ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା କ୍ରିତି ସାନନଙ୍କ ଭଉଣୀ ନୂପୁର ସାନନ ଏବଂ ଲୋକପ୍ରିୟ ଗାୟକ ଷ୍ଟେବିନ ବିନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶନିବାର ଉଦୟପୁରରେ କ୍ରିସ୍ଟିଆନ୍ ରୀତିନୀତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହରେ ପରିବାର ଏବଂ କିଛି ନିକଟତର ବନ୍ଧୁମାନେ ସାମିଲ ହୋଇଥିଲେ।
ବିବାହ ପରେ ଶନିବାର ସନ୍ଧ୍ୟାରେ ଏକ ଗ୍ଲାମରସ୍ କକଟେଲ୍ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ବଲିଉଡ୍ ଅଭିନେତ୍ରୀ ଦିଶା ପାଟାନୀ ଏବଂ ମୌନୀ ରୟ ଯୋଗଦେଇ ନୂଆ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସଙ୍ଗୀତ କାର୍ଯ୍ୟକ୍ରମରେ କ୍ରିତି ସାନନ ଏବଂ ତାଙ୍କ ମାଆ ‘ଦିଲ୍ ତୁ ଜାନ୍ ତୁ’ ଗୀତରେ ନାଚିଥିବା ବେଳେ ବରୁଣ ଶର୍ମାଙ୍କ ସହ କ୍ରିତିଙ୍କ ‘ଲଲିପପ୍’ ଗୀତରେ ଡ୍ୟାନ୍ସ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।
ଶନିବାର କ୍ରିସ୍ଟିଆନ୍ ରୀତିରେ ବିବାହ ପରେ ରବିବାର ପାରମ୍ପରିକ ହିନ୍ଦୁ ରୀତିନୀତି ଅନୁସାରେ ଉଭୟେ ବିବାହ କରିବେ। ସୋସିଆଲ ମିଡିଆରେ ଷ୍ଟେବିନ ବେନ ବିବାହର ଫଟୋ ସେୟାର କରି ଲେଖିଛନ୍ତି, “I did. I DO. I will. Always & Forever.”
ଉଭୟଙ୍କ ବିବାହ ଫଟୋ ଏବଂ ଭିଡିଓ ଏବେ ଇଣ୍ଟରନେଟରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ପ୍ରଶଂସକମାନେ ଏହି ନୂଆ ଯୋଡ଼ିଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ହିନ୍ଦୁ ବିବାହର ଫଟୋକୁ ଅପେକ୍ଷା କରିଛନ୍ତି।


