ପାଶ୍ଚାତ୍ୟରେ ‘ଅଣୁ ଅସ୍ତ୍ର’ ଛନକା

ମସ୍କୋ/କିଭ୍‌,୭ା୧୧: ୟୁକ୍ରେନ୍‌ ଉପରେ ଆକ୍ରମଣ କରି ହରଡ଼ଘଣାରେ ପଡ଼ିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିକଟରେ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ଇମାନ୍ବେଲ ମାକ୍‌ରଁଙ୍କ ସହ କଥା ହୋଇଥିଲେ। ବାର୍ତ୍ତାଳାପ ବେଳେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷରେ ଜାପାନ ଉପରେ ଆମେରିକା ପକ୍ଷରୁ ନିକ୍ଷେପ କରାଯାଇଥିବା ପରମାଣୁ ବୋମା ସମ୍ପର୍କରେ ଅବତାରଣା କରିଥିଲେ। ଏହି ଆକ୍ରମଣ ପରେ ଜାପାନ ଆମତ୍ସମର୍ପଣ କରିଥିଲା। ତେଣୁ ବିଜୟ ହାସଲ ପାଇଁ ବଡ଼ ସହରଗୁଡ଼ିକୁ ଟାର୍ଗେଟ କରିବା ଆବଶ୍ୟକ ନୁହେଁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଏହାର ଏକ ଦୃଷ୍ଟାନ୍ତ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ମାକ୍‌ରଁଙ୍କୁ ପୁଟିନ୍‌ କହିଥିବା ନେଇ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଛି। ପୁଟିନ୍‌ କିଭ୍‌କୁ ଛାଡ଼ି ପୂର୍ବ ୟୁକ୍ରେନ୍‌ରେ ଆଣବିକ ଅସ୍ତ୍ର ପ୍ରୟୋଗର ନିଷ୍ପତ୍ତି ନେଇପାରନ୍ତି ବୋଲି ଏହି ବାର୍ତ୍ତାଳାପରୁ ସଙ୍କେତ ମିଳୁଥିବା ଉକ୍ତ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଇଛି।
ଗତ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ଆଣବିକ ଅସ୍ତ୍ର ଭୟ ବଢ଼ିବାରେ ଲାଗିଛି। କିଭ୍‌କୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସାମରିକ ସହାୟତା ଦେଇଆସୁଛନ୍ତି। ୟୁକ୍ରେନ୍‌ ରୁଷିଆ ବିରୋଧରେ ‘ଡାର୍ଟି ବମ୍‌’ ବ୍ୟବହାର କରିପାରେ ବୋଲି ନିକଟରେ ମସ୍କୋ ଆଶଙ୍କା ବ୍ୟକ୍ତ କରିଥିଲା। ଏଭଳି ସ୍ଥିତିରେ ମାକ୍‌ରଁଙ୍କ ସହ କଥା ହେବାବେଳେ ପୁଟିନ୍‌ଙ୍କ ପାଟିରୁ ‘ପରମାଣୁ ବୋମା’ ବାହାରିବା ଆଉ ଏକ ସମ୍ଭାବ୍ୟ ବିଧ୍ୱଂସକୁ ସୂଚାଉଥିବା କୁହାଯାଉଛି। ୟୁକ୍ରେନ୍‌ ଯୁଦ୍ଧର ଅବସାନ ଲାଗି ପୁଟିନ୍‌ ଟାକ୍ଟିକାଲ ଓ୍ବିପନ ପ୍ରୟୋଗ କରିପାରନ୍ତି ବୋଲି ପାଶ୍ଚାତ୍ୟର ନେତାମାନଙ୍କ ମନରେ ଛନକା ପଶିଛି। ପ୍ରକାଶ ଯେ, ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋଶିମା ଉପରେ ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା। ଏହାର ୩ ଦିନ ପରେ ନାଗାସାକିକୁ ଆଣବିକ ଅସ୍ତ୍ରରେ ଟାର୍ଗେଟ କରିଥିଲା। ପ୍ରଥମ ବୋମାକୁ ‘ଲିଟିଲ୍‌ ବୟ’ କୁହାଯାଇଥିବାବେଳେ ଦ୍ୱିତୀୟ ବୋମାକୁ ‘ଫ୍ୟାଟ୍‌ ମ୍ୟାନ୍‌’ ନାମକରଣ କରାଯାଇଥିଲା। ଏହି ଆକ୍ରମଣରେ ୩,୫୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ। ସେବେଠୁ ଅଦ୍ୟାବଧି କୌଣସି ଯୁଦ୍ଧରେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯାଇନାହିଁ। ପୁଟିନ୍‌ ପାଶ୍ଚାତ୍ୟକୁ ବାରମ୍ବାର ଅଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଉଥିବାବେଳେ ଏହାର ପରିଣାମ ଭୟଙ୍କର ହେବ ବୋଲି ଆମେରିକା ନେତୃତ୍ୱାଧୀନ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ଚେତାବନୀ ଦେଉଛି। ଏଭଳି ସମୟରେ ପୃଥିବୀ ନିଦ୍ରାବସ୍ଥାରେ ଆଣବିକ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଥିବା ନେଇ ମଣିଷ ଜାତିକୁ ସତର୍କ କରାଇଛି ପ୍ରଳୟର ପ୍ରତୀକାମତ୍କ ଘଣ୍ଟା ଡୁମ୍ସକ୍ଲକ୍‌। ଆମେରିକା ଓ ରୁଷିଆ ମଧ୍ୟରେ ଆଣବିକ ଅସ୍ତ୍ର ପ୍ରତିଯୋଗିତା ଆରମ୍ଭ ହେବାର ୨ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୯୪୭ରେ ଡୁମ୍ସଡେ କ୍ଲକ୍‌ ପ୍ରତିଷ୍ଠା କରାଯାଇଥିଲା। ସେବେଠୁ ଅଦ୍ୟାବଧି ଏହାକୁ ୨୪ ଥର ରିସେଟ୍‌ କରାଗଲାଣି। ୭୫ ବର୍ଷ ମଧ୍ୟରେ ଏହି କ୍ଲକ୍‌ ୨୪ ଥର ଘୂରିଲାଣି। ଶୀତଳଯୁଦ୍ଧ ଶେଷ ହେବା ପରେ ୧୯୯୧ ଜାନୁୟାରୀ ମଧ୍ୟରାତ୍ରିରେ ଏହା ସବୁଠୁ ଅଧିକ ବେଗରେ ଗତି କରିଥିଲା।

ଡୁମ୍ସଡେ କ୍ଲକ୍‌ କ’ଣ

ଡୁମ୍ସଡେ କ୍ଲକ୍‌ ହେଉଛି ଖ୍ରୀଷ୍ଟିଆନ, ଇହୁଦୀ ଓ ଇସ୍‌ଲାମ ଧର୍ମଗ୍ରନ୍ଥରେ ଉଲ୍ଲିଖିତ ପୃଥିବୀର ଅନ୍ତ ଏବଂ ମଣିଷର ଶେଷ ବିଚାର ଦିନ। ଏହାକୁ କେହି କେହି ‘ପ୍ରଳୟ ଦିବସ’ ଭାବେ ମଧ୍ୟ ଅଭିହିତ କରିଥାଆନ୍ତି। ଡୁମ୍ସ କ୍ଲକ୍‌ ଏକ ପ୍ରତୀକ, ଯାହାକି ମଣିଷ ଦ୍ୱାରା ବିକଶିତ କାରିଗରି ପୃଥିବୀକୁ କେତେ ଧ୍ୱଂସାଭିମୁଖୀ କରାଉଛି ତାହା ଦର୍ଶାଇଥାଏ। ପ୍ରଳୟ ରାତିକୁ କେତେ ମିନିଟ ବାକି ଅଛି ସେନେଇ ଅଣଲାଭକାରୀ ସଙ୍ଗଠନ ଆଟମିକ୍‌ ସାଇଣ୍ଟିଷ୍ଟ୍‌ସ ଦ୍ୱାରା ପ୍ରତିବର୍ଷ ନିର୍ଦ୍ଧାରିତ ବୁଲେଟିନ୍‌ ମଣିଷ ଜାତିକୁ ପ୍ରତୀକାମତ୍କ ଭାବେ ସତର୍କ କରାଇଥାଏ। ଧରାପୃଷ୍ଠରେ ଆମକୁ ତିଷ୍ଠିବାକୁ ହେଲେ ଆଣବିକ ଅସ୍ତ୍ର ପ୍ରୟୋଗଜନିତ ବିପଦକୁ ଏଡ଼ାଇବାକୁ ପଡ଼ିବ ବୋଲି ଡୁମ୍ସଡେ କ୍ଲକ୍‌ ସନ୍ଦେଶ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ନିଦ ହଜାଇଲା ଚାଇନା: ଶେଷରେ ବନ୍ଧୁତା ପଡ଼ିଲା ଭାରୀ

ଓ୍ବାଶିଂଟନ୍‌,୧୯।୧୨: ଆମେରିକା ଦ୍ୱାରା ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରାଯିବା ପରେ ସରକାର ରପ୍ତାନିକାରୀଙ୍କ ପାଇଁ ବିକଳ୍ପ ବଜାର ଖୋଜିବାର ରଣନୀତି ଗ୍ରହଣ କରିଥିଲେ।...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

ଓମାନରେ ମୋଦିଙ୍କୁ ଭବ୍ୟ ସ୍ବାଗତରେ ଥରି ଉଠିଲା ମୁସଲମାନ ଦେଶ, ପାକିସ୍ତାନୀ ବିଶେଷଜ୍ଞ କହିଲେ…

ମସ୍କାଟ୍‌/ନୂଆଦିଲ୍ଲୀ,୧୯ା୧୨: ଜୋର୍ଡାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମାନରେ ମିଳିଥିବା ଭବ୍ୟ ସ୍ବାଗତରେ ପାକିସ୍ତାନ ରାଗରେ ଖପ୍ପା ହୋଇଉଠିଛି। ମୁସଲମାନ ଦେଶଗୁଡ଼ିକରେ ତାଙ୍କୁ ମିଳିଥିବା ସ୍ବାଗତ...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ସ୍କୁଲରେ ପାଳନ ହେବନି ଶିଶୁଦିବସ, ଗୁରୁଦିବସ! ସରକାରଙ୍କୁ ଏପରି ଦାବି କଲେ ଶିକ୍ଷକ

ଭୁବନେଶ୍ୱର,୧୯ା୧୨: ୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri