ନୂଆପଡ଼ା ଉପନିର୍ବାଚନ: ଭୋଟର ନୀରବ

ନୂଆପଡ଼ା,୮ା୧୧(ପୀତାମ୍ବର ସାହୁ):ଉପନିର୍ବାଚନ ପାଇଁ ନୂଆପଡ଼ା ଉଠୁଛିପଡୁଛି। ପ୍ରଚାରରେ କମ୍ପୁଛି ଗାଁଠୁ ସହର। ତିନି ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସମେତ ଅନ୍ୟ ୧୧ ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି। ଏହା ଭିତରେ ଭାଜପା, ବିଜେଡି ଓ କଂଗ୍ରେସ ଦଳର କର୍ମୀମାନେ ଡୋର ଟୁ ଡୋର କ୍ୟାମ୍ପେନିଂ କରି ନିଜ ଦଳର ପୁସିଂ କାର୍ଡ ଦେଇ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରୁଛନ୍ତି। ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ଆସି ପ୍ରଚାରକୁ ଶାଣିତ କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆସି ଭାଜପା ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଞ୍ଚମପୁରରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଦଳର ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ଏହି ଅଞ୍ଚଳ ଛତିଶଗଡ଼କୁ ଲାଗି ରହିଥିବାରୁ ଏଠାକାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଛତିଶଗଡ଼ର ଅନେକ ବିଧାୟକ, ଏମ୍‌ପି, ପୂର୍ବତନ ବିଧାୟକ ଓ ଏମ୍‌ପି ଛତିଶଗଡୀ ଲରିଆ ଭାଷାରେ ଭୋଟ ପ୍ରଚାର କରିଥିଲେ। ଏହି ସଭାରେ ଭାଜପା ପ୍ରଭାରୀ ବିଜୟ ପାଲ ସିଂ ତୋମାର, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ଓଡ଼ିଶାର ଅନେକ ବିଧାୟକ ଓ ଏମ୍‌ପି ଯୋଗଦେଇଥିଲେ। ଅପରପକ୍ଷେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ବ୍ଲକ ଉଦ୍ୟାନବନ୍ଧରେ ରୋଡ୍‌ ଶୋ କରି ପ୍ରଚାର କରିଥିଲେ।
ସେହିପରି କଂଗ୍ରେସ ପାଇଁ ଆଗକୁ ସଚିନ ପାଇଲଟ, ଅଳକା ଲାମ୍ବା, କହ୍ନେୟା କୁମାର ଆସି ପ୍ରଚାର କରିବା କାର୍ଯ୍ୟକ୍ରମ ରହିଥିବା କଂଗ୍ରେସ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣି ଶୁକ୍ରବାର ଏଠାକୁ ଆସି ଖରିଆର ରୋଡ୍‌ ଓ ନୂଆପଡ଼ାରେ ରୋଡ୍‌ ଶୋ କରିବା ସହିତ ଅପରାହ୍ନରେ ପରକୋଡଠାରେ ଏକ ନିର୍ବାଚନୀ ସଭାରେ ଯୋଗଦେଇଥିଲେ। ସଭାରେ ପୁଣି ସେ ବେଇମାନ ପ୍ରସଙ୍ଗ ଉଠାଇବା ସହିତ ଭାଜପା ଲୋକଙ୍କୁ ଡବଲ ଧୋକା ଦେଇଥିବା କହି ଟାର୍ଗେଟ କରିଥିଲେ। ଏହା ସହିତ ସେ ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ ଦେଇ ବିଜୟୀ କରାଇବାକୁ ନିବେଦନ କରିଥିଲେ। ପ୍ରଚାରର ଶେଷ ଦିନ ଅର୍ଥାତ୍‌ ୯ ତାରିଖରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ନୂଆପଡ଼ାକୁ ଆସି ଦଳର ପ୍ରାର୍ଥୀ ରମାକାନ୍ତ ହାତୀଙ୍କ ପାଇଁ ପ୍ରଚାର କରିବେ ବୋଲି ସ୍ଥିର ହୋଇଛି।
ଉପନିର୍ବାଚନରେ ପୁଳାପୁଳା ଟଙ୍କା ଖର୍ଚ୍ଚ ହେଉଛି। ପ୍ରାୟ ସବୁ ଦଳ ଭୋଟରଙ୍କୁ ଟଙ୍କା ଦେଇ ଭୋଟ କିଣିବେ ବୋଲି ସବୁଠି ଆଲୋଚନା ହେଉଛି। ଭୋଟର ପିଛା ପ୍ରାୟ ୧ ହଜାରରୁ ୨ ହଜାର ଟଙ୍କା ଲେଖାଏ ବଣ୍ଟାହେବ ବୋଲି ଚା’ ଖଟି କିମ୍ବା ଗାଁ ଗହଳିରେ ଆଲୋଚନା ହେଉଛି। ଆମେ ଶୁକ୍ରବାର ନିର୍ବାଚନୀ ଖବର ସଂଗ୍ରହ ପାଇଁ ପଞ୍ଚମପୁର ଅଞ୍ଚଳକୁ ଯାଇଥିବା ବେଳେ ଭେରାଠାରେ ଲୋକେ ଏହି କଥା ଆଲୋଚନା କରୁଥିବା ଶୁଣିବାକୁ ପାଇଲୁ। ଆଉ ଦିନେ କି ଦୁଇ ଦିନ ମଧ୍ୟରେ ଭୋଟରଙ୍କୁ ଭାଜପା ଓ ବିଜେଡି ଟଙ୍କା ବାଣ୍ଟିପାରନ୍ତି ବୋଲି ନୂଆପଡ଼ା ବ୍ଲକ ଛକର ଏକ ଚା’ ଖଟିରେ ଆଲୋଚନା ହେଉଥିବା ଜଣେ ବ୍ୟକ୍ତି ଆମକୁ କହିଛନ୍ତି।
ଭୋଟ ପାଇଁ ଟଙ୍କା ବଣ୍ଟା ହେବ ବୋଲି ଚର୍ଚ୍ଚା ହେବା ପରେ ଭୋଟରମାନେ କୌଣସି ଦଳକୁ ନେଇ କିଏ ଜିତିବ, କିଏ ହାରିବ, କାହାକୁ ସେମାନେ ଭୋଟ ଦେବେ ସେକଥା ଆଉ କହିନାହାନ୍ତି। ଯଦି ଜଣେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଦଳ ଜିତିବ ବା ହାରିବ ବୋଲି କହିବ କିମ୍ବା ସେ ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଛି ବୋଲି କହିବ ତେବେ ତାଙ୍କୁ ଅନ୍ୟଦଳର ଟଙ୍କା ମିଳିବ ନାହିଁ। ଏହା ଭାବି ଭୋଟର ସମ୍ପୂର୍ଣ୍ଣ ନୀରବ ରହୁଥିବା ସାରାବଙ୍ଗ ଗ୍ରାମର ମନୋଜ ମାଝି ପ୍ରକାଶ କରିଛନ୍ତି। ତେଣୁ ଏବେ ସଭାସମିତି ଓ ରାଲିରେ ଲୋକ ଦେଖି ବିଭିନ୍ନ ଦଳର ନେତା ମଧ୍ୟ ଦଳର ସ୍ଥିତିନେଇ ଉତ୍ସାହିତ ହେଉଥିବା ଦେଖିବାକୁ ମିଳୁନାହିଁ। ତେବେ ନୀରବ ଭୋଟର ସଂଖ୍ୟା ଏବେ ବଢୁଥିବାରୁ ତିନି ଦଳ ପାଇଁ ନିର୍ବାଚନୀ ଆକଳନ କାଠିକର ପାଠ ହୋଇଗଲାଣି ବୋଲି ଚର୍ଚ୍ଚା ହେଉଛି।
ନିର୍ବାଚନ ହେଲେ ନେତାମାନେ ଗାଁକୁ ଆସି ତାଙ୍କ ଦଳକୁ ଭୋଟ ଦେବାକୁ କହୁଛନ୍ତି। ଆମ ଦଳ ଜିତିଲେ ସବୁ ସମସ୍ୟାର ସମାଧାନ କରିଦେବୁ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ମାତ୍ର ନିର୍ବାଚନରେ ଜିତିଗଲା ପରେ ଆଉ କାହାରି ଦେଖା ମିଳୁନାହିଁ। କେହି ବି ଆମ ସମସ୍ୟାର ସମାଧାନ କରିବାକୁ ଆସୁନାହାନ୍ତି। ତେଣୁ ଏବେ ଆମେ କାହାକୁ ବିଶ୍ୱାସ କରିବୁ ବୋଲି ସୁନାବେଡା ପଞ୍ଚାୟତ ଶିବନାରାୟଣପୁର ଗ୍ରାମର ରବି ଭୁଞ୍ଜିଆ ପ୍ରକାଶ କରିଛନ୍ତି।
ନୂଆପଡା ନିର୍ବାଚନମଣ୍ଡଳୀ ନୂଆପଡ଼ା ଓ ଖରିଆର ରୋଡ୍‌ ଏନ୍‌ଏସି ସହିତ ନୂଆପଡ଼ା ଓ କୋମନା ବ୍ଲକକୁ ନେଇ ଗଠିତ। ନୂଆପଡ଼ା ବ୍ଲକରେ ୩୧ ପଞ୍ଚାୟତ ଓ କୋମନାରେ ୩୨ ପଞ୍ଚାୟତ ରହିଛି। ଏହି ନିର୍ବାଚନମଣ୍ଡଳୀର ଅଧିକାଂଶ ଲୋକ ଗ୍ରାମାଞ୍ଚଳରେ ରହନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନାମମାତ୍ର ଚାଷୀ। ପ୍ରାୟତଃ ପ୍ରତି ପରିବାରରୁ ଦାଦନ ଯାଇଥାନ୍ତି। ସେମାନଙ୍କ ପରିବାରର ଆର୍ଥିକ ସ୍ଥିତି ସେତେ ସଦୃଢ଼ ନୁହେଁ। ତେଣୁ ଏବେ ନିର୍ବାଚନରେ ଭୋଟରଙ୍କୁ ଟଙ୍କା ବଣ୍ଟାଯିବ ବୋଲି ଶୁଣି ଭୋଟରମାନେ ପ୍ରାୟ ନୀରବ ରହୁଥିବା ଜଣେ କଂଗ୍ରେସ ଯୁବନେତା ପ୍ରକାଶ କରିଛନ୍ତି।
ଏବେ ଲୋକଙ୍କୁ ସଭାସମିତି ଓ ରାଲିକୁ ଡାକିଲେ ଖାଦ୍ୟ, ପାନୀୟ, ଗାଡ଼ିରେ ତେଲ ଖର୍ଚ୍ଚ ବାଦ୍‌ ଦୁଇ ଶହ ଟଙ୍କା ଲେଖାଏ ନ ଦେଲେ ଲୋକେ ସଭାକୁ ଆସୁ ନ ଥିବା ପଶ୍ଚିମ ଓଡ଼ିଶାର ଜଣେ ବିଧାୟକ କହିଛନ୍ତି। ତେବେ ନିର୍ବାଚନ ପାଖେଇ ଆସୁଥିବାରୁ ଓ ଭୋଟର ନୀରବ ରହୁଥିବାରୁ ସବୁ ଦଳର ନେତା ଚିନ୍ତାରେ ପଡିଯାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜାହାଜ ଚଳାଚଳ ପକ୍ଷରୁ ବଡ଼ ସୂଚନା: ଆଉ ୨ ଭାରତୀୟ ଏଲ୍‌ପିଜି ବୋଝେଇ ଟ୍ୟାଙ୍କର ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଅତିକ୍ରମ କରିବ

ନୂଆଦିଲ୍ଲୀ,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଇରାନ ଅବରୋଧ କରିଥିବା ବେଳେ ଭାରତରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍‌(ଏଲ୍‌ପିଜି)…

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ

କଲମପୁର,୨୧ା୩ (ଗଣେଶରାମ ବାଗ)- କଲମପୁର ଥାନା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାତ୍ରବସା ଘାଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ପାତ୍ରବସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri