Posted inଜାତୀୟ

ନିଆଁ ଲଗାଇଲେ ନୂପୁର

ନୂଆଦିଲ୍ଲୀ/ମୁମ୍ବାଇ/ଶ୍ରୀନଗର, ୧୧।୬: ଭାଜପାର ୨ ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମା ଓ ନବୀନ କୁମାର ଜିନ୍ଦଲଙ୍କୁ ଗିରଫ କରିବା ପାଇଁ ସାରା ଦେଶର ମୁସଲମାନମାନେ ଦାବି କରିଆସୁଥିବାବେଳେ ଦିଲ୍ଲୀ ପୋଲିସ ସେମାନଙ୍କୁ ଘଣ୍ଟ ଘୋଡ଼ାଇ ନାମକୁ ମାତ୍ର ମାମଲା ରୁଜୁ କରିବା ଧର୍ମକୁ ଆଖିଠାର ସଦୃଶ। କେବଳ ଏତିକି ନୁହେଁ, ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ପୋଲିସ ରାଜନୈତିକ ସନ୍ତୁଳନ ପାଇଁ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ତଥା ହାଇଦ୍ରାବାଦ ଏମ୍‌ପି ଅସାଦୁଦ୍ଦିନ ଓଓ୍ବାଇସିଙ୍କ ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟର ଅନ୍ୟ କେତେଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହାର ପ୍ରତିବାଦ ଦେଖିବାକୁ ମିଳିଛି ଭାରତ ଓ ବିଦେଶରେ। ଦିଲ୍ଲୀର ଜାମା ମସ୍‌ଜିଦ୍‌ରେ ମୁସଲମାନମାନେ ନମାଜ ପାଠ ପରେ ପ୍ଲାକାର୍ଡ ଧରି ନୂପୁର ଓ ନବୀନଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ବଳ ପ୍ରୟୋଗ କରିଛି। ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟି ଛାତ୍ରୀଛାତ୍ର ଦୁହିଁଙ୍କ ଗିରଫ ଦାବିରେ କ୍ୟାମ୍ପସରେ ଧାରଣା ଦେଇଛନ୍ତି। ଝାଡ଼ଖଣ୍ଡର ରାଞ୍ଚତ୍ସ୍ଥିତ ହନୁମାନ ମନ୍ଦିର ନିକଟରେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିମାଡ଼ କରି ଟେକାମାଡ଼ର ଶିକାର ହୋଇଛି। କଶ୍ମୀରର କେତେକ ସ୍ଥାନରେ ବନ୍ଦ ପାଳନ କରାଯାଇଛି। ଜମ୍ମୁରେ କର୍ଫ୍ୟୁ ଜାରି କରାଯାଇଛି। ଶ୍ରୀନଗର, ଭଦେରଓ୍ବାହ ଓ କିଶତଓ୍ବାରରେ ପୋଲିସ ଫ୍ଲାଗ୍‌ମାର୍ଚ୍ଚ କରିଥିବାବେଳେ ଉପତ୍ୟକାର ଅନେକ ସ୍ଥାନରେ ମୋବାଇଲ, ଇଣ୍ଟରନେଟ୍‌ ସେବା ବାତିଲ କରାଯାଇଛି। ସବୁଠୁ ସଙ୍ଗିନ ସ୍ଥିତି ସୃଷ୍ଟି ହୋଇଛି ଭାଜପା ଶାସିତ ଉତ୍ତର ପ୍ରଦେଶରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ଆସନ ବାରାଣସୀ ସମେତ ବିଭିନ୍ନ ସହରରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଏପରି କି ମୋଦି ନିଜ ରାଜ୍ୟ ଗୁଜରାଟ ଗସ୍ତରେ ଥିବାବେଳେ ଅହମଦାବାଦ ଓ ବଡ଼ୋଦରା ସମେତ କେତେକ ସହରରେ ସଂଖ୍ୟାଲଘୁ ସମୁଦାୟ ଦୋକାନ ବଜାର ବନ୍ଦ କରି ନୂପୁରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ପଶ୍ଚିମବଙ୍ଗର ହାଓଡା ଜିଲା ପାଞ୍ଚଲାରେ ବିକ୍ଷୋଭକାରୀମାନେ ଭାଜପା ଅଫିସ୍‌ରେ ନିଆଁ ଲଗାଇବା ସହ କେତେକ ଗାଡ଼ି ଜାଳି ଦେଇଛନ୍ତି। ଜିଲାରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ନଷ୍ଟ ହୋଇ ଦଙ୍ଗା ସ୍ଥିତି ଲାଗିରହିଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ନୂଆଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କରି କହିଛନ୍ତି, ଭାରତର ଅଧିକାଂଶ ଐତିହାସିକ ଇତିହାସକୁ ଲିପିବଦ୍ଧ କରିବାବେଳେ ପାଣ୍ଡ୍ୟ ଓ ଚୋଳ ସାମ୍ରାଜ୍ୟର ଗୌରବମୟ ଶାସନକୁ ଅଣଦେଖା କରି ମୋଗଲମାନଙ୍କୁ ପ୍ରାଧାନ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri