ଗଞ୍ଜାମ, ୧୮।୧୧(ଅଖିଳ ତରାଇ): ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ତାଙ୍କ ଟିମ ଏବେ ଗଞ୍ଜାମରେ ଅଛନ୍ତି। ସେ ତାଙ୍କର ଆଗାମୀ ଫିଲ୍ମ ‘ଲ୍ୟାଣ୍ଡଫଲ’ର ଶୁଟିଂ ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଖଟୁଆକୁଦା ଗାଁକୁ ଆସିଛନ୍ତି।
ଗାଁରେ ପହଞ୍ଚିବା ପରେ ସବ୍ୟସାଚୀଙ୍କୁ ଦେଖିବାକୁ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ଜମିଥିଲା। ଗ୍ରାମବାସୀଙ୍କ ତରଫରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଗ୍ରାମବାସୀମାନେ ଫୁଲତୋଡ଼ା ଦେଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କ ସହିତ ସେଲ୍ଫି ନେବାକୁ ଉତ୍ସାହିତ ଥିଲେ।
ଅଭିନେତା ସବ୍ୟସାଚୀ ଗ୍ରାମବାସୀଙ୍କ ଏପରି ସ୍ନେହ ଓ ଆତିଥେୟତା ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ, ଏହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ‘ଲ୍ୟାଣ୍ଡଫଲ’ ଫିଲ୍ମ ପାଇଁ ଅତ୍ୟନ୍ତ ଉପଯୋଗୀ। ଏହି ଶୁଟିଂ ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି।
Dharitri – Odisha’s No.1 Odia Daily


