ମେଦବହୁଳତା ଓ ଆଜ୍‌ମା

ଆଜ୍‌ମା ଏକ ଶ୍ୱାସଜନିତ ସମସ୍ୟା। ଏହାର ସ୍ଥାୟୀ ଉପଚାର ନାହିଁ। ତେଣୁ ନିୟମିତ ସମୟ ଅନ୍ତରାଳରେ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସିତ ହେବାକୁ ପଡ଼ିଥାଏ। ଓଜନ ବୃଦ୍ଧି ବା ମେଦବହୁଳତା ଯୋଗୁ ଏପରି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ଜଣେ ଆଜ୍‌ମା ରୋଗୀ ନିଜ ଖାଦ୍ୟପେୟ ପ୍ରତି ଯେତିକି ସତର୍କ ରହିବା ଦରକାର ତା’ସହ ନିଜର ଓଜନ କିପରି ସନ୍ତୁଳିତ ରହିବ ସେ ନେଇ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଲଣ୍ଡନ ୟୁନିଭର୍ସିଟିର ଛାତିରୋଗ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ରୋଗୀ ନିଜ ଖାଦ୍ୟ ତାଲିକାରେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ସାମିଲ କରିବା ଦରକାର। ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ତଟକା ଫଳମୂଳ ସାମିଲ କରନ୍ତୁ। ଯଦି ବାହାରକୁ ବୁଲିବାକୁ ଯାଉଛନ୍ତି ତେବେ ନାକ ଏବଂ ପାଟିକୁ ପରିଷ୍କାର କପଡା କିମ୍ବା ମାସ୍କରେ ଢାଙ୍କିବାକୁ ଭୁଲନ୍ତୁ ନାହିଁ। କାରଣ ବାହାରର ଧୂଳିକଣା ଶରୀର ଭିତରକୁ ପ୍ରବେଶ କଲେ ଏହି ସମସ୍ୟା ଆହୁରି ବଢ଼ିଯିବାର ଆଶଙ୍କା ରହିଛି। ଯଦି ଆପଣ ଆଜ୍‌ମା ଦ୍ୱାରା ଆକ୍ରାନ୍ତ ତେବେ ଏ ନେଇ ନିଜକୁ ଚିନ୍ତାଗ୍ରସ୍ତ ରଖନ୍ତୁ ନାହିଁ। କାରଣ ଏହାଦ୍ୱାରା ମନରେ ନକାରାତ୍ମକ ମାନସିକତା ଅଧିକ ସକ୍ରିୟ ହୋଇଥାଏ।