ସପ୍ତାହରେ ସଂକ୍ରମଣ ୪୦୩% ବୃଦ୍ଧି

ଜୋହାନ୍ସବର୍ଗ, ୨ା୧୨: ଦକ୍ଷିଣ ଆଫ୍ରିକାରେ କରୋନା ଭୂତାଣୁର ଓମିକ୍ରନ୍‌ ଭାରିଆଣ୍ଟ ପ୍ରଥମ ଚିହ୍ନଟ ହେବା ପରଠାରୁ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି। ସପ୍ତାହକ ମଧ୍ୟରେ ସେଠାରେ କୋଭିଡ୍‌ ପଜିଟିଭ୍‌ ମାମଲା ୪୦୩ ପ୍ରତିଶତ ବୃଦ୍ଧି ପାଇଛି। ମଙ୍ଗଳବାର ୪,୪୭୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା କି ଗତ ସପ୍ତାହ ମଙ୍ଗଳବାର ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ୮୬୮ ଅଧିକ। ଗତ ସୋମବାର ସେଠାରେ ୨,୨୭୩ ସଂକ୍ରମିତ ଚିହ୍ନଟ ହୋଇଥିଲେ। ୨୪ ଘଣ୍ଟାରେ ୪୨ ହଜାର ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୧୦%ରୁ ଅଧିକ ଜଣ ପଜିଟିଭ ବାହାରିଛନ୍ତି। ପଜିଟିଭ୍‌ ରେଟ୍‌ ୧୦.୨ ପ୍ରତିଶତ ଉପରେ ରହିବା ଭୟଙ୍କର ବୋଲି ସେଣ୍ଟର ଫର୍‌ ଏପିଡେମିକ ରେସ୍‌ପନ୍ସ ଆଣ୍ଡ ଇନୋଭେଶନ ନିର୍ଦ୍ଦେଶକ ପ୍ରଫେସର ଟୁଲିଓ ଡେ ଓଲିଭେଇରା କହିଛନ୍ତି। ଲୋକେ ମାସ୍କ ପିନ୍ଧିବା ଏବଂ ତୁରନ୍ତ ଟିକା ନେବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି। ଟିକା ନେଇ ନ ଥିବା ବ୍ୟକ୍ତି ଓମିକ୍ରନ ଭୂତାଣୁରେ ସଂକ୍ରମିତ ହେଲେ ସେମାନେ ସୁସ୍ଥ ହେବା ସମ୍ଭାବନା କମ୍‌ ବୋଲି ଡାକ୍ତର ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ୨ ବର୍ଷରୁ କମ୍‌ ବୟସର ଶିଶୁ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ୮୯,୮୪୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିସାରିଲାଣି।
ଦକ୍ଷିଣ କୋରିଆରେ ପ୍ରଥମ କରି ୫ ଜଣ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ବୁଧବାର ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଟିକାର ସମସ୍ତ ଡୋଜ୍‌ ନେଇଥିବା ଏକ ଦମ୍ପତି ରହିଛନ୍ତି। ଗତ ସପ୍ତାହରେ ସେମାନେ ନାଇଜେରିଆରୁ ଫେରିଥିଲେ। ଦମ୍ପତିଙ୍କ ୨ ପରିବାର ସଦସ୍ୟ ଓ ଜଣେ ସାଙ୍ଗ ଓମିକ୍ରନ୍‌ରେ ସଂକ୍ରମିତ ହୋଇଛନ୍ତି। ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବେଲ୍‌ଜିୟମ, ବୋଟ୍‌ସଓ୍ବାନା, ବ୍ରାଜିଲ, କାନାଡା, ଚେକ୍‌ ରିପବ୍ଲିକ୍‌, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ, ଇଟାଲୀ, ଜାପାନ, ନେଦରଲାଣ୍ଡ୍‌ସ, ନାଇଜେରିଆ, ନରଓ୍ବେ, ପର୍ତ୍ତୁଗାଲ, ସାଉଦି ଆରବ, ସ୍ପେନ୍‌, ସୁଇଡେନ୍‌, ବ୍ରିଟେନରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇସାରିଛି।

ଆଫ୍ରିକା ପୂର୍ବରୁ ୟୁରୋପରେ ଥିଲା ଓମିକ୍ରନ୍‌

ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଓମିକ୍ରନ ଚିହ୍ନଟ ହେବା ପୂର୍ବରୁ ୟୁରୋପୀୟ ଦେଶଗୁଡ଼ିକରେ ଏହି ସୁପରମ୍ୟୁଟାଣ୍ଟ ରହିଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି। ବେଲ୍‌ଜିୟମ, ଜର୍ମାନୀ, ନେଦରଲାଣ୍ଡ୍‌ସ ଆଦି ଦେଶରେ ଓମିକ୍ରନ ଭାରିଆଣ୍ଟ ପୂର୍ବରୁ ରହିଥିଲା। ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକା ୩୨ ମ୍ୟୁଟେଶନ ଥିବା ଓମିକ୍ରନ ଭାରିଆଣ୍ଟ ସମ୍ପର୍କରେ ପ୍ରଥମେ ବିଶ୍ୱକୁ ଜଣାଇଥିଲା। ହେଲେ ବେଲ୍‌ଜିୟମ ଏବଂ ଜର୍ମାନୀରେ ନମୁନା ପରୀକ୍ଷଣ ପରେ ନଭେମ୍ବର ୨୪ ପୂର୍ବରୁ ସେଠାରେ ଏହି ଭାରିଆଣ୍ଟ ଥିବା ସ୍ପଷ୍ଟ ହୋଇଛି। ବେଲ୍‌ଜିୟମରେ ଚିହ୍ନଟ ଓମିକ୍ରନ ସଂକ୍ରମିତ ପୂର୍ବରୁ ଇଜିପ୍ଟ ଭ୍ରମଣ କରିଥିଲେ। ସେ ନଭେମ୍ବର ୧୧ରେ ଇଜିପ୍ଟରୁ ଫେରିବା ପରେ ତାଙ୍କଠାରେ ଲକ୍ଷଣ ଦେଖାଦେଇଥିଲା ବୋଲି ବେଲ୍‌ଜିୟମ ଡାକ୍ତର ମାର୍କ ଭ୍ୟାନ୍‌ ରାନ୍‌ଷ୍ଟ ଟୁଇଟ୍‌ କରିଛନ୍ତି। ସେହିପରି ନଭେମ୍ବର ୧୯ରୁ ୨୩ ମଧ୍ୟରେ ପଶ୍ଚିମ ୟୁରୋପରେ ଓମିକ୍ରନ ଭାରିଆଣ୍ଟ ମିଳିଥିଲା ବୋଲି ଡଚ୍‌ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri