ସୁରକ୍ଷା ବଦଳରେ ବିପଦକୁ ଆମନ୍ତ୍ରଣ

ପଟ୍ଟାମୁଣ୍ଡାଇ,୧୫ା୭ (କଳ୍ପତରୁ ନାୟକ): ବାତ୍ୟା ଓ ବନ୍ୟା ସମୟରେ ବାସହୀନ, ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ରାଜ୍ୟ ସରକାର ପଞ୍ଚାୟତଗୁଡ଼ିକରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିଥିଲେ। ହେଲେ ରକ୍ଷଣାବେକ୍ଷଣ ଅଭାବ ଓ ନିମ୍ନମାନର କାମ ଯୋଗୁ ନିର୍ମାଣ ହୋଇଥିବା ଆଶ୍ରୟସ୍ଥଳ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ସୁରକ୍ଷା ପାଇଁ ହୋଇଥିବା ଆଶ୍ରୟସ୍ଥଳ ଏବେ ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହି ବିପଦକୁ ଆମନ୍ତ୍ରଣ କରୁଛି। ଏଭଳି ଏକ ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଣ୍ଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେ। ତେଣୁ ଏହି ବାତ୍ୟା ଆଶ୍ରୟସ୍ଥଳର ଏଭଳି ଅବସ୍ଥା ଦେଖି ଗ୍ରାମବାସୀଙ୍କ ଅସନ୍ତୋଷ ମଧ୍ୟ ତେଜିବାରେ ଲାଗିଛି।
ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଗ୍ରାମାଞ୍ଚଳ ଲୋକମାନଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶାସନ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନସ୍ଥାନରେ ୧୯୯୯ ମହାବାତ୍ୟା ପରେ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିଲା। ସେହିଭଳି ଖଡ଼ଇଣ୍ଟା ଗଁା ସ୍କୁଲ ପରିସରରେ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହୋଇଥିଲା। ଏବେ ସେହି ବାତ୍ୟା ଆଶ୍ରୟସ୍ଥଳ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ୨ ମହଲାବିଶିଷ୍ଟ ଗୃହଟିରୁ ସିମେଣ୍ଟ ଖଣ୍ଡ ଖସୁଥିବା ବେଳେ ଝରକା କବାଟ ଭାଙ୍ଗି ଯାଇଛି। ବିପତ୍ତି ସମୟରେ ଏଠାରେ ଲୋକମାନେ ଆଶ୍ରୟ ନେବା ଆଉ ସମ୍ଭବ ନୁହେଁ। ଏହି କୋଠାର ତଳ ମହଲା ଅର୍ଥାତ୍‌ ଗୋରୁଙ୍କ ପାଇଁ ଉଦ୍ଦିଷ୍ଟ ଗୁହାଳଟିରେ କେହି ବସାଉଠା କରିବାକୁ ସାହସ କରୁନାହାନ୍ତି। ଏହାର ପାଖରେ ଖଡ଼ଇଣ୍ଟା ପ୍ରାଥମିକ ବିଦ୍ୟାଳୟ ରହିଛି। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲା ପାଠ ପଢ଼ୁଛନ୍ତି। ପିଲାମାନେ ସେଠାରେ ଖେଳକୁଦ ମଧ୍ୟ କରୁଛନ୍ତି। କିନ୍ତୁ ବାତ୍ୟା ଆଶ୍ରୟସ୍ଥଳଟି ବିପଦସଙ୍କୁଳ ବୋଲି କୌଣସି ସୂଚନା ଫଳକ ଲଗାଯାଇନାହିଁ। ତେଣୁ ଉକ୍ତ କୋଠାଟିକୁ ମରାମତି କିମ୍ବା ତୁରନ୍ତ ଭାଙ୍ଗି ଦେବା ପାଇଁ ପୂର୍ବତନ ସରପଞ୍ଚ କଳାକାର ପ୍ରଧାନ, ଅଶୋକ ମହାନ୍ତି, ଅଜୟ ନାୟକ, ସୁଶାନ୍ତ ସାମଲ ଓ ପ୍ରଭାକର ସେଠୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ସେହିପରି ବ୍ଲକର ଅନ୍ୟ ୩୦ଟି ପଞ୍ଚାୟତରେ ଅଧିକାଂଶ ବାତ୍ୟା ଆଶ୍ରୟସ୍ଥଳ ରାଜ୍ୟ ବାହାରର ସାଂସଦ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଆର୍ଥକ ସହାୟତାରେ ନିର୍ମାଣ କରାଯାଇଥିଲା। ପ୍ରତିବର୍ଷ ନିୟମିତ ତଦାରଖ ଓ ପରିଚାଳନା ଅଭାବରୁ ବାତ୍ୟା ଆଶ୍ରୟସ୍ଥଳ ପାଇଁ ଉଦ୍ଦିଷ୍ଟ ସରଞ୍ଜାମ କେଉଁଠି ଅଚଳ ତ କେଉଁଠାରେ ଖରାପ ହୋଇ କାର୍ଯ୍ୟରେ ଲାଗୁନାହିଁ। ଏହାର ରକ୍ଷଣାବେକ୍ଷଣ ପାଇଁ କୌଣସି ବିଭାଗ ମୁଣ୍ଡ ଖେଳାଉ ନାହାନ୍ତି। କେବଳ ଲୋକଦେଖାଣିଆ ଭାବେ ବିପର୍ଯ୍ୟୟ ମୁକାବିଲା ନାମରେ ବିପନ୍ନଙ୍କୁ ଉଦ୍ଧାର ଓ ଥଇଥାନ ପାଇଁ ମକ୍‌ଡ୍ରିଲ କରାଯାଉଛି। ବହୁ ଆଶ୍ରୟସ୍ଥଳ ଅନ୍ୟଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଅସୁରକ୍ଷିତ ହୋଇପଡ଼ିଛି। ବାତ୍ୟା ଓ ବନ୍ୟା ଆସିଲେ ବିଶେଷକରି ରାଜସ୍ବ ଓ ପଞ୍ଚାୟତିରାଜ ବିଭାଗ ଏଗୁଡ଼ିକର କେବଳ ବ୍ୟବହାର ପାଇଁ ତତ୍ପରତା ଦେଖାଇଥାନ୍ତି। ଅନ୍ୟ ସମୟରେ ଏହି ଆଶ୍ରୟସ୍ଥଳର ଦୁରବସ୍ଥା ସମ୍ପର୍କରେ ସମୀକ୍ଷା କରିବାକୁ କୌଣସି ବିଭାଗ ପାଖରେ ସମୟ ନ ଥାଏ। ଏ ସମ୍ପର୍କରେ ପଟ୍ଟାମୁଣ୍ଡଇ ସହକାରୀ ଯନ୍ତ୍ରୀ ଜଳଧର ବେହେରାଙ୍କୁ ପଚାରିବାରେ ଆର୍‌ ଆଣ୍ଡ ବି ଅଧିକାରୀ ଯଦି ବିପଦପୂର୍ଣ୍ଣ ଅସୁରକ୍ଷିତ ଘୋଷଣା କରନ୍ତି ତା’ହେଲେ ଉକ୍ତ ବାତ୍ୟା ଆଶ୍ରୟସ୍ଥଳ ଉପରେ ପଦକ୍ଷେପ ନେଇ ମରାମତି କରାଯିବ ବୋଲି ସେ କହିଛନ୍ତି। ତେବେ ଏହି ବାତ୍ୟା ଆଶ୍ରୟସ୍ଥଳର ଅବସ୍ଥା ଏତେ ଖରାପ ହୋଇଛି ଯେ ତାହା ମରାମତି ନୁହେଁ ବରଂ ତାକୁ ଭାଙ୍ଗି ସମ୍ପୂର୍ଣ୍ଣ ନୂଆ ଭାବେ ନିର୍ମାଣ କରାଯିବା ଆବଶ୍ୟକ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri