ଇଣ୍ଡୋନେସିଆର ନୂଆ ରାଜଧାନୀ ନୁସନ୍ତରା…

ଜାକର୍ତା, ୧୯।୧ : ଇଣ୍ଡୋନେସିଆର ସଂସଦ ଦେଶର ନୂତନ ରାଜଧାନୀ ପାଇଁ ଏକ ଆଇନ ଅନୁମୋଦନ କରିଛି। ବର୍ତ୍ତମାନର ରାଜଧାନୀ ଜାକର୍ତ୍ତା ବୁଡ଼ିଯିବାର ଆଶଙ୍କା ବୃଦ୍ଧି ପାଇଛି। ଏହା ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇସାରିଛି । ଏଠାରେ ବାରମ୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ସହର ପ୍ରାୟତଃ ଜଳମଗ୍ନ ହୋଇଯାଉଛି। ଏହାଯୋଗୁ ସରକାରଙ୍କ କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଭାବ ପଡୁଛି। ସଂସଦରେ ଜାତୀୟ ରାଜଧାନୀ ବିଲ ମଙ୍ଗଳବାର ପାରିତ ହୋଇଛି। ନୂଆ ଯୋଜନା ଅନୁସାରେ ବର୍ତ୍ତମାନ ନୂତନ ରାଜଧାନୀ ନୁସନ୍ତରା ହେବ। ଏହା ବୋର୍ନେଓ ଦ୍ୱୀପର ଏକ ଅଂଶ ପୂର୍ବ କାଲିମାଣ୍ଟନରେ ସ୍ଥାପିତ ହେବ।

ନୂଆ ରାଜଧାନୀ ନିର୍ମାଣ ପାଇଁ ପ୍ରାୟ ୩୨ ବିଲିୟନ ଡଲାର କିପରି ଖର୍ଚ୍ଚ ହେବ ସେନେଇ ବିଲରେ ଉଲ୍ଲେଖ କରାଯାଇଛି। ନୂତନ ରାଜଧାନୀ ଦେଶର ପରିଚୟ ହେବ ବୋଲି ପ୍ରଧାନମନ୍ତ୍ରୀ ସୁହାର୍ସୋ ମୋନୋର୍ଫା କହିଛନ୍ତି। ଏହା ଅର୍ନ୍ତଜାତୀୟସ୍ତରରେ ଦେଶର ନୂଆ ପରିଚୟ ସୃଷ୍ଟି କରିବାକୁ ସକ୍ଷମ ହେବ। ଏହା ମଧ୍ୟ ଅର୍ଥନୈତିକ ଅଭିବୃଦ୍ଧିର ଏକ କେନ୍ଦ୍ର ହେବ ବୋଲି ସେ କହିଛନ୍ତି। ବର୍ତ୍ତମାନର ରାଜଧାନୀ ଜାକର୍ତ୍ତା ଏକ ଅତି ଜନବହୁଳ ସହରରେ ପରିଣତ ହୋଇଛି। ଏହି କାରଣରୁ, ସେଠାରେ ଥିବା ମୌଳିକ ସୁବିଧା ଉପରେ ଅତ୍ୟଧିକ ଚାପ ପଡ଼ିବାରେ ଲାଗିଛି।

କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବୈଦେଶିକ ମିଶନ-ଦୂତାବାସଗୁଡ଼ିକୁ ନୂଆ ରାଜଧାନୀକୁ ସ୍ଥାନାନ୍ତର କରାଯିବ। ତେବେ, ନୂଆ ରାଜଧାନୀ କେବେ ପ୍ରସ୍ତୁତ ହେବ ସେନେଇ ଚିତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାର ନିର୍ମାଣ କାର୍ଯ୍ୟ ୨୦୨୪ ମାର୍ଚ୍ଚ ସୁଦ୍ଧା ଆରମ୍ଭ ହେବ।

ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ୨୦୧୯ରେ ପ୍ରଥମ ଥର ପାଇଁ ନୂତନ ରାଜଧାନୀ ପ୍ରତିଷ୍ଠା ପାଇଁ ସଂସଦରେ ଏକ ବିଲ ଆଗତ କରିଥିଲେ। ଏହାର ବିଚାର କରିବା ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିଲା। ଏହି ପ୍ରସ୍ତାବକୁ ବିଲର ରୂପ ଦିଆଯାଇଥିଲା। ବର୍ତ୍ତମାନ ଏହାକୁ ଅନୁମୋଦନ କରାଯାଇଛି। ନୂତନ ରାଜଧାନୀର ପ୍ରଶାସନ ଦାୟିତ୍ୱ ରାଜ୍ୟ ରାଜଧାନୀ ପ୍ରାଧିକରଣର ମୁଖ୍ୟଙ୍କର ହେବ। ଯଦିଓ ବୋର୍ନେଓ ଏକ ବୃହତ ଦ୍ୱୀପ, ତେବେ ୨୫୬,୧୪୨ ହେକ୍ଟରରେ ନୂଆ ରାଜଧାନୀ ନୁସନ୍ତରା ନିର୍ମାଣ କରାଯିବ।

ମାତ୍ର ନୂଆ ରାଜଧାନୀ ଦ୍ୱାରା ଇକୋସିଷ୍ଟମ୍‌ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏଠାରେ ଘଞ୍ଚ ଜଙ୍ଗଲ ଏବଂ ଛୋଟ ନଦୀ ଅଛି । ଦ ଗାର୍ଡିଆନ ଅନୁଯାୟୀ, ନୂଆ ରାଜଧାନୀ ନିର୍ମାଣ ଫଳରେ ଏଠାକାର ସବୁଜତା ହ୍ରାସ ପାଇବା। ସେହିପରି ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଇବ। ଜଙ୍ଗଲ ପରିସୀମା କମ ହେବା କାରଣରୁ ବନ୍ୟଜନ୍ତୁମାନଙ୍କ ପାଇଁ ବଞ୍ଚିବା କଷ୍ଟକର ହେବାର ଆଶଙ୍କା ରହିଛି। ଏଠାରେ ଭାଲୁ ଏବଂ ଲମ୍ବା ନାକ ମାଙ୍କଡ଼ ଅଧିକ ଦେଖାଯାଇଥାନ୍ତି। ଜଙ୍ଗଲ ପରିସୀମା କମିଲେ ସେମାନେ ମଧ୍ୟ ହିଂସ୍ର ହେବାର ଆଶଙ୍କା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ନିଜ ହତ୍ୟାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଦେଲେ ଏମିତି…ସାରା ବିଶ୍ୱ ସ୍ତବ୍ଧ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri