ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ: ୩ ଦିନ ପରେ ଗାଁ’ରେ ପହଞ୍ଚିଲା ମୃତଦେହ

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର ଦାଦନ ଶ୍ରମିକ ଏ.ଯୋଗେନ୍ଦ୍ର ପାତ୍ର (୪୫) ଟ୍ରେନରୁ ଖସି ମୃତ୍ୟୁ ବରଣ କରିଛନ୍ତି। ରାଜେନ୍ଦ୍ର ପ୍ରାୟ ୬ ମାସ ପୂର୍ବେ କାମ କରିବାକୁ ମହାରାଷ୍ଟ୍ର ଯାଇଥିଲେ। ସେ ସେଠାକାର ଏକ ଘରୋଇ କୁକୁଡ଼ା ଫାର୍ମରେ ସୁପରଭାଇଜର ଭାବେ କାମ କରୁଥିଲେ।

ଗତ ଗୁରୁବାର ନିଜ ଗ୍ରାମକୁ ଆସିବା ପାଇଁ ସେ ମହାରାଷ୍ଟ୍ରର ଔରାଙ୍ଗବାଦ ରେଲୱେ ଷ୍ଟେସନରେ ଟିକେଟ କାଟି ଟ୍ରେନରେ ଚଢ଼ିଥିଲେ। ହାଇଦ୍ରାବାଦ ଷ୍ଟେସନରେ ଓହ୍ଲାଇଥାନ୍ତେ କିନ୍ତୁ ଲାଟୁର ଜିଲାର ଉଦଗିର ଷ୍ଟେସନ ପୂର୍ବରୁ ପରିଶ୍ରା କରିବା ପାଇଁ ଯିବା ବେଳେ ଅସାବଧାନତା ଯୋଗୁଁ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିଲେ ବୋଲି ସହଯାତ୍ରୀ ମାନେ ସେଠାକାର ରେଲୱେ ପୋଲିସକୁ ଜଣାଇଥିଲେ।

ସ୍ଥାନୀୟ ରେଲୱେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୋଗେନ୍ଦ୍ରଙ୍କୁ ମୂର୍ମୁଶୁୁ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରେ  ଭର୍ତ୍ତି କରିଥିଲେ।ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ରେଲୱେ ପୋଲିସ ମକଦ୍ଦମା ରୁଜୁ କରି ମୃତଦେହ କୁ ବ୍ୟବଚ୍ଛେଦ କରାଇଥିଲେ। ଏନେଇ ରେଲୱ ପୋଲିସ ରାଜେନ୍ଦ୍ର ଙ୍କ ପରିବାର ଲୋକ ଙ୍କୁ ଖବର ଦେଇଥିଲେ।

ଖବର ପାଇ ଯୋଗେନ୍ଦ୍ରଙ୍କ ଭାଇ ଏ.ଜଗନ୍ନାଥ ପାତ୍ର ,ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ରେଡ୍ଡୀ ଏନେଇ ଗଞ୍ଜାମ ଜିଲା ଶ୍ରମ ଅଧିକାରୀଙ୍କୁ ଜଣାଇବା ପରେ ଶ୍ରମ ଅଧିକାରୀ ମହାରାଷ୍ଟ୍ରର ଉଦଗିର ଥାନା ପୋଲିସ ସହ ଯୋଗାଯୋଗ କରିବା ପରେ ସେଠାକାର ପୋଲିସ ଆମ୍ବୁଲାନ୍ସ ଯୋଗେ ରାଜେନ୍ଦ୍ରଙ୍କ ମରଶରୀରକୁ ଗୌତମୀ ଗ୍ରାମକୁ ପଠାଇଥିଲେ। ତାଙ୍କ ମରଶରୀର ଶନିବାର ବିଳମ୍ବିତ ସନ୍ଧ୍ୟାରେ ପହଞ୍ଚିବା ପରେ ଗାଁ ଶ୍ମଶାନରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri