କଟକ,୩୦।୫: କଟକ ଯୋବ୍ରା ସ୍ଥିତ ଏକ ଘରୋଇ ହଷ୍ଟେଲରୁ ଶୁକ୍ରବାର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ମାଲଗୋଦାମ ପୋଲିସ ଜବତ କରିଛି। ମୃତକ ବାଲେଶ୍ବର ଅଞ୍ଚଳର ବୋଲି ଜଣାପଡିଛି।
ଯୁବତୀ ଜଣକ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ। ହେଲେ ଯୁବତୀ ଜଣକ କେଉଁ ପରିସ୍ଥିତିରେ ଜୀବନ ହାରିଲେ ତାହା ସ୍ପଷ୍ଟ ଜଣାପଡି ନାହିଁ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


