ଆଜି ଆଇସିଏସ୍‌ଇ ଦଶମ ରେଜଲ୍ଟ

ଭୁବନେଶ୍ୱର, ୧୭।୭(ବ୍ୟୁରୋ): କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ ରବିବାର ଅପରାହ୍ନ ୫ଟାରେ ପ୍ରକାଶ ପାଇବ। ଏ ନେଇ ଶନିବାର ସିଆଇଏସ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରୀଛାତ୍ରମାନେ ଓ୍ବେବ୍‌ସାଇଟ୍‌ www.cisce.orgରେ ଆବଶ୍ୟକ ତଥ୍ୟ ଦେଇ ନିଜ ରେଜଲ୍ଟ ଜାଣିପାରିବେ। ଏଥିସହ ୦୯୨୪୮୦୮୨୮୮୩ ନମ୍ବରକୁ ଏସ୍‌ଏମ୍‌ଏସ୍‌ କରି ମଧ୍ୟ ରେଜଲ୍ଟ ପାଇପାରିବେ। ଚଳିତବର୍ଷ ସିଆଇଏସ୍‌ସିଇ ପକ୍ଷରୁ ଆଇସିଏସ୍‌ଇ ଦଶମର ଦୁଇଟି ସେମିଷ୍ଟର ପରୀକ୍ଷା ହୋଇଥିଲା। ନଭେମ୍ବର-ଡିସେମ୍ବରରେ ସେମିଷ୍ଟର-୧ ଓ ଏପ୍ରିଲ-ମେରେ ସେମିଷ୍ଟର-୨ ଅନୁଷ୍ଠିତ ହୋଇଥିଲା। ଦୁଇଟି ସେମିଷ୍ଟରର ରେଜଲ୍ଟ ଏବଂ ପ୍ରୋଜେକ୍ଟ (ଇଣ୍ଟରନାଲ ଆସେସମେଣ୍ଟ)କୁ ଆଧାର କରି ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ଦୁଇଟି ଯାକ ସେମିଷ୍ଟର ଦେଇଥିବା ଜୁରୁରୀ। ଯଦି କୌଣସି ଛାତ୍ରୀଛାତ୍ର ସେମିଷ୍ଟର-୧ କିମ୍ବା ୨ ଦେଇ ନ ଥିବେ ତେବେ ସେମାନଙ୍କର ରେଜଲ୍ଟ ବାହାରି ପାରିବ ନାହିଁ ବୋଲି ସିଆଇଏସ୍‌ସିଇ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରୁ ମୁସ୍ତାଫିଜୁର ବାଦ୍, ବାଂଲାଦେଶର ଅମ୍ପାୟରଙ୍କୁ ଭାରତ ଆସିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୧।୧: ଗତ କିଛି ଦିନ ହେବ BCCI ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। BCCI ନିର୍ଦ୍ଦେଶରେ KKR ଫ୍ରାଞ୍ଚାଇଜ୍ ଷ୍ଟାର୍...

କଟକରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

କଟକ,୧୧ା୧(କାର୍ତ୍ତିକ ସାହୁ): ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିବା ଭଳି ସଙ୍ଗୀନ ଅପରାଧିକ ଘଟଣା ବାଦାମବାଡ଼ି ଥାନା ଅଞ୍ଚଳରେ ଘଟିଛି। କାଠଯୋଡ଼ି ରିଂବନ୍ଧ ପାର୍ଶ୍ୱ...

କେସିଙ୍ଗା ପୋଲିସକୁ ବଡ଼ ସଫଳତା, ୧୦ କେଜି ଗଞ୍ଜେଇ ସହ ୫ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ

କେସିଙ୍ଗା,୧୧/୧(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲାର କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ସ୍ଥାନୀୟ ରେଳ ଷ୍ଟେସନରୁ...

ଘର ସମ୍ମୁଖରୁ ପିକ୍‌ଅପ୍‌ ଗାଡ଼ି ଚୋରି

ବଡ଼ଗାଁ,୧୧ା୧(ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁର ଯୁବ ବ୍ୟବସାୟୀ ଅମିତ ଅଗ୍ରୱାଲଙ୍କ ଘର ସମ୍ମୁଖରୁ ତାଙ୍କ ପିକଅପ ଗାଡି ଓଡି ୨୬ ଏ ୧୪୭୫କୁ ୨...

ବିରାଟ କୋହଲିଙ୍କ ବିଶ୍ୱ ରେକର୍ଡ: ଶତକରୁ ବଞ୍ଚିତ ହୋଇ ମଧ୍ୟ ସଚିନଙ୍କୁ ପଛରେ ପକାଇଲେ

ଭଦୋଦରା,୧୧।୧: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟର ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ଇତିହାସ ରଚିଛନ୍ତି। ଭଦୋଦରାଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ...

ଦାରିଙ୍ଗବାଡି ଶୀତ ମହୋତ୍ସର ଶେଷ ଦିନରେ ଅସୀମାଙ୍କ ଗୀତରେ ଝୁମିଲେ ଦର୍ଶକ, ବାଚସ୍ପତି କହିଲେ…

ଦାରିଙ୍ଗବାଡି, ୧୧/୧ (ଅରୁଣ ସାହୁ ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ଗତ ୪ ଦିନ ଧରି ଚାଲିଥିବା ଏକାଦଶ ତମ ଶୀତ ମହୋତ୍ସବ...

ଅଙ୍ଗୁଳି ଦେଖାଇ ବିଡ଼ିଓଙ୍କୁ ଦୁର୍ବ୍ୟବହାର କଲେ ବ୍ଲକ ଅଧକ୍ଷା, ବିଧାୟକଙ୍କୁ ତୀର ମାରିବା ଘଟଣାର ମିଳୁନି ପ୍ରମାଣ

ହାଟଡିହୀ,୧୧।୧(ଶୁଭକାନ୍ତ ନାୟକ): ଗତ ଦୁଇ ଦିନ ପୂର୍ବେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଜଣେ ଯନ୍ତ୍ରୀ ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠିଙ୍କୁ ତୀର ମାରିବା...

ଆହୁରି ବଢ଼ିବ ଶୀତର ପ୍ରକୋପ: ୩ ଦିନ ମଧ୍ୟରେ ଏସବୁ ଜିଲାରେ…

ଭୁବନେଶ୍ୱର,୧୧।୧: ଓଡ଼ିଶାରେ ପୁଣି ବଢ଼ିବ ଶୀତର ପ୍ରକୋପ। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ପ୍ରାୟ ୨ ରୁ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri