ସୀମାନ୍ତ ଗ୍ରାମରୁ ଡୁବିଲାଣି ଓଡ଼ିଆ ଭାଷା

ପଟ୍ଟାଙ୍ଗି,୪।୧(ଡି.ଏନ.ଏ.): ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ପାଳନ କରିବାକୁ କଡାକଡି ନିୟମ ରହିଛି। ସରକାର ମଧ୍ୟ ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି କରୁଛନ୍ତି। ମାତ୍ର ଜିଲା ଓ ବ୍ଲକ ପ୍ରଶାସନର ଇଚ୍ଛାଶକ୍ତି ଅଭାବରୁ ସୀମାନ୍ତ ଗ୍ରାମ ଗୁଡିକରେ ଓଡ଼ିଆ ଭାଷା ଲୋପ ପାଇବାକୁ ବସିଲାଣି। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ, ସୁଙ୍କି, ଅମ୍ପାବାଲି, ତଳଗୋଲୁର ପରି ପଞ୍ଚାୟତଗୁଡିକରେ। ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ସୀମା ବିବାଦ ଲାଗି ରହିଛି। କୋଟିଆ ପଞ୍ଚାୟତର ଦୁଇଟି ସ୍ଥାନ ଫାଟୁସିନେରି ଓ ନେରିଡିବାଲସାରେ ଓଡିଆ ଲେଖା ରହିଥିବା କୌଣସି ନାମଫଳକ କେଉଁଠି ଲାଗିନାହିଁ। ଏ ଦିଗରେ କୋରାପୁଟ ଜିଲା ପ୍ରଶାସନ ଅବା ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ଆଗ୍ରହ ପ୍ରକାଶ କରୁନାହିଁ। ଉକ୍ତ ୨ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଓଡ଼ିଶାର ବିଦ୍ୟାଳୟ ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ବିଦ୍ୟାଳୟଗୁଡିକୁ ଶତ ପ୍ରତିଶତ ଛାତ୍ରୀଛାତ୍ର ପାଠ ପଢିବାକୁ ଆସୁନାହାନ୍ତି କି ସେମାନେ ଓଡିଆ ଭାଷା ମଧ୍ୟ କହିପାରୁନାହାନ୍ତି। ତାଡିବାଲସା, ନେରିଡିବାଲସା, ଉପରସେମ୍ବି, ଧୂଳିପଦର, ଢୋଲିଆମ୍ବ, ଫଗୁଣସିନେରି, ଫାଟୁସିନେରି ପରି ଅନେକ ଗ୍ରାମରେ ଏପରି ଦେଖିବାକୁ ମିଳିଛି। ଉକ୍ତ ଗ୍ରାମଗୁଡିକରେ ଆନ୍ଧ୍ର ସରକାର ନିଜ ବିଦ୍ୟାଳୟ ସ୍ଥାପନ କରି ତେଲୁଗୁ ଭାଷାକୁ ପ୍ରାଧାନ୍ୟ ଦେଉଥିବା ବେଳେ ସେଠାକାର ଲୋକମାନେ ମଧ୍ୟ ଏହି ଭାଷାକୁ ଶିଖିବା ଲାଗି ଗୁରୁତ୍ୱ ଦେଉଛନ୍ତି। ସେହିପରି ଓଡ଼ିଶାର ବିଦ୍ୟାଳୟଗୁଡିକରେ ସ୍ବତନ୍ତ୍ର ଭାବେ କିଛି ପିଲାଙ୍କୁ ଓଡିଆ କହିବା ପାଇଁ ଶିକ୍ଷା ପ୍ରଦାନ କରାଯାଉଛି। କିପରି ଅନ୍ୟ ପିଲାମାନେ ବା ଅଭିଭାବକମାନେ ଓଡ଼ିଆ ଭାଷା କହିପାରିବେ ସେ ନେଇ ଉଦ୍ୟମ କରାଯାଉ ନ ଥିବା ଦେଖିବାକୁ ମିଳୁଛି। ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥାଗୁଡିକରେ ଓଡିଆ ଭାଷାରେ ଚିଠି ଲେଖାଠାରୁ ଆରମ୍ଭ କରି ନାମଫଳକ ଲଗାଇବା ବାଧ୍ୟତାମୂଳକ କରିଥିଲେ ମଧ୍ୟ ଏହା ପାଳନ କରାଯାଉଛି କି ନାହିଁ ତାହା ଜିଲା ଅବା ବ୍ଳକ ପ୍ରଶାସନ ଏଯାଏ ସୁନିଶ୍ଚିତ କରିପାରିନାହିଁ। ଏ ଦିଗରେ ଉଭୟ ଜିଲା ଓ ବ୍ଳକ ପ୍ରଶାସନ ପଦକ୍ଷେପ ଗ୍ରହଣ କଲେ ସୀମାନ୍ତରେ ଓଡ଼ିଆ ଭାଷା ପ୍ରତି ଦେଖାଦେଇଥିବା ସଙ୍କଟ ଦୂର ହୋଇପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri