ରାଜନୀତିରେ ନୂଆମୋଡ଼: ଯେଉଁ ବସନ୍ତଙ୍କୁ ପ୍ରତିଦ୍ୱନ୍ଦୀ ଭାବୁଥିଲେ ତାଙ୍କ ପାଦଛୁଇଁଲେ ଜୟ

ନୂଆପଡ଼ା,୧୫।୧୦(ମକାରୁବେମାଲ): ନୂଆପଡା ଉପ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ଗୋଟେ ପଟେ କହିବାକୁ ଗଲେ ବିଜେଡି ପାଇଁ ଅଡୁଆ ବଢ଼ିଛି। ନୂଆପଡ଼ା ଉପ ନିର୍ବାଚନ ପୂର୍ବରୁ ବସନ୍ତ ପଣ୍ଡାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଜୟ ଢୋଲକିଆ। ନୂଆପଡ଼ା ପାଇଁ ଭାଜପା ପ୍ରାର୍ଥୀ ଘୋଷଣା ପୂର୍ବରୁ ଜୟଙ୍କ ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇଛି। ଭାଜପାର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ସେହି ସମୟରେ ଖରିଆର ରୋଡ NAC ଅଧ୍ୟକ୍ଷା ସୋନିଆ ଜୈନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଜୟଙ୍କ ବାପା ବିଜେଡରେ ଥିବାରୁ ସେ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା। ଯାହାଦ୍ୱାରା ବିଜେଡିକୁ ସିମ୍ପାଥି ଭୋଟ ମଧ୍ୟ ମିଳିଥାଆନ୍ତା। କିନ୍ତୁ  ନବୀନ ଦିଲ୍ଲୀରୁ ଫେରୁ ଫେରୁ ଜୟଙ୍କ ପଦ୍ମ ଧରିବା ରାଜନୈତିକ ମହଲରେ ଝଡ ସୃଷ୍ଟି କରିଥିଲା। ଯଦି ଭାଜପା ପକ୍ଷରୁ ଜୟ ପ୍ରାର୍ଥୀ ହୁଅନ୍ତି ତେବେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ସବୁଠାରୁ ବଡ଼ କଥା ହେଲା ଯେ, ବିଜେଡିର ପଦଯାତ୍ରାରେ ଜୟଙ୍କୁ ଦେଖିବାକୁ ମିଳି ନ ଥିଲା। ସେବେଠାରୁ ଏକ ପ୍ରକାର ନିଶ୍ଚିତ ହୋଇଥିଲା ଯେ, ଜୟ ଢୋଲକିଆ ଭାଜପା ଆଡ଼କୁ ଢଳିଥିଲେ। ନୂଆଦିଲ୍ଲୀରେ ଭାଜପାର କେନ୍ଦ୍ରୀୟ ନେତୃତ୍ବଙ୍କୁ ଦେଖା କରିଥିଲେ।  ଜୟ ଭାଜପା ପ୍ରାର୍ଥୀ ହେଲେ ନୂଆପଡ଼ାର ଅଙ୍କ ଓଲଟପାଲଟ ହୋଇଯିବ ଏବଂ ଭାଜପାର ବିଜୟ ସହଜସାଧ୍ୟ ହୋଇଯିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।  ତେଣେ ଏହା ବିଜେଡି ଲାଗି ମୁଣ୍ଡବ୍ୟଥାର କାରଣ ବି ହେବ।

୨୦୨୪ ସାଧାରଣ ନିର୍ବାଚନରେ ଏହି ଆସନ ବିଜେଡି ହାତରେ ରହିଥିଲା। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ବିଜୟୀ ହୋଇଥିଲେ। ସ୍ବାଧୀନ ପ୍ରାର୍ଥୀ ଭାବେ ଘାସିରାମ ମାଝୀ ଦ୍ୱିତୀୟ ସ୍ଥାନରେ ଥିଲେ। ବର୍ତ୍ତମାନ କଂଗ୍ରେସ ଏହି ଉପନିର୍ବାଚନ ଲାଗି ଘାସିରାମଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି। ଭାଜପା ପକ୍ଷରୁ ପୂର୍ବତନ ଏମପି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ତୃତୀୟ ସ୍ଥାନରେ ରହିଥିଲେ। କିନ୍ତୁ ଏବେ ଜୟ ଢୋଲକିଆଙ୍କୁ ଭାଜପା ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଗତ ମାସ ୮ ତାରିଖରେ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri