ନ୍ୟାୟ ଦାବି କଲେ ଓଏଭି ଶିକ୍ଷକ-କର୍ମଚାରୀ: ଶାନ୍ତିପୂର୍ଣ୍ଣ ଧାରଣାରେ ବସି…

ଥୁଆମୂଳ ରାମପୁର,୨୬ା୧୧(ଦୁର୍ଗା କୀର୍ତ୍ତି): ସାରା ରାଜ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ-କର୍ମଚାରୀମାନଙ୍କ ନ୍ୟାୟ ସଙ୍ଗତ ଦାବି ଏବଂ ଦୀର୍ଘ ଦିନ ଧରି ଉପେକ୍ଷିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଗତ ୨୪ ତାରିଖଠାରୁ ରାଜ୍ୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ୧୩ଟି ଏଜେଣ୍ଡା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ – କର୍ମଚାରୀମାନେ ମଧ୍ୟ ବୁଧବାର ସନ୍ଧ୍ୟାରେ ଶାନ୍ତିପୂର୍ଣ୍ଣ ଭାବରେ ବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ବସି ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଯେମିତିକି ଓଡିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀଙ୍କୁ ସରକାରୀ ମାନ୍ୟତା, ସମସ୍ତ କର୍ମଚାରୀଙ୍କୁ ୟୁନିଫର୍ମ କ୍ୟାଡର ମାନ୍ୟତା, ସମାନ କାମକୁ ସମାନ ଦରମା – ପିଆଇଟି, ମ୍ୟୁଜିକ୍‌ ଓ କମ୍ପୁଟର ଶିକ୍ଷକଙ୍କୁ ଅନ୍ୟ କର୍ମଚାରୀଙ୍କ ପରି ୪୬୦୦୦ ଗ୍ରେଡ୍‌ ପେ’ ପ୍ରଦାନ, ପ୍ରତ୍ୟେକ ଓଏଭିରେ ଗୋଟିଏ ପିଜିଟ ଓଡ଼ିଆ ପଦବୀ ସୃଷ୍ଟି, ପ୍ରତ୍ୟେକ ଓଏଭିରେ ଆର୍ଟଷ୍ଟ୍ରେ, ପ୍ରତ୍ୟେକ ଓଏଭିରେ ହିନ୍ଦୀ ଓ ସଂସ୍କୃତର ପାଇଁ ପିଜିଟ ପଦବୀ ସୃଷ୍ଟି, ଆର୍ଟ ଟିଚର ପୋଷ୍ଟକୁ ଟିଜିଟି ଆର୍ଟ ମାନ୍ୟତା, ପ୍ରିନ୍ସିପାଲମାନଙ୍କର ଗ୍ରେଟ ପେ’ ସମସ୍ୟା ପ୍ରତି ତତ୍କାଳୀନ ଯାନ ଦେବା, ଓଏଭି କର୍ମଚାରୀମାନଙ୍କ ସନ୍ତାନ ସନ୍ତତିମାନଙ୍କ ପାଇଁ ଭର୍ତ୍ତି ସମୟରେ ବିଶେଷ ସ୍ଥାନ ସଂରକ୍ଷଣ, ଓଏଭିର କ୍ଳର୍କ କର୍ମଚାରୀମାନଙ୍କୁ ନିୟମିତ କରାଯିବା, ଓଏଭି ଛାତ୍ରୀଛାତ୍ରଙ୍କୁ ଏନ୍‌ଇଇଟି ଓ ଜେଇଇ ପରୀକ୍ଷାରେ ୧୫% ସଂରକ୍ଷଣ ଦେବା, ଓଏଭି ଛାତ୍ରୀଛାତ୍ରଙ୍କୁ ଏନ୍‌ଏମ୍‌ଏମ୍‌ଏସ୍‌ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅନୁମତି, ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକଙ୍କର ପୂର୍ବସେବା ଅବଧିକୁ ବର୍ତ୍ତମାନ ସେବା ମର୍ଜ କରିବା ଓ ପୂର୍ବରୁ ଆଦର୍ଶ ବିଦ୍ୟାଳୟରେ ଟିଜିଟି ଭାବେ କାମ କରି ପୁନର୍ବାର ଟିଜିଟି ଭାବେ ଯୋଗଦେଇଥିବା ଶିକ୍ଷକମାନଙ୍କୁ ଚାକିରି ଓ ଦରମାରେ ସୁରକ୍ଷା ପ୍ରଦାନ, ଓଏଭିରେ ପି.ଏମ୍‌ ସ୍କୁଲ ଯୋଡ଼ିବା, ଅଧ୍ୟକ୍ଷମାନଙ୍କର ପ୍ରମୋଶନକୁ ଗୁରୁତ୍ୱ ଦେବା ଆଦି ଦାବି ନେଇ ଧାରଣାରେ ବସିଥିବା ବେଳେ ଏହି ସମସ୍ତ ଦାବି ହେଉଛି ଶିକ୍ଷାର ଗୁଣବତ୍ତା, କର୍ମଚାରୀଙ୍କ ନ୍ୟାୟ ଓ ଓଏଭି ପରିବାରର ସମଗ୍ର ଉନ୍ନତି ପାଇଁ ଅତ୍ୟାବଶ୍ୟକ। ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ନ ଦେଲେ ଆସନ୍ତା ଡିସେମ୍ବର ୮ରେ ଭୁବନେଶ୍ୱର ଯାଇ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି।

ଏହି ଧାରଣାରେ ଟିଜିଟି ଏସ୍‌.ଏସ୍‌.ଟି ପ୍ରଦୀପ କୁମାର, ଶିକ୍ଷକ ବିଶ୍ୱନାଥ ହେମ୍ବ୍ରମ, ଆଲୋକ କୁମାର ମହାନ୍ତ, ସଙ୍ଗୀତା ଧୁରୁଆ, ସଞ୍ଜୀବ ଭୁଏ, ଲିପିଶ୍ରୀ ବାରିକ, ଲଳିତ କୁମାର ନାଏକ, ରଞ୍ଜିତ ସାହୁ, ହିମାଦ୍ରୀ କୁମାର ନାଏକ, ନଗେଶ କରଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ପ୍ରମୁଖ ଉପସ୍ଥିତ ରହିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri