ନ୍ୟାୟ ଦାବି କଲେ ଓଏଭି ଶିକ୍ଷକ-କର୍ମଚାରୀ: ଶାନ୍ତିପୂର୍ଣ୍ଣ ଧାରଣାରେ ବସି…

ଥୁଆମୂଳ ରାମପୁର,୨୬ା୧୧(ଦୁର୍ଗା କୀର୍ତ୍ତି): ସାରା ରାଜ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ-କର୍ମଚାରୀମାନଙ୍କ ନ୍ୟାୟ ସଙ୍ଗତ ଦାବି ଏବଂ ଦୀର୍ଘ ଦିନ ଧରି ଉପେକ୍ଷିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଗତ ୨୪ ତାରିଖଠାରୁ ରାଜ୍ୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ୧୩ଟି ଏଜେଣ୍ଡା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ – କର୍ମଚାରୀମାନେ ମଧ୍ୟ ବୁଧବାର ସନ୍ଧ୍ୟାରେ ଶାନ୍ତିପୂର୍ଣ୍ଣ ଭାବରେ ବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ବସି ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଯେମିତିକି ଓଡିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀଙ୍କୁ ସରକାରୀ ମାନ୍ୟତା, ସମସ୍ତ କର୍ମଚାରୀଙ୍କୁ ୟୁନିଫର୍ମ କ୍ୟାଡର ମାନ୍ୟତା, ସମାନ କାମକୁ ସମାନ ଦରମା – ପିଆଇଟି, ମ୍ୟୁଜିକ୍‌ ଓ କମ୍ପୁଟର ଶିକ୍ଷକଙ୍କୁ ଅନ୍ୟ କର୍ମଚାରୀଙ୍କ ପରି ୪୬୦୦୦ ଗ୍ରେଡ୍‌ ପେ’ ପ୍ରଦାନ, ପ୍ରତ୍ୟେକ ଓଏଭିରେ ଗୋଟିଏ ପିଜିଟ ଓଡ଼ିଆ ପଦବୀ ସୃଷ୍ଟି, ପ୍ରତ୍ୟେକ ଓଏଭିରେ ଆର୍ଟଷ୍ଟ୍ରେ, ପ୍ରତ୍ୟେକ ଓଏଭିରେ ହିନ୍ଦୀ ଓ ସଂସ୍କୃତର ପାଇଁ ପିଜିଟ ପଦବୀ ସୃଷ୍ଟି, ଆର୍ଟ ଟିଚର ପୋଷ୍ଟକୁ ଟିଜିଟି ଆର୍ଟ ମାନ୍ୟତା, ପ୍ରିନ୍ସିପାଲମାନଙ୍କର ଗ୍ରେଟ ପେ’ ସମସ୍ୟା ପ୍ରତି ତତ୍କାଳୀନ ଯାନ ଦେବା, ଓଏଭି କର୍ମଚାରୀମାନଙ୍କ ସନ୍ତାନ ସନ୍ତତିମାନଙ୍କ ପାଇଁ ଭର୍ତ୍ତି ସମୟରେ ବିଶେଷ ସ୍ଥାନ ସଂରକ୍ଷଣ, ଓଏଭିର କ୍ଳର୍କ କର୍ମଚାରୀମାନଙ୍କୁ ନିୟମିତ କରାଯିବା, ଓଏଭି ଛାତ୍ରୀଛାତ୍ରଙ୍କୁ ଏନ୍‌ଇଇଟି ଓ ଜେଇଇ ପରୀକ୍ଷାରେ ୧୫% ସଂରକ୍ଷଣ ଦେବା, ଓଏଭି ଛାତ୍ରୀଛାତ୍ରଙ୍କୁ ଏନ୍‌ଏମ୍‌ଏମ୍‌ଏସ୍‌ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅନୁମତି, ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକଙ୍କର ପୂର୍ବସେବା ଅବଧିକୁ ବର୍ତ୍ତମାନ ସେବା ମର୍ଜ କରିବା ଓ ପୂର୍ବରୁ ଆଦର୍ଶ ବିଦ୍ୟାଳୟରେ ଟିଜିଟି ଭାବେ କାମ କରି ପୁନର୍ବାର ଟିଜିଟି ଭାବେ ଯୋଗଦେଇଥିବା ଶିକ୍ଷକମାନଙ୍କୁ ଚାକିରି ଓ ଦରମାରେ ସୁରକ୍ଷା ପ୍ରଦାନ, ଓଏଭିରେ ପି.ଏମ୍‌ ସ୍କୁଲ ଯୋଡ଼ିବା, ଅଧ୍ୟକ୍ଷମାନଙ୍କର ପ୍ରମୋଶନକୁ ଗୁରୁତ୍ୱ ଦେବା ଆଦି ଦାବି ନେଇ ଧାରଣାରେ ବସିଥିବା ବେଳେ ଏହି ସମସ୍ତ ଦାବି ହେଉଛି ଶିକ୍ଷାର ଗୁଣବତ୍ତା, କର୍ମଚାରୀଙ୍କ ନ୍ୟାୟ ଓ ଓଏଭି ପରିବାରର ସମଗ୍ର ଉନ୍ନତି ପାଇଁ ଅତ୍ୟାବଶ୍ୟକ। ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ନ ଦେଲେ ଆସନ୍ତା ଡିସେମ୍ବର ୮ରେ ଭୁବନେଶ୍ୱର ଯାଇ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି।

ଏହି ଧାରଣାରେ ଟିଜିଟି ଏସ୍‌.ଏସ୍‌.ଟି ପ୍ରଦୀପ କୁମାର, ଶିକ୍ଷକ ବିଶ୍ୱନାଥ ହେମ୍ବ୍ରମ, ଆଲୋକ କୁମାର ମହାନ୍ତ, ସଙ୍ଗୀତା ଧୁରୁଆ, ସଞ୍ଜୀବ ଭୁଏ, ଲିପିଶ୍ରୀ ବାରିକ, ଲଳିତ କୁମାର ନାଏକ, ରଞ୍ଜିତ ସାହୁ, ହିମାଦ୍ରୀ କୁମାର ନାଏକ, ନଗେଶ କରଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ପ୍ରମୁଖ ଉପସ୍ଥିତ ରହିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri