ଦୀର୍ଘ ୬ ମାସ ହେଲା ଅନ୍ଧାରରେ ନୂଆସାହି ବାସିନ୍ଦା

ପୋଲସରା,୩୦ା୭(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡ଼ା ଗ୍ରାମର ନୂଆସାହି ବାସିନ୍ଦା ଦୀର୍ଘ ୬ ମାସ ହେବ ଅନ୍ଧାରରେ ଚଳପ୍ରଚଳ କରୁଛନ୍ତି। ଉକ୍ତ ସାହିରେ ଷ୍ଟ୍ରିଟ୍‌ ଲାଇଟ୍‌ ଦୀର୍ଘ ୬ ମାସ ହେବ ବନ୍ଦ ହୋଇପଡ଼ିଛି। ଯାହା ଫଳରେ ସାହି ବାସିନ୍ଦା ରାତିରେ ଯିବା ପାଇଁ ଭୟ କରୁଛନ୍ତି। ସାହିରେ ଷ୍ଟ୍ରିଟ୍‌ ଲାଇଟ୍‌ର କୌଣସି ବ୍ୟବସ୍ଥା ନ ଥିବା ହେତୁ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଦୀର୍ଘ ୬ ମାସ ହେବ ଅନ୍ଧାରରେ ରହିଛନ୍ତି। ଉକ୍ତ ସମସ୍ୟାକୁ ନେଇ ଅଭିଯୋଗ ଆସିଛି। ଦୁଇ ଦିନ ମଧ୍ୟରେ ଲାଇଟ୍‌ ଲଗାଯିବ ବୋଲି ସରପଞ୍ଚ ସିମଞ୍ଚାଳ ସେଠୀ କହିଛନ୍ତି। ଯଥାଶୀଘ୍ର ସାହିରେ ଷ୍ଟ୍ରିଟ୍‌ ଲାଇଟ୍‌ର ବ୍ୟବସ୍ଥା କରିବାକୁ ଦାବି ହୋଇଛି।