୧୨ରୁ କାର୍ଯ୍ୟବନ୍ଦ କରିବେ ନର୍ସିଂ, ପାରା ମେଡିକାଲ କର୍ମଚାରୀ

କୋରାପୁଟ,୧୧ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଜଣେ ଅଧିକାରୀଙ୍କ ବଦଳି ଦାବି କରି ଦୀର୍ଘ ଦିନରୁ ବିବାଦ ଲାଗି ରହିଛି। ହେଲେ ବିବାଦର ସମାଧାନ ନ ହେବାରୁ ନର୍ସିଂ ଓ ପାରା ମେଡିକାଲ କର୍ମଚାରୀମାନେ ମେଡିକାଲ ଆଗରେ ଧାରଣାରେ ବସିଥିଲେ। ଏପରିକି ଅଧିକାରୀ ଜଣଙ୍କୁ ତୁରନ୍ତ ବଦଳି କରା ନ ଗଲେ ୧୨ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ, କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସିଂ ଅଫିସର, ଲାବ୍ରୋଟାରୀ ଟେକ୍ନିସିଆନ, ରେଡିଓ ଗ୍ରାଫର ଓ ଫର୍ମାସୀ ଅଫିସରମାନଙ୍କୁ ଅଧିକାରୀ ଜଣକ ମାନସିକ ନିର୍ଯାତନ ଦେବା, ବଦଳି ଧମକ ଦେବା ସହ ଦରମା ଅଟକାଇ ହଇରାଣ କରାଯାଉଥିବ ଅଭିଯୋଗ ହୋଇଛି। ଏପରିକି କର୍ମଚାରୀମାନେ ବିବାଦର ସମାଧାନ ନେଇ ଉପରିସ୍ତ ଅଧିକାରୀଙ୍କୁ ଜଣାଇଥିଲେ।

ପ୍ରଶାସନ ପକ୍ଷରୁ ତଦନ୍ତ କମିଟି ଦ୍ୱାରା ଘଟଣାର ତଦନ୍ତ କରାଯାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ବୁଧବାର ସୁଦ୍ଧା ସରକାର ଦାବି ନ ଶୁଣିଲେ ୧୨ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ କର୍ମଚାରୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନାସ୍ଥା ଭୋଟ୍‌ରେ ହାରିଗଲେ ପୌର ଉପାଧ୍ୟକ୍ଷା, ଜିତିଲେ…

ରାୟଗଡ଼ା,୧୧ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ଫଳାଫଳ ବୁଧବାର ପ୍ରକାଶ ପାଇଛି। ହାଇକୋର୍ଟରେ ରାୟ…

ବାଇକ୍‌ରେ ଚୋରା ଚାଲାଣ କରୁଥିଲେ ମଦ, ଘଟଣାସ୍ଥଳରୁ ମିଳିଲା…

ଦିଗପହଣ୍ଡି,୧୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଢେପାଗୁଡ଼ା, ତେଲିଆପଲ୍ଲୀ ସମେତ ବ୍ରହ୍ମପୁର ସଦର ଥାନା ଡେଙ୍ଗାପଦର ଗ୍ରାମରେ ବୁଧବାର ଅବକାରୀ ଟିମ୍‌…

ପୋଖରୀରୁ ମାଛ ଧରିବା ନେଇ ଗ୍ରାମରେ ଦେଖା ଦେଇଥିବା ବିବାଦ ଥମିଲା

ପୁରୁଷୋତ୍ତମପୁର,୧୧ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଣୀଗାଁ କାନକାଟି ପୋଖରୀରୁ ମାଛ ଧରିବାକୁ କେନ୍ଦ୍ର କରି ଲାଗି ରହିଥିବା ବିବାଦର ଏକପ୍ରକାରର ଅନ୍ତ ଘଟିଛି। ଶେଷରେ…

BCCI ପରେ ICCର ବଡ଼ ଘୋଷଣା, ଟିମ୍ ଇଣ୍ଡିଆ ଉପରେ କୋଟି କୋଟି ଟଙ୍କା ବର୍ଷା

ନୂଆଦିଲ୍ଲୀ,୧୧ା୩:  ମାର୍ଚ୍ଚ ୮ ତାରିଖରେ ଟି୨୦ ବିଶ୍ୱକପ୍ ବିଜେତା ଘୋଷଣା କରାଯାଇଥିଲା। ଟିମ୍ ଇଣ୍ଡିଆ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାସ୍ତ…

ମାଛ ଜାଲରୁ ସାପକୁ ଉଦ୍ଧାର କରିବାବେଳେ ମାରିଲା ଚୋଟ, ଆଉ ତା’ ପରେ…

ଆନନ୍ଦପୁର,୧୧ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କଲରା ଗଡ଼ିଆ ଗ୍ରାମର ସୁଜିତ ନାଏକ (୪୫)ବିଷଧର ସାପ ଚୋଟରେ ମୃତ୍ୟୁ ଘଟିଛି। ସୂଚନାରୁ…

ସାହାଯ୍ୟ କରୁଥିଲା ପାକିସ୍ତାନ, ଶେହବାଜଙ୍କୁ ଆଖି ଦେଖାଇଲା ଇରାନ

ଇସଲାମବାଦ,୧୧।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କଥା ହୋଇଛନ୍ତି। ପେଜେଶକିୟାନ ଇରାନ ଉପରେ ବିମାନ…

ଉତ୍କଳୀୟ ସଂସ୍କୃତିରେ ଶ୍ରୀଜଗନ୍ନାଥ, ଘୁମୁସରର ରାଜା-ପ୍ରଜାମାନଙ୍କ ପାଇଁ ଆଜି…

ଭଞ୍ଜନଗର,୧୧ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ବୁଧବାର ଉତ୍କଳୀୟ ସଂସ୍କୃତିରେ ଶ୍ରୀଜଗନ୍ନାଥ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ଅକ୍ଟୋବରରୁ ଚୋରି ହୋଇଥିବା ଟ୍ରାକ୍ଟର ଆନ୍ଧ୍ରରୁ ଉଦ୍ଧାର, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୧ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରୁ ଚୋରି ହୋଇଥିବା ଟ୍ରାକ୍ଟରକୁ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କରିଛି ଲୋଇସିଂହା ପୋଲିସ। ବଲାଙ୍ଗୀର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟଠାରେ ବୁଧବାର ଏକ ଖବରଦାତା ସମ୍ମିଳନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri