ରଘୁନାଥଙ୍କ ପାଇଁ ଅଡୁଆ ଏକାଧିକ ଆଶାୟୀ

ଜଗତ୍‌ସିଂହପୁର,୨୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେଡି ରାଜନୀତି ପୂରାପୂରି ଗୋଳିଆ ହୋଇଯାଇଛି। ଗତ ଜାନୁଆରୀରେ ବିଜେଡି ବିଶୃଙ୍ଖଳା ନେଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଘୁନନ୍ଦନ ଦାସ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ ସିଧାସଳଖ ପୂର୍ବତନ ବାଲିକୁଦା-ଏରସମା ବିଧାୟକ ତଥା ବର୍ତ୍ତମାନର ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ସାଂଘାତିକ ଅଭିଯୋଗ ଆଣିଥିଲେ। ସେ କହିଥିଲେ, ୨୦୦୪ ପରି ଏବେ ଦଳରେ ଅଧିକ ସଂଖ୍ୟକ ଆଶାୟୀ ସୃଷ୍ଟି କରି ତା’ର ଫାଇଦା ନେବା ପାଇଁ ଚକ୍ରାନ୍ତ ଚାଲିଛି। ୨୦୧୯ ସାଧାରଣ ନିର୍ବାଚନ ସମୟରେ ଜଣେ ଦଳୀୟ ମହିଳା ନେପଥ୍ୟରେ ରହି ଭୋଟ ବ୍ୟାଙ୍କ ପ୍ରଭାବିତ ପାଇଁ ଅନେକ କିଛି କରିଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ଆଉ ସମ୍ଭାଳି ପାରି ନ ଥିଲେ। ସେ ଖୋଲାଖୋଲି ବାହାରି ଆସି ଦଳୀୟ ଜିଲା ପରିଷଦ ପ୍ରାର୍ଥୀଙ୍କୁ ବିରୋଧ କରିଥିଲେ। ଏଥର ଦଳୀୟ ଟିକେଟ ଲବିରେ ଥିବା ସଞ୍ଜୀବ ବିଶ୍ୱାଳଙ୍କ ଆଡକୁ ଅଙ୍ଗୁଳି ଉଠାଇ ରଘୁନନ୍ଦନ କହିଥିଲେ, କିଛି ମାସ ତଳେ ସେ ହଠାତ୍‌ ନିର୍ବାଚନ ମଣ୍ଡଳୀରେ ଆବିର୍ଭାବ ହୋଇ ନିଜକୁ ସାମାଜିକ କର୍ମୀ କହି ଟିକେଟ ଲବି ଆରମ୍ଭ କରି ଦେଇଛନ୍ତି। ଏହାର ପୃଷ୍ଠ ଭୂମିରେ ମଧ୍ୟ ପ୍ରଶାନ୍ତ ଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ଦଳରେ ଏଭଳି ଗୋଳିଆ ସ୍ଥିତି ସୃଷ୍ଟି କରି ପ୍ରଶାନ୍ତ ଏହି ଆସନରୁ ଟିକେଟ ପାଇଁ ପରୋକ୍ଷରେ ଖସଡ଼ା ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଏଥିରେ ସେ ଆଦୌ ବିଚଳିତ ନୁହନ୍ତି ବୋଲି ରଘୁନନ୍ଦନ କହିଛନ୍ତି। ଅନ୍ୟପଟେ ୨ ଦିନ ମଧ୍ୟରେ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨ ଜଣ ଯୁବକ ବିଜେଡି ଟିକେଟ ପାଇଁ ଭୁବନେଶ୍ୱର ଗଲେଣି। ରବିବାର ଜିଲା ଯୁବ ବିଜେଡି ସଭାପତି ସୌମ୍ୟଜିତ ମହାପାତ୍ର ତାଙ୍କ ସମର୍ଥକମାନଙ୍କ ସହ ନବୀନ ନିବାସ ଯାଇ ସେ ଏହି ଆସନରୁ ଦଳୀୟ ପ୍ରାର୍ଥୀ ହେବା ପାଇଁ ଦରଖାସ୍ତ ଓ ବାୟୋଡାଟା ଦାଖଲ କରିଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ସୋମବାର ସଞ୍ଜୀବ ତାଙ୍କ ସମର୍ଥକମାନଙ୍କ ସହ ନବୀନ ନିବାସ ଆଗରେ ପ୍ରାର୍ଥୀ ହେବା ପାଇଁ ହୋହଲ୍ଲା କରିଛନ୍ତି। ଏପରି କି ବିଧାୟକ ରଘୁନନ୍ଦନଙ୍କ ବିରୋଧରେ ସଞ୍ଜୀବଙ୍କ ସମର୍ଥକମାନେ ବିଷୋଦାଗାର କରିବାକୁ ପଛାଇ ନାହାନ୍ତି। ଏମାନଙ୍କ ବାଦ ବିଜେଡି ସାଧାରଣ ସମ୍ପାଦକ, କାଳିଆ ଯୋଜନା ଉପଦେଷ୍ଟା ତଥା ଜିଲା ଯୋଜନା କମିଟି ଏକ୍ସପର୍ଟ ସଭ୍ୟ ସାରଦା ଜେନା, ପୀତବାସ ଗୋଚ୍ଛାୟତ ଓ ଶିଖା ଉମେଶ ସ୍ବାଇଁ ପ୍ରମୁଖ ଟିକେଟ ଦୌଡରେ ଅଛନ୍ତି। ଏ ପରିସ୍ଥିତିରେ ଦଳ କାହା ଉପରେ ଆସ୍ଥା ପ୍ରକଟ କରୁଛି ତାହା ଦେଖିବାକୁ ବାକି ରହିଲା।
ପ୍ରକାଶଯୋଗ୍ୟ, ୨ ମାସ ପୂର୍ବରୁ ରଘୁନନ୍ଦନ ଧରିତ୍ରୀକୁ ବୟାନ ଦେଇ କହିଥିଲେ, ଏହି ୫ ବର୍ଷ ହେବ ନିର୍ବାଚନ ମଣ୍ଡଳୀରେ ବିଜେଡି ସଙ୍ଗଠନରେ ବିଶୃଙ୍ଖଳା ସୃଷ୍ଟି ପାଇଁ ଉସୁକାଯିବା ସହ ତାଙ୍କୁ ଅପମାନିତ କରିବା ଲାଗି ବାରମ୍ବାର ଚେଷ୍ଟା କରାଯାଇଛି। ଦୀର୍ଘ ୪୦ ବର୍ଷ ହେଲା ସେ ଲୋକଙ୍କ ସାଥୀରେ ଥିଲେ ଓ ରହିଛନ୍ତି। କ୍ଷମତା ପାଇଁ କେବେସାଲିସ କରିନାହାନ୍ତି। କିନ୍ତୁ ତାଙ୍କୁ ଲଜ୍ଜିତ କରିବା ପାଇଁ ଯେଉଁ ପ୍ରକାର ଚକ୍ରାନ୍ତ ଚାଲିଛି ତାହା ଅତ୍ୟନ୍ତ ଦୁଃଖଦାୟକ। ଏ ସମ୍ପର୍କରେ ସେ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଅତୀତ କଥା ବଖାଣି ଏକଥା ମଧ୍ୟ କହିଥିଲେ, ୨୦୦୦ ନିର୍ବାଚନରେ ନବୀନ ପଟ୍ଟନାୟକ ତାଙ୍କୁ ବାଲିକୁଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ଟିକେଟ୍‌ରେ ପ୍ରାର୍ଥୀ କରିଥିଲେ। କମ୍‌ ଭୋଟ ବ୍ୟବଧାନରେ ହାରି ଯାଇଥିଲେ। କିନ୍ତୁ ୨୦୦୪ରେ ଟିକେଟ ଦିଆଯାଇ ନ ଥିଲା। ସେ କିପରି ଟିକେଟ୍‌ ନ ପାଇବେ ସେନେଇ ସେତେବେଳେ ଚକ୍ରାନ୍ତ ହୋଇଥିଲା। ଏ ପରିସ୍ଥିତିରେ ସେ ସ୍ବାଧୀନ ପ୍ରାର୍ଥୀ ହୋଇ ନିଜ ସାମର୍ଥ୍ୟରେ ୩୯,୫୨୦ ଖଣ୍ଡ ଭୋଟ୍‌ ପାଇଥିଲେ। ୨୦୧୪ରେ ମଧ୍ୟ ଅନୁରୂପସ୍ଥିତି ସୃଷ୍ଟି ହେବାରୁ ପୁଣିଥରେ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। ପରେ ଭାଜପାରେ ଯୋଗ ଦେଇଥିଲେ ସୁଦ୍ଧା ୨୦୧୯ରେ ଘର ବାହୁଡ଼ି ବିଜେଡି ଟିକେଟ୍‌ ପାଇଥିଲେ। ଜିତିଲା ପରେ ବିଧାୟକ ହେବେ ବୋଲି ଜାଣିଥିଲେ। କିନ୍ତୁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ମନ୍ତ୍ରୀ ପଦ ଦେଇଥିଲା। ଯେଉଁଥିପାଇଁ ସେ ଦଳ ପାଖରେ କୃତଜ୍ଞ। ବାସ୍ତବ କଥା ହେଲା ଏହି ନିର୍ବାଚନରେ ସେ ୧,୨୫,୦୦୦ରୁ ଅଧିକ ଭୋଟ ପାଇବେ ବୋଲି ଆଶା ରଖିଥିଲେ। କିନ୍ତୁ ମିଳିଥିଲା ୧,୦୩,୮୧୪। ସେତେବେଳେ ଶୁଣାଯାଇଥିଲା ଯେ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ର (ଜିତୁ)ଙ୍କ ସହ ପ୍ରଶାନ୍ତଙ୍କ ଗୁପ୍ତ ବୁଝାମଣା ହୋଇଥିଲା। ଯେଉଁ କାରଣରୁ ଜିତୁଙ୍କୁ ପୂର୍ବ ନିର୍ବାଚନ ତୁଳନାରେ ଅଧିକ ୧୦ ହଜାର ଭୋଟ ମିଳିଥିଲା। ଏବେ ୨୦୦୪ ପରି ଦଳରେ ଅଧିକ ସଂଖ୍ୟକ ଆଶାୟୀ ସୃଷ୍ଟି କରାଯାଇ ତା’ର ଫାଇଦା ନେବାକୁ ଚକ୍ରାନ୍ତ ଚାଲିଛି। ମୋଟାମୋଟି ଭାବେ ତାଙ୍କ ବିରୋଧରେ ପ୍ରାୟୋଜିତ ନାଟକ ଚାଲିଥିବା ରଘୁନନ୍ଦନ କହିଥିଲେ। ଏ ସମ୍ପର୍କରେ ପ୍ରଶାନ୍ତ କହିଛନ୍ତି, ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ। ତେଣୁ ଲୋକ ସମ୍ପର୍କ ଅଛି। କିନ୍ତୁ ସେ ଦଳରେ ବିଭ୍ରାଟ କରୁନାହାନ୍ତି। ଯଦି ଦଳ ତାଙ୍କୁ ଏହି ଆସନ କିମ୍ବା ଜଗତ୍‌ସିଂହପୁରରୁ ପ୍ରାର୍ଥୀ କରିବ ସେ ଛିଡ଼ା ହେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri