ଓଡ଼ିଆ ଅସ୍ମିତା ଲାଗି ସରକାରଙ୍କ କଡ଼ା ଆଭିମୁଖ୍ୟ: ବିଭାଗୀୟ ସଚିବଙ୍କ ଅଡୁଆ…

ଭୁବନେଶ୍ୱର,୨୮।୭:  ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନୀ ସଫଳତା ପାଇଥିବା ଭାଜପା  ସରକାରଙ୍କ କଡ଼ା ଆଭିମୁଖ୍ୟ ଯୋଗୁ ଏବେ ବିଭାଗୀୟ ସଚିବଙ୍କ ଅଡୁଆ ବଢ଼ିବାରେ ଲାଗିଛି । ସମସ୍ତ ବିଭାଗର ନଥିପତ୍ର କାର୍ଯ୍ୟ ଓଡ଼ିଆ ଭାଷାରେ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଇଥିବା ନିର୍ଦ୍ଦେଶକୁ ପାଳନ ପାଇଁ କି ପଦକ୍ଷେପ ନିଆଯାଇଛି ତାହା ୨୯ତାରିଖ ସୁଦ୍ଧା ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ବିଭାଗୀୟ ସଚିବମାନଙ୍କୁ ରିପୋର୍ଟ ମଗାଯାଇଛି । ଆଉ ମୁଖ୍ୟମନ୍ତ୍ରୀଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ବିଭିନ୍ନ ବିଭାଗ ପକ୍ଷରୁ ଓଡ଼ିଆ ଭାଷାରେ ନଥିପତ୍ର ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି ହେବାରେ ଲାଗିଛି ।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଗତ ୨୫ତାରିଖରେ ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି କହିଛନ୍ତି ଯେ, ଓଡ଼ିଆ ଭାଷାରେ ବିଭାଗର ନଥିପତ୍ର କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସରକାରୀସ୍ତରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ଓ ସୁଗମ କରିବା ପାଇଁ ଉପଯୁକ୍ତ ଜ୍ଞାନକୌଶଳ ପ୍ରୟୋଗ ନିମନ୍ତେ ବ୍ୟବସ୍ଥା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ବିଭାଗ କେଉଁ ପଦକ୍ଷେପ ନେଇଛି ତାହା ୨୯ତାରିଖ ସୁଦ୍ଧା ଜଣାଇବାକୁ ସଚିବମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ ଦେଇଛି ।

Enter your email to get our daily news in your inbox.

All Right Reserved By Dharitri.Com

କେତେ ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ଆଶା ଭୋସଲେ, ଜାଣିଲେ…

ମୁମ୍ବାଇ,୧୨ା୪: ପ୍ରସିଦ୍ଧ ଭାରତୀୟ ଗାୟିକା ଆଶା ଭୋସଲେଙ୍କ ରବିବାର  ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…

ଏହି ଦେଶରେ ହୁ ହୁ ହୋଇ ବଢୁଛି ବୟସ୍କଙ୍କ ସଂଖ୍ୟା

କଲମ୍ବୋ,୧୨ା୪(ପି.ଟି.): ଶ୍ରୀଲଙ୍କାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସଦ୍ୟ ପ୍ରକାଶିତ ଜନଗଣନା ତଥ୍ୟ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଦେଶର ବୟସ୍କ ଜନସଂଖ୍ୟା…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri