Categories: ଖେଳ

‘ପାକିସ୍ତାନ କ୍ରିକେଟକୁ ହତ୍ୟା କରିଛି ନ୍ୟୁଜିଲାଣ୍ଡ’

ରାଓ୍ବଲପିଣ୍ଡି,୧୭।୯: ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପୂର୍ବରୁ ସୁରକ୍ଷାଗତ କାରଣ ଦର୍ଶାଇ ସମ୍ପୂର୍ଣ୍ଣ ଗସ୍ତରୁ ଓହରି ଯାଇଛି ନ୍ୟୁଜିଲାଣ୍ଡ ଦଳ। ଫଳରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରାଇ ଆଣିବା ପାଇଁ ପାକିସ୍ତାନ ଚଲାଇଥିବା ପ୍ରୟାସକୁ ଲାଗିଛି ଶକ୍ତ ଧକ୍କା। ୨୦୦୩ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତ କରିଥିବା ନ୍ୟୁଜିଲାଣ୍ଡ ଦଳ ବିନା କୌଣସି ମ୍ୟାଚ୍‌ ଖେଳି ସ୍ବଦେଶ ଫେରିବାକୁ ନିଷ୍ପତ୍ତି ନେଇଛି।

ମ୍ୟାଚ୍‌ ଆରମ୍ଭ ହେବାର ଘଣ୍ଟାକ ପୂର୍ବରୁ ନ୍ୟୁଜିଲାଣ୍ଡର ନିଷ୍ପତ୍ତି ଅନେକ ପୂର୍ବତନ ଓ ବର୍ତ୍ତମାନ କ୍ରିକେଟରଙ୍କୁ ନିରାଶ କରିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ପେସର ତଥା ରାଓ୍ବଲପିଣ୍ଡି ଏକ୍ସପ୍ରେସ ଭାବେ ଜଣାଶୁଣା ଶୋଏବ ଅଖତର।

“ପାକିସ୍ତାନ କ୍ରିକେଟକୁ ନ୍ୟୁଜିଲାଣ୍ଡ ହତ୍ୟା କରିଛି। ରାଓ୍ବଲପିଣ୍ଡିରୁ ଆସିଛି ଏଭଳି ଦୁଃଖଦ ଖବର“ ବୋଲି ପୂର୍ବତନ ପେସର ଟୁଇଟ୍‌ କରିଛନ୍ତି। ତାଙ୍କ ଭଳି ଟୁଇଟରରେ ନିଜ ମତ ରଖିଛନ୍ତି ପାକିସ୍ତାନ ଦଳର ଅଧିନାୟକ ବାବର ଆଜମ। ”ସିରିଜ୍‌ ବାତିଲ ହେବାରୁ ଅତ୍ୟନ୍ତ ଦୁଃଖିତ। ଏହି ସିରିଜ୍‌ କୋଟି କୋଟି ପାକିସ୍ତାନ ପ୍ରଶଂସକଙ୍କ ମୁହଁରେ ହସ୍‌ ଫୁଟାଇ ପାରିଥାନ୍ତା। ଆମ ସୁରକ୍ଷା ଏଜେନି୍ସଙ୍କ ଦକ୍ଷତା ଓ ବିଶ୍ୱସନୀୟତା ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି। ସେମାନେ ଆମ ପାଇଁ ଗର୍ବ। ପାକିସ୍ତାନ ଜିନ୍ଦାବାଦ” ବୋଲି ଟୁଇଟ୍‌ କରିଛନ୍ତି ଅଜାମ।

Share