ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ: ବାହାରେ ଚକାଚକ୍‌, ଭିତରେ ଅଳିଆ

ନୂଆପଡ଼ା,୬ ା୧୦(ମକାରୁ ବେମାଲ):ନୂଆପଡ଼ାକୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲା ଗଠନ କରି ଭାରତରେ ଏକ ନମ୍ବର କରିବା ପାଇଁ ଜିଲା ପ୍ରଶାସନ ପ୍ରୟାସ ଜାରି ରଖିଛନ୍ତି। ପ୍ରତ୍ୟେକ ସୋମବାର ଗୋଟିଏ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଏକକ ବ୍ୟବହାର ପ୍ଲାଷ୍ଟିକମୁକ୍ତ ଉପରେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି ଓ ପ୍ରତ୍ୟେକ ଶନିବାର କିମ୍ବା ପାଳନୀୟ ଦିବସରେ ସ୍ବଚ୍ଛତା ଅଭିଯାନ କରି ଅଳିଆ ଆବର୍ଜନା ସଫା ସୁତୁରା କରିବାରେ ଅଧିକାରୀ, କର୍ମଚାରୀଠାରୁ ସ୍ବେଚ୍ଛାସେବୀ ଅନୁଷ୍ଠାନ, ସ୍ବୟଂ ସହାୟକ ମହିଳା ଗୋଷ୍ଠୀ, ଯୁବ ଅନୁଷ୍ଠାନ ଓ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରୀଛାତ୍ର ନିୟୋଜିତ ରହୁଛନ୍ତି। ହେଲ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟତିକ୍ରମ ଦେଖାଦେଇଛି। ସାତ ମହଲା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟ ବାହାରେ ଚକାଚକ୍‌ ଦିଶୁଥିବା ବେଳେ ଭିତରେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ରହିଛି।
ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ମା’ ଓ ଶିଶୁ ବିଭାଗରେ ବହୁତ ଅବ୍ୟବସ୍ଥା ଦେଖାଦେଇଛି। ଶୌଚାଳୟ ଓ ୱାର୍ଡଗୁଡ଼ିକ ନିୟମିତ ସଫା କରା ଯାଉ ନ ଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି। ଫଳରେ ରୋଗୀ ଓ ସମ୍ପର୍କୀୟମାନେ ଅଣନିଃଶ୍ୱାସୀ ହେଉଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରିଛନ୍ତି। ସଫେଇ କର୍ମଚାରୀମାନେ ରୋଗୀ ୱାର୍ଡଗୁଡ଼ିକୁ ଫିନାଇଲ ବଦଳରେ ପାଣି ଛିଞ୍ଚି ନାମକୁ ମାତ୍ର ସଫେଇ କରି ଚାଲିଯାଉଛନ୍ତି। ଶୋଚାଳୟ ବା ଅନ୍ୟସ୍ଥାନଗୁଡ଼ିକୁ ଭଲରେ ସଫା କରୁ ନାହାନ୍ତି ା ଡଷ୍ଟବିନଗୁଡ଼ିକରେ ଭଲ ଭାବରେ ପଲିଥିନ ଲାଗୁ ନ ଥିବାରୁ ଅଳିଆ ଆବର୍ଜନା ସେଠାରେ ପଡ଼ି ରହୁଛି। ନିୟମିତ ଭାବରେ ସଫା ସୁତୁରା ହେଉ ନ ଥିବାରୁ ଆବର୍ଜନା ପଚିଶଢ଼ି ଦୁର୍ଗନ୍ଧ ହେଉଛି। ଅନେକ ସମୟରେ ତଦାରଖ ଅଭାବରୁ ରୋଗୀ ଓ ସମ୍ପର୍କୀୟମାନେ ଭଲ ଭାବରେ ସଫା ନ କରି ଶୌଚାଳୟରୁ ବାହାରି ଆସୁଛନ୍ତି, ଯାହାକୁ ଅନ୍ୟ ରୋଗୀ ବା ସମ୍ପର୍କୀୟମାନେ ବ୍ୟବହାର କରିପାରୁ ନାହାନ୍ତି। ସେହିଭଳି ମା’ ଓ ଶିଶୁ ବିଭ଼ାଗର ଶୌଚାଳୟଗୁଡ଼ିକ ମଧ୍ୟ ବହୁ କଦର୍ଯ୍ୟ ଅବସ୍ଥାରେ ପଡ଼ିଛି। ଗର୍ଭବତୀ ଓ ପ୍ରସୂତାମାନେ ଶୌଚ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣିର ସୁବିଧା ଥିଲେ ମଧ୍ୟ ରୋଗୀ ଓ ସମ୍ପର୍କୀୟମାନେ ସଫା ନ କରି ପଳାଇ ଆସୁଛନ୍ତି। ଅପରିଷ୍କାର ଶୌଚାଳୟରେ ଶୌଚ କରି ଅନ୍ୟମାନେ ସଂକ୍ରମିତ ହେଉଛନ୍ତି। ହସ୍ପିଟାଲ ଡ୍ରେନ୍‌ରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିବାରୁ ମଶା ମାଛି ବଂଶ ବୃଦ୍ଧି ହୋଇ ସଂକ୍ରମଣକୁ ଆମନ୍ତ୍ରଣ କରୁଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତିଦିନ ଜିଲା ତଥା ଜିଲା ବାହାରୁ ହଜାର ହଜାର ରୋଗୀ ଆସୁଛନ୍ତି। ଚିକିତ୍ସାଳୟ ପରିସର ଅପରିଷ୍କାର ଅପରିଚ୍ଛନ୍ନତା ରହୁଥିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ୮ଟି ଲିଫ୍ଟ ରହିଥିବା ବେଳେ ୫ଟି ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଛି। ଫଳରେ କାର୍ଯ୍ୟକ୍ଷମ ରହିଥିବା ୩ଟି ଲିଫ୍ଟରେ ରୋଗୀ ଠିକ ସମୟରେ ଠିକଣା ସ୍ଥାନକୁ ପହଞ୍ଚତ୍ ପାରୁ ନାହାନ୍ତି ା ଏହା ଉପରେ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି ା ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧନେଶ୍ୱର ସେଠୀଙ୍କୁ ପଚାରିବାରୁ ପ୍ରତ୍ୟେକ ଦିନ ସଫା କରାଯାଉଛି। ସଫେଇ ଓ ଲିଫ୍ଟ ପାଇଁ ଏଜେନ୍ସିଙ୍କୁ ଦିଆଯାଇଛି ା ଏହାର ତଦାରଖ ପାଇଁ ହସ୍ପିଟାଲ ମ୍ୟାନେଜର ଓ ସୁପରଭାଇଜର ରହିଛନ୍ତି। ସେମାନେ ପ୍ରତିଦିନ ଯାଇ ତଦାରଖ କରୁଛନ୍ତି। କେଉଁଠି ଛାଡ଼ି ହୋଇଯାଇଥିବ ବୋଲି ସେଠୀ କହିଥିଲେ ା ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ଏହା ଉପରେ ତଦନ୍ତ କରାଯିବ। କାର୍ଯ୍ୟରେ ଯିଏ ଅବହେଳା କରୁଛି ତା’ ଉପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସାଂଗଠନିକ କାର୍ଯ୍ୟର ପ୍ରସାର ଜରୁରୀ’

ବଞ୍ଚୋ,୧୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନନ୍ଦପୁର ଷ୍ଟାଡିୟମରେ ନେତାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳନ…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri