୨୪, ୨୫ରେ ହବିଷିଆଳିଙ୍କ ଶ୍ରୀମନ୍ଦିର ଦର୍ଶନ ବନ୍ଦ

ପୁରୀ,୨୪ା୧୦(ଅଜିତ୍‌ କୁମାର ମହାନ୍ତି): ବାତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ପୁରୀ ଜିଲାକୁ ୟେଲୋ ଜୋନ୍‌ ଘୋଷଣା କରିଥିବା ବେଳେ ୨୪ ଓ ୨୫ ତାରିଖକୁ ଅରେଞ୍ଜ ଜୋନ୍‌ ଘୋଷଣା କରାଯାଇଛି। ପାଣିପାଗ ବିଭାଗ ଆକଳନ ଅନୁସାରେ ପୁରୀରେ ବାତ୍ୟାର ପ୍ରଭାବ ରହିଲେ ମଧ୍ୟ ସେଭଳି ଭୟଭୀତ ନ ହେବା ପାଇଁ ସୂଚନା ଦିଆଯାଇଛି। ପ୍ରବଳ ବର୍ଷା ସାଙ୍ଗକୁ ୬୦ରୁ ୯୦ କି.ମି. ପର୍ଯ୍ୟନ୍ତ ପବନ ବହିବାକୁ ଥିବାବେଳେ ଭୟଭୀତ ନ ହୋଇ କେବଳ ସତର୍କ ଓ ସୁରକ୍ଷିତ ରହିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ତେଣୁ ୨୪ ଓ ୨୫ ତାରିଖ ହବିଷିଆଳି ମା’ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯିବ।

ଜିଲାରେ ୨ ଓଡ୍ରାଫ ଟିମ୍‌, ୨ ଏନ୍‌ଡିଆରଏଫ୍‌ ଟିମ୍‌ ସମେତ ଅଗ୍ନିଶମ ବିଭାଗର ଅତିରିକ୍ତ ଟିମ୍‌ ମୁତୟନ ରହିଛନ୍ତି। ଜିଲାରେ ସମୁଦାୟ ୨୬ ଟିମ୍‌ ବିପର୍ଯ୍ୟୟ ମୁକାବିଲା ପାଇଁ ମୁତୟନ ରହିଛନ୍ତି। ୧୧ଟି ବ୍ଲକ୍‌ ସମେତ ଅତିରିକ୍ତ ୬ଟି ଫାୟାର ଟିମ୍‌ ମୁତୟନ ଅଛନ୍ତି। ରାଜସ୍ବ, ପୋଲିସ ଭେଟେରିନାରୀ ଟିମ୍‌ ପ୍ରସ୍ତୁତ ରହିବା ସହିତ ୮୦୦ ଦକ୍ଷ ମାନବ ସମ୍ବଳ ସମ୍ପନ୍ନ ଟିପିସିଓଡିଏଲ ଟିମ୍‌ ପ୍ରସ୍ତୁତ ରହିଛି। ସେହିଭଳି ୧୭୯ଟି ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ କଲେଜ ସମେତ ୩୭୦ଟି ଅସ୍ଥାୟୀ କେନ୍ଦ୍ର ପ୍ରସ୍ତୁତ ରହିଛି। କ୍ଷୟକ୍ଷତି ଆକଳନ ସହ କିପରି ବାତ୍ୟା ପରବର୍ତ୍ତୀ ବିପର୍ଯ୍ୟୟ ମୁକାବିଲା ତ୍ୱରିତ ପରିଚାଳନା କରାଯାଇପାରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି, ବାତ୍ୟା ମୁକାବଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ମୁତୟନ ହୋଇଥିବା ଓଡ୍ରାଫ ଟିମ୍‌କୁ ୬ ଗୋଟି ଭାଗରେ ବିଭକ୍ତ କରାଯାଇ ବିଭିନ୍ନ ସ୍ଥାନକୁ ପଠାଯାଇଛି। ଏନଡିଆରଏଫ୍‌ର ଗୋଟିଏ ଟିମ୍‌କୁ କୃଷ୍ଣପ୍ରସାଦରେ ଓ ଆଉ ଗୋଟିଏ ଟିମ୍‌ ହେଡ୍‌କ୍ୱାର୍ଟର୍ସରେ ମୁତୟନ ରହିଛନ୍ତି। ପାଣି ଯୋଗାଣ ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଓ ୱାଟ୍‌କୋ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଅଗ୍ନିଶ୍ରମ ବିଭାଗ କର୍ମଚାରୀ ସମସ୍ତ ବ୍ଲକ୍‌ରେ ମୁତୟନ ରହିଛନ୍ତି। ସମସ୍ତ ବ୍ଲକରେ ସନିୟର ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ହବିଷିଆଳିମାନେ ସେଣ୍ଟରଗୁଡ଼ିକରେ ରହିଛନ୍ତି। ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର କରାଯିବ। ସମସ୍ତ ଆବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି। ୨୪ ଓ ୨୫ରେ ହବିଷିଆଳି ମା’ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯିବ। ଏଥିସହ ପ୍ରଶାସନ ପକ୍ଷରୁ କେନ୍ଦ୍ରଗୁଡ଼ିକର ଯାଞ୍ଚ କରାଯାଇଛି। କେନ୍ଦ୍ରଗୁଡ଼ିକରେ ଡିଜି ସେଟ୍‌, ୩୦୦ ଲିଟର ଡିଜେଲ ମହଜୁଦ୍‌ ରଖାଯାଇଛି। ପରିମଳ ଉପରେ ଧ୍ୟାନ ଦିଆଯାଇଛି। ପାଣି ନଷ୍ଟ ନ କରିବାକୁ ହବିଷିଆଳିମାନଙ୍କୁ ପରାମର୍ଶ ଦିଆଯାଇଛି। ଭକ୍ତଙ୍କ ଦର୍ଶନ ଉପରେ କୌଣସି କଟକଣା ଲାଗୁ କରାଯାଇ ନାହିଁ। ତେବେ ଅଧିକ ବର୍ଷା ସମୟରେ ଭକ୍ତମାନେ ଶ୍ରୀମନ୍ଦିର ପରିସରକୁ ନ ଯାଇ ସୁରକ୍ଷିତ ଭାବରେ ଘରେ ରହିବା ନିମନ୍ତେ ଅନୁରୋଧ କରାଯାଉଛି। ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ଚାରି ଦ୍ୱାର ସେଡ ଓ ଆନନ୍ଦବଜାର ସେଡ୍‌ର ଫ୍ରେମ୍‌ରୁ ଜରି ପାଲ କାଢ଼ି ନିଆଯାଇଛି ବୋଲି ଜିଲାପାଳ ସୂଚନା ଦେଇ କହିଛନ୍ତି। ଅପରପକ୍ଷରେ ବେଳାଭୂମିରେ ପର୍ଯ୍ୟଟକମାନଙ୍କ ସ୍ନାନ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ୧୪ଟି ସେକ୍ଟରରେ ୯୮ ଜଣ ସରକାରୀ ଲାଇଫ୍‌ ଗାର୍ଡ ମୁତୟନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri