ରାତାରାତି ପଲଟିଗଲା ଗେମ୍‌: ବସନ୍ତ ପଣ୍ଡାଘରୁ ପ୍ରାର୍ଥୀ କରିବ ବିଜେଡ଼ି!

ନୂଆପଡା,୧୨।୧୦(ମକାରୁ ବେମାଲ): ନୂଆପଡା ଉପ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ଗୋଟେ ପଟେ କହିବାକୁ ଗଲେ ବିଜେଡି ପାଇଁ ଅଡୁଆ ବଢ଼ିଛି। ଆସନ୍ତା ନଭେମ୍ବର ୧୧ରେ ଉପ ନିର୍ବାଚନ ହେବାକୁ ଥିବାବେଳେ ଏଯାଏ ବିଜେଡିର ଅଙ୍କ ଛିଡ଼ୁନି। ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଆଶା ବାନ୍ଧିଥିବା ବେଳେ ଶନିବାର ଜୟ  ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାମିଲ ହୋଇ ଭାଜପାରେ ଯୋଗ ଦେଇଥିଲେ ।
ଏହି ଖବର ପ୍ରକାଶ ପାଇଲା ପରେ ବିଜେଡି ଦଳରେ ବର୍ତ୍ତମାନ ହଇଚେଇ ସୃଷ୍ଟି ହୋଇ ଯାଇଛି। ଦଳୀୟ ପ୍ରାର୍ଥୀ କିଏ ହେବ ସେ ନେଇ କର୍ମୀ ଓ ଜନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଭାଜପାର ପ୍ରାର୍ଥୀ ଜୟ ହେବା ନେଇ ଏକପ୍ରକାର ନିଶ୍ଚତ ହେବା ପରେ  ବର୍ତ୍ତମାନ ବିଜେଡିରେ ଆଶାୟୀଙ୍କ ଲମ୍ବା ଲାଇନ ଲାଗିଛି ।
ଏଭଳି ସ୍ଥିତିରେ ୪ ବର୍ଷ ହେବ ବିଜେଡି ଜିଲା ଯୁବ ସଭାପତି ଦାଇତ୍ୱ ତୁଲାଇ ଥିବା ଲଢୁଆ ଯୁବ ନେତା ହରିଶ୍ଚନ୍ଦ୍ର ପଣ୍ଡା ନାଁ ଖୁବ ଜୋରରେ ଚର୍ଚ୍ଚା ହେଉଛି। କାରଣ ଉପ ନିର୍ବାଚନରେ ଦଳକୁ ବଳ, ସାହସ ଓ ବୁଦ୍ଧି ବଳରେ ନୁଆ ଚେହେରା ନୁଆ ଜୋସରେ ନିର୍ବାଚନ ମଇଦାନକୁ ଓହ୍ଲାଇବ  ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି। ଏହା ସହିତ ଉଭୟ ଦଳୀୟ କର୍ମୀ ବିଜେଡି ଓ ଭାଜପାର ଅସନ୍ତୋଷ କର୍ମୀଙ୍କ ମନରେ ହରିଶ୍ଚନ୍ଦ୍ର ପଣ୍ଡା ( ଟିଟୁ ଭାଇ )ଙ୍କୁ ସମର୍ଥନ କରିବେ ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି । ବିଜେଡିରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସହିତ ମିଶି ଅନେକ ଦିନ କାମ କରି ଦଳର ସଂଗଠନକୁ ମଜବୁତ କରିଥିବା ବେଳେ ଛୋଟ ବେଳୁ ନିଜ ବଡବାପା ପୂର୍ବତନ ଏମ୍‌ପି ବସନ୍ତ ପଣ୍ଡାଙ୍କ ସହିତ ମିଶି ନିଜର ରାଜନୀତି ଜୀବନ ଆରମ୍ଭ କରିବା ସହିତ ଦକ୍ଷ ସଂଗଠକ ହୋଇ ପାରିଛନ୍ତି ଟିଟୁ । ଏଥି ପାଇଁ ଉଭୟ କର୍ମୀଙ୍କ ମନରେ ଯୁବ ଚେହେରା ଭାବରେ ଟିଟୁ ପଣ୍ଡାଙ୍କ ନାଁ ଆସୁଛି। ତେବେ କାହାକୁ ପ୍ରାର୍ଥୀ କରିବ ବିଜେଡି ଏହାକୁ ନେଇ ମାନସମନ୍ଥନ କରିବାରେ ବିଜେଡି ଲାଗିପଡ଼ିଛି।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri