Posted inଜାତୀୟ

ଓବିସି ସଂଶାଧନ ବିଲ୍‌ ଲୋକ ସଭାରେ ପାରିତ, ମିଳିଲା ବିରୋଧୀଙ୍କ ସମର୍ଥନ…

ନୂଆଦିଲ୍ଲୀ,୯।୮: କେନ୍ଦ୍ରୀୟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବିରେନ୍ଦ୍ର କୁମାର ଖାଟିକଙ୍କ ଦ୍ୱାରା ସୋମବାର ଲୋକସଭାରେ ଆଗତ ହୋଇଥିବା ଓବିସି ସଂଶାଧନ ବିଲ୍‌-୨୦୨୧ ପାସ୍‌ ହୋଇଛି। ଏହାକୁ ବିରୋଧୀ ଦଳ ମଧ୍ୟ ସମର୍ଥନ କରିଛନ୍ତି। ଏହି ସଂଶାଧନ ବିଲ ଦ୍ୱାରା ରାଜ୍ୟ ସରକାର ଏଣିକି ଓବିସି ତାଲିକା ପ୍ରସ୍ତୁତ କରିପାରିବେ। ସର୍ବସମ୍ମତି କ୍ରମେ ଏହି ବିଲ ପାରିତ ହୋଇଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଏହି ସଂଶୋଧନକୁ ବହୁ ଆଞ୍ଚଳିକ ଦଳ ତଥା ଶାସକ ଦଳର ଓବିସି ନେତାମାନେ ଦାବି କରିଆସୁଥିଲେ।
ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଏହି ବିଲ ସଂସଦରେ ଉପସ୍ଥାପିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ମେ ମାସରେ ସୁପ୍ରିମକୋର୍ଟ ଏହି ଆବେଦନ ଶୁଣାଣି କରି କହିଥିଲେ ଯେ, ଓବିସି ସମ୍ପ୍ରଦାୟ ସହ ଜଡିତ ଏକ ତାଲିକା ପ୍ରସ୍ତୁତ କରିବାକୁ କେବଳ କେନ୍ଦ୍ର ସରକାରଙ୍କର ଅଧିକାର ରହିଛି। ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଏନେଇ ଆପତ୍ତି ଉଠାଯାଇଥିଲା। ଏହା ପରେ କେନ୍ଦ୍ର ସରକାର ସାମ୍ବିଧାନିକ ସଂଶୋଧନ ବିଲ ଆଣି ଏହାକୁ ଆଇନଗତ କରିବାକୁ ଚାହୁଁଛନ୍ତି।
ସମ୍ବିଧାନର ଧାରା ୩୪୨-ଏବଂ ୩୬୬(୨୬)-ସି ରେ ସଂଶୋଧନ ବିଲ୍‌ ସଂସଦରେ ଅନୁମୋଦନ ହେବା ପରେ, ରାଜ୍ୟଗୁଡ଼ିକ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଓବିସି ବର୍ଗରେ ବିଭିନ୍ନ ସମ୍ପ୍ରଦାୟଙ୍କୁ ସାମିଲ କରାଇବାର କ୍ଷମତା ପାଇବେ। ଏହାଦ୍ୱାରା ମହାରାଷ୍ଟ୍ରର ମରାଠା ସମ୍ପ୍ରଦାୟ, ଗୁଜରାଟର ପଟେଲ, ହରିୟାଣାର ଜାଟ ଏବଂ କର୍ଣ୍ଣାଟକର ଲିଙ୍ଗାୟତ ସମ୍ପ୍ରଦାୟଙ୍କୁ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କରିବାର ଏକ ସୁଯୋଗ ସୃଷ୍ଟି ହୋଇପାରି। ଏହି ସମସ୍ତ ସମ୍ପ୍ରଦାୟ ଦୀର୍ଘ ଦିନ ଧରି ସଂରକ୍ଷଣ ଦାବି କରିଆସୁଥିଲେ। ତେବେ ସୁପ୍ରିମକୋର୍ଟ ଏହି ଦାବି ଉପରେ ରୋକ ଲଗାଇ ଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri