୨୪ ବର୍ଷ ପରେ ଓଡ଼ିଆ ପୁଅର ଅବଦାନକୁ ମିଳିଲା ସ୍ୱୀକୃତି

ଭୁବନେଶ୍ୱର,୨୩।୧୨: ୨୦୦୧ରେ ବିଶ୍ୱ ମଞ୍ଚରେ ଆତଙ୍କବାଦ ବିରୋଧୀ ଯୁଦ୍ଧ (War Against Terrorism) ସମୟରେ, ଭାରତୀୟ ନୌସେନାର ଅନେକ ଯୁଦ୍ଧଜାହାଜ ପର୍ସିଆନ୍‌ ଗଲ୍‌ଫ୍‌ ଅଞ୍ଚଳରେ ମୁତୟନ କରାଯାଇଥିଲା। ସେହିସମୟରେ ଆନ୍ତର୍ଜାତିକ ନୌସେନା ଓ ବାୟୁ ଶକ୍ତି ସହ ଏକ ଅତ୍ୟନ୍ତ ସମ୍ୱେଦନଶୀଳ ପରିବେଶରେ କାର୍ଯ୍ୟ ଥିଲା। ଏହିଅଭିଯାନରେ INS Mysore ଯୁଦ୍ଧଜାହାଜରେ କାର୍ଯ୍ୟରତ ଥିବା ଓଡିଆ ପୁଅ(ଗମ୍ଭାରୀପଦା, କାକଟପୁର ପୁରୀ) ଭାରତୀୟ ନୌସେନାର ପେଟି ଅଫିସର (ରେଡିଓ ସ୍ପେଶାଲ) ବିଦ୍ୟାଧର ନାୟକ ଇଲେକ୍ଟୋ୍ରନିକ୍ସ ଏବଂ ସିଗ୍ନାଲ ଇଣ୍ଟେଲିଜେନ୍ସ ସମ୍ୱନ୍ଧରେ ବିଶେଷ ଦାୟିତ୍ୱ ପାଳନ କରୁଥିଲେ। ସେତିକିବେଳେ ସେ ପ୍ରଥମ ଥର AWACS ସମ୍ୱନ୍ଧରେ ଗୋଇନ୍ଦା ତଥ୍ୟ ଦେଶକୁ ପ୍ରଦାନ କରିଥିଲେ। ଏହା ପାଇଁ ଉଚ୍ଚମାନର ପ୍ରଶିକ୍ଷଣ, ଅଧିକ ସଚେତନତା ଓ ବୈଷୟିକ କୌଶଳର ଆବଶ୍ୟକତା ରହିଥିଲା।

୨୪ବର୍ଷ ପରେ ୨୦୨୪-୨୦୨୫ରେ ସେହିସମୟର ବୃତ୍ତିଗତ ଭୂମିକା ସମ୍ପର୍କରେ ସ୍ପଷ୍ଟତା ଏବଂ ସ୍ୱୀକୃତି ପାଇଁ ସମ୍ୱିଧାନ ସମ୍ମତ ମାର୍ଗରେ ଆବେଦନ କରିଥିଲେ। ବର୍ତ୍ତମାନ ଏହି ବିଷୟଟି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ନୌସେନା ମୁଖ୍ୟାଳୟ ଦ୍ୱାରା ଔପରାରିକ ଭାବେ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ପ୍ରକ୍ରିୟାରେ ଏହା ସ୍ୱୀକୃତି ହୋଇଛି ଯେ, ୨୦୦୧ରେ ଏହି ଅଭିଯାନ ସମୟରେ ବିଦ୍ୟାଧର ସମ୍ମିଳିତ ଥିଲେ। ଯଦିଓ ପୁରସ୍କାର ସମ୍ୱନ୍ଧୀୟ ନିଷ୍ପତ୍ତି ବର୍ତ୍ତମାନ ନୀତି ଅନୁଯାୟୀ ହାଇଛି, ତଥାପି ଘଟଣାର ସତ୍ୟତା ଓ ତାଙ୍କ ଅବଦାନ ସମ୍ପୂର୍ଣ୍ଣ ଭାବେ ସ୍ୱୀକୃତ। ବିଦ୍ୟାଧରଙ୍କ ମତ ଅନୁସାରେ ସେନା ଜୀବନରେ କର୍ତ୍ତବ୍ୟ ପାଳନ କରାଯାଏ ଆଶା ରଖି ନୁହେଁ। ଦେଶ ସବୁବେଳେ ବ୍ୟକ୍ତିଠାରୁ ବଡ଼। ଏହି ସ୍ୱୀକୃତି ଓଡିଆ ଯୁବତୀ ଯୁବକଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri