥରେ ଏତଲା ଦେବା ପରେ ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ନିଖୋଜ ପୁଅର ସନ୍ଧାନ ପାଇଁ ପରିବାର ଲୋକେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ଏବଂ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

ଦାରିଙ୍ଗବାଡ଼ିରେ କାଳବୈଶାଖୀର ତାଣ୍ଡବ: ଉଡ଼ିଗଲା ଏକାଧିକ ଘରର ଆଜବେଷ୍ଟସ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ…

ଦାରିଙ୍ଗବାଡ଼ି, ୧୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବାଡାବାଙ୍ଗା ପଞ୍ଚାୟତର ଦୁର୍ଗମ ଗ୍ରୁତୁବାଡ଼ି ଗ୍ରାମରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି।…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ ନେତ୍ରୀ ରାଣୀତା

ମାଲକାନଗିରି,୧୪ା୩(ସୁଚିତ୍ରା ଦାସ): ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲହେବାକୁ ସରକାର ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ଆତ୍ମସମର୍ପଣ କରୁଥିବା…

କାଜୁ ବାଡ଼ରେ ନିଆଁ ଲିଭାଇବା ହେଲା କାଳ, ଝାସରେ ଗୁରୁତର ହେଲେ ସ୍ବାମୀସ୍ତ୍ରୀ

ମୋହନା, ୧୪।୩ (ମନ୍ମଥ ମିଶ୍ର): ଗଜପତି ଜଲା ମୋହନା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କାଜୁ ବାଡ଼ରେ ଲାଗିଥିବା ନିଆଁକୁ ଲିଭାଇବାକୁ ଯାଇ ଜଣେ ସ୍ବାମୀ…

IPL ଆରମ୍ଭ ପୂର୍ବରୁ ମହାଲଢ଼େଇ! RCBର କଟା ଘା’ରେ ଚୂନ ମାରିଲା KKR, କାବା ହେଲେ… 

ନୂଆଦିଲ୍ଲୀ,୧୪।୩: ଆଇପିଏଲ ୨୦୨୬ ସିଜନ ଆରମ୍ଭ ହେବାକୁ ମାତ୍ର ଦିନ କେଇଟା ବାକି। ନିକଟରେ ଟି-୨୦ ବିଶ୍ୱକପ ଶେଷ ହେବା ପରେ ଏବେ ପ୍ରଶଂସକ ଏହି ଟୁର୍ନାମେଣ୍ଟକୁ…

ମେଡିକାଲ ସିସିଟିଭି ଫୁଟେଜ୍‌ରେ ପୂରା ଘଟଣା : ଦିବ୍ୟାଙ୍ଗଙ୍କୁ ମାଡ ମାରିଥିବା ଡାକ୍ତରଙ୍କ ବିରୋଧରେ ମାମଲା: ରୁଜୁ 

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ସାସ୍ଥ୍ୟ ପରୀକ୍ଷା କରିବାକୁ ଶୁକ୍ରବାର ଯାଇଥିବା ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଜଣେ ମହିଳା ଡାକ୍ତର ଆକ୍ରମଣ କରିଥିଲେ। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri