ନୂଆଦିଲ୍ଲୀରେ ନୂଆଁଖାଇ ପାଳନ କଲେ ଓଡ଼ିଆ ଛାତ୍ରୀଛାତ୍ର

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ)- ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ତଥା ଗଣପର୍ବ ନୂଆଁଖାଇ ପର୍ବକୁ ଗୁରୁବାର ନୂଆଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେ.ଏନ.ୟୁ.)ର ଓଡ଼ିଆ ଛାତ୍ରୀଛାତ୍ରମାନେ ବେଶ ଉତ୍ସାହର ସହ ପାଳନ କରିଛନ୍ତି। ଆରମ୍ଭରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କୁ ନୂଆ ଧାନ ଅର୍ପଣ କରି ଏହି ପର୍ବ ପାଳନ କରିଥିଲେ। ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧି ଏହି ପର୍ବରେ ସାମିଲ ହୋଇ ପଶ୍ଚିମ ଓଡ଼ିଶାର ସାମୃଦ୍ଧ୍ୟମୟ ସଂସ୍କୃତିକୁ ପ୍ରଦର୍ଶନ କରିଥିଲେ ।ଏହି ସମୟରେ ପଶ୍ଚିମ ଓଡ଼ିଶା ଛାତ୍ର ସଂଘ (ପିଓସିଏସ୍‌) ନୂଆଖାଇର ଗୁରୁତ୍ୱ, ଏହା କିପରି ସାମାଜିକ ଏକତାକୁ ବଢ଼ାଇ ଦେଉଛି ଓ କୃଷିପରମ୍ପରାକୁ ସୁରକ୍ଷିତ କରୁଛି ବୋଲି ଉଲ୍ଲେଖ କରାଯାଇଥିଲା। ଏଥିରେ ପିଓସିଏସର ନବଘୋଷିତ କାର୍ଯ୍ୟକାରିଣୀ ପରିଷଦର ସଭାପତି ଡା. ସୁମନ୍ତ ସାହୁ,ଉପସଭାପତି ଭାରତ ଭୂଷଣ ନାଏକ ଓ ସୌମ୍ୟା ଶ୍ରୀମୟୀ ପଣ୍ଡା, ସାଧାରଣ ସମ୍ପାଦକ ତାପସ ରଞ୍ଜନ ଟେଣ୍ଡକାରୀ, ଯୁଗ୍ମ ସଚିବ ନିତିଶ କୁମାର ପାତ୍ର ଓ ଅର୍ଚ୍ଚିତ ମେହେର, କୋଷାଧ୍ୟକ୍ଷ ନମନ ପଟେଲ, ସଂସ୍କୃତି ଅଧ୍ୟକ୍ଷା ଅରୁନ୍ଧତୀ ନାଏକ ଓ ସୋସିଆଲ ମିଡିଆ ଅଧ୍ୟକ୍ଷ ମାନସ ଖର୍ସେଲ ପ୍ରମୁଖ ଯୋଗଦେଇ ସମସ୍ତଙ୍କୁ ନୂଆଁଖାଇ ର ଶୁଭେଚ୍ଛା ଜଣାଇଥିଲେ। ସେହିପରି ପରସ୍ପର ଏକତା, କୃଷକଙ୍କ ପ୍ରତି ସମ୍ମାନ ଓ ସାଂସ୍କୃତିକ ଗର୍ବକୁ ଅଗ୍ରସର କରିବାକୁ ଆହ୍ବାନ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପରମ୍ପରା ଗତ ଖାଦ୍ୟ ବଣ୍ଟନ ଓ ସମୃଦ୍ଧି ଓ କୁଶଳତା ପାଇଁ ସାମୁହିକ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଅନେକ ଓଡ଼ିଆ ଛାତ୍ରୀଛାତ୍ର ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri