Categories: ବାଣିଜ୍ୟ

ନୁଭୋକୋ ଭିସ୍ତାସ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୨: ନୁଭୋକୋ ଭିସ୍ତାସ୍‌ କର୍ପୋରେଶନ ଲିମିଟେଡ୍‌ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ୩ୟ ତ୍ରୈମାସରେ କମ୍ପାନୀର ମୋଟ ସିମେଣ୍ଟ ବିକ୍ରି ୪.୦୨ ଏମ୍‌ଏମ୍‌ଟି ରହିଥିବା ବେଳେ ପରିଚାଳନାରୁ ମିଳିଥିବା ରାଜସ୍ବ ୨୪୨୧କୋଟି ଟଙ୍କା ରହିଛି। ସେହିପରି ଏହି ଅବଧିରେ ଏବିଟଡା ବାର୍ଷିକ ଆଧାରରେ ୫୫% ବୃଦ୍ଧି ହୋଇ ୪୨୧ କୋଟି ଟଙ୍କା ରହିଛି। ଯାହା ଏହାର ମୋଟ ସିମେଣ୍ଟ କ୍ଷମତାକୁ ୨୫ ଏମ୍‌ଏମ୍‌ଟିପିଏରେ ପହଞ୍ଚାଇଛି। ସେହିପରି କମ୍ପାନୀ ପାଇଁ ପ୍ରିମିୟମ ପ୍ରଡକ୍ଟଗୁଡିକ ଏକ ପ୍ରମୁଖ କେନ୍ଦ୍ର ଭାବେ ବଜାୟ ରହିଛି ଏବଂ ଏହା ୩ୟ ତ୍ରୈମାସରେ କମ୍ପାନୀର ସିମେଣ୍ଟ କାରବାର ପରିମାଣରେ ୩୬%ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି। ଏ ସମ୍ପର୍କରେ ନୁଭୋକୋ ଭିସ୍ତାସ୍‌ କର୍ପୋରେଶନ ଲିଃର ପରିଚାଳନା ନିର୍ଦ୍ଦେଶକ ଜୟାକୁମାର କ୍ରିଷ୍ଣାସ୍ବାମୀ କହିଛନ୍ତି, ଆହ୍ବାନପୂର୍ଣ୍ଣ ଚାହିଦା ପରିବେଶ ସତ୍ତ୍ୱେ କମ୍ପାନୀ ଏବିଟଡାରେ ମଜଭୁତ ଅଭିବୃଦ୍ଧି ପ୍ରଦାନ କରିବା ଜାରି ରଖିଛି। ଆମେ ଗତ ୧୦ଟି ତ୍ରୈମାସ ତୁଳନାରେ ସର୍ବୋଚ୍ଚ ଏବିଟଡା ହାସଲ କରିଛୁ, ଯାହା ଆମର ପରିଚାଳନାଗତ ଉତ୍କର୍ଷର ଏକ ପ୍ରମାଣ । ଆମେ ପୂର୍ବାଞ୍ଚଳରେ ନିଜର ନେତୃତ୍ୱ ସ୍ଥିତିକୁ ବଜାୟ ରଖି ଉତ୍ତର ଭାରତରେ ବୃହତ୍‌ ବଜାର ଅଂଶ ହାସଲ କରିବା ଏବଂ ଗୁଣବତ୍ତା ଓ ଉଦ୍ଭାବନ ଉପରେ ଗୁରୁତ୍ୱ ଦେବା ଜାରି ରଖିବୁ। ଆମେ ଚଳିତ ଆର୍ଥିକ ବର୍ଷରେ ୫ଟି ନୂଆ ପ୍ଲାଣ୍ଟ କାର୍ଯ୍ୟକାରୀ କରିଛୁ, ଯାହା ଭାରତରେ ଆମର ମୋଟ ପ୍ଲାଣ୍ଟ ସଂଖ୍ୟାକୁ ୫୬ରେ ପହଞ୍ଚାଇଛି।

Share