ନୂଆପଡ଼ା ଉପନିର୍ବାଚନ:ଅଙ୍କ ବିଗାଡ଼ିପାରନ୍ତି କୋମନା ମତଦାତା

ନୂଆପଡ଼ା,୧ା୧୧(ପୀତାମ୍ବର ସାହୁ):ନୂଆପଡ଼ା ନିର୍ବାଚନମଣ୍ଡଳୀର କୋମନା ବ୍ଲକ ଏକ ପ୍ରମୁଖ ଅଂଶ। ପୂର୍ବରୁ ହୋଇଥିବା ଅଧିକାଂଶ ନିର୍ବାଚନରେ ଏଠାରୁ ବିଜେଡି ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ଦେଖାଯାଇଛି। ବିଗତ ନିର୍ବାଚନଗୁଡିକରେ ବିଜେଡିର ରାଜେନ୍ଦ୍ର ଢୋଲକିଆ କ୍ରମାଗତ ଭାବେ ଏଠାରୁ ବିଜୟୀ ହୋଇ ଆସୁଥିବା ବେଳେ କୋମନା ବ୍ଲକ ତାଙ୍କର ଭୋଟ ବ୍ୟାଙ୍କ ଥିଲା। ବିଜେଡିର ଶଙ୍ଖ ଚିହ୍ନ, ନବୀନ ପଟ୍ଟନାୟକଙ୍କ ଚେହେରା ଓ ରାଜେନ୍ଦ୍ର ଢୋଲକିଆଙ୍କ ଲୋକପ୍ରିୟତା ଯୋଗୁ କୋମନାବାସୀ ବିଜେଡିକୁ ଅଧିକ ଭୋଟ ଦେଉଥିଲେ। ଏଣୁ କୋମନା ବ୍ଲକକୁ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଗଡ କୁହାଯାଏ। ୨୦୨୪ ସାଧାରଣ ନିର୍ବାଚନରେ ରାଜେନ୍ଦ୍ର ଢୋଲକିଆ ୧୦,୮୮୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ କେବଳ କୋମନା ବ୍ଲକରୁ ସେ ପ୍ରାୟ ୩ହଜାର ୪୭ ଭୋଟ ଅଧିକ ପାଇଥିଲେ। ଏହି ବ୍ଲକରେ ବିଜେଡି ଓ ରାଜେନ୍ଦ୍ରଙ୍କ ବେଶ୍‌ ପ୍ରଭାବ ରହିଥିଲା। ମାତ୍ର ଏବେ ପରିସ୍ଥିତି ବଦଳିଯାଇଛି। ରାଜେନ୍ଦ୍ରଙ୍କ ପୁଅ ଜୟ ଢୋଲକିଆ ବିଜେଡି ଛାଡ଼ି ଭାଜପାରେ ଯୋଗଦେଇ ପ୍ରାର୍ଥୀ ହୋଇଛନ୍ତି। ତେଣୁ ଏଠାକାର ମତଦାତା ଏବେ ଦ୍ବନ୍ଦ୍ୱରେ ପଡ଼ିଯାଇଛନ୍ତି। ଜୟ ଭାଜପାରେ ଯୋଗଦେବା ପରେ ତାଙ୍କର କେତେଜଣ ସମର୍ଥକ ମଧ୍ୟ ବିଜେଡି ଛାଡ଼ି ଭାଜପାରେ ମିଶିଛନ୍ତି। ତେବେ ନବୀନଙ୍କ ବିଜେଡି ଓ ରାଜେନ୍ଦ୍ରଙ୍କୁ ଭଲ ପାଉଥିବା ଭୋଟର ଏବେ କାହାକୁ ସମର୍ଥନ କରିବେ ତାହା ସ୍ଥିର କରିପାରୁ ନ ଥିବା ନେଇ ବ୍ଲକ ଅନ୍ତର୍ଗତ ଜଡ଼ାମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତି ଆମକୁ କହିଛନ୍ତି। ଗତ ନିର୍ବାଚନରେ ଏହି ବ୍ଲକରୁ ବିଜେଡିର ରାଜେନ୍ଦ୍ର ସର୍ବାଧିକ ୨୭,୬୩୭ ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପାର ଅଭିନନ୍ଦନ ପଣ୍ଡା ମାତ୍ର ୧୮,୧୯୬ ଭୋଟ ପାଇଥିଲେ। କଂଗ୍ରେସର ବିଦ୍ରୋହୀ ହୋଇ ସ୍ବାଧୀନ ଭାବେ ନିର୍ବାଚନ ଲଢୁଥିବା ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୪,୫୯୦ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ। କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ସେତେବେଳର ପିସିସି ସଭାପତି ଶରତ ପଟ୍ଟନାୟକ ମାତ୍ର ୭,୭୪୦ ଭୋଟ ପାଇଥିଲେ।
ଏବେ କିନ୍ତୁ ଏହି ବ୍ଲକ୍‌ରେ ଚିତ୍ର ବଦଳିଛି। ଗତ ନିର୍ବାଚନରେ ଯିଏ ଯେଉଁ ଦଳକୁ ସମର୍ଥନ କରୁଥିଲେ ସେମାନଙ୍କ ମଧ୍ୟରୁ କେତେଜଣ ଦଳ ପରିବର୍ତ୍ତନ କରିଛନ୍ତି। ୩୨ ପଞ୍ଚାୟତ ଓ ୩ ଜିଲା ପରିଷଦ ଜୋନ ଥିବା ଏହି ବ୍ଲକର ଅଧିକାଂଶ ସରପଞ୍ଚ ଓ ସମିତିସଭ୍ୟ ସେତେବେଳେ ବିଜେଡିକୁ ସମର୍ଥନ କରୁଥିଲେ। ମାତ୍ର ଏବେ ଅଧାରୁ ଅଧିକ ଭାଜପାକୁ ସମର୍ଥନ କରୁଛନ୍ତି। ସମସ୍ତ ୩ ଜିଲା ପରିଷଦ ସଭ୍ୟ ବିଜେଡିର। ଜୋନ୍‌ ନଂ.୧ର ସଭ୍ୟ ମୁରଲୀଧର ଭୋଇ ଓ ଜୋନ୍‌ ୩ର ସଭ୍ୟା ତଥା ଜିଲା ପରିଷଦ ଉପଧ୍ୟକ୍ଷା ଦୀପାଞ୍ଜଳି ଦୀପ ଆଗରୁ ବିଜେଡିକୁ ସମର୍ଥନ ଦେଉଥିବା ବେଳେ ଏବେ ବି ବିଜେଡି ପାଇଁ କାମ କରୁଛନ୍ତି। ସେହିପରି ଜୋନ ନଂ.୨ର ସଭ୍ୟ ଅବନୀ ରଞ୍ଜନ ଜୋଷୀ ଏବେ ଜିଲା ବିଜେଡିର ସଭାପତି ରହିଛନ୍ତି। ସେ ଗତ ନିର୍ବାଚନରେ ବିଜେଡି ସହ ଥିବାବେଳେ ଏବେ ମଧ୍ୟ ବିଜେଡି ପାଇଁ କାମ କରୁଛନ୍ତି। ସେହିପରି ବିଜେଡି ଟିକେଟ ଆଶାୟୀ ଥିବା ମନୋଜ ମିଶ୍ର ଗତ ନିର୍ବାଚନରେ ବିଜେଡିରେ ଥିଲେ। ଏବେ ମଧ୍ୟ ସେ ବିଜେଡିରେ ଅଛନ୍ତି। ବ୍ଲକ ଅଧ୍ୟକ୍ଷା ଅନସୂୟା କୁମ୍ଭାର ଓ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ପୂର୍ବରୁ ବିଜେଡିରେ ଥିବାବେଳେ ଏବେ ଭାଜପାରେ ଯୋଗଦେଇ ପ୍ରଚାର କରୁଛନ୍ତି। ଗତ ନିର୍ବାଚନରେ ବିଜେଡିକୁ ସମର୍ଥନ କରିଥିବା ବରିଷ୍ଠ ନେତା କ୍ଷମା ସିଂ ନିଆଲ ଓ ସିଆଲଟି ପଞ୍ଚାୟତର ସରପଞ୍ଚ କାଳିଆ ପ୍ରଧାନ ପୂର୍ବରୁ ବିଜେଡିରେ ଥିବାବେଳେ ଏବେ ଭାଜପାରେ ଅଛନ୍ତି। ସେହିପରି ଆଦିବାସୀ ନେତା ସୋମନାଥ ଖମାରୀ, ଗଣ୍ଡ ସମାଜର ଜିଲା ସଭାପତି ଦିବ୍ୟ ସିଂ ମାଝୀ ଓ ବ୍ଲକର ପୂର୍ବତନ ସରପଞ୍ଚ ଭକ୍ତ ଶବର ଗତ ନିର୍ବାଚନରେ ଘାସିରାମଙ୍କୁ ସମର୍ଥନ କରିଥିଲେ। ଏବେ ଏମାନେ ସମସ୍ତେ ପଦ୍ମ ପୋଖରୀକୁ ଲମ୍ଫ ଦେଇ ଜୟଙ୍କୁ ସମର୍ଥନ କରୁଛନ୍ତି। ଏହା ସହିତ ମୂଳରୁ ଭାଜପାରେ ଥିବା ଦଳର ନେତା ଓ କର୍ମୀଙ୍କ ମଧ୍ୟରୁ କେତେଜଣ ଜୟଙ୍କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ତେବେ ଏହି ଉପନିର୍ବାଚନକୁ ଜିତିବା ପାଇଁ ଭାଜପା, ବିଜେଡି ଓ କଂଗ୍ରେସ କସରତ କରୁଛନ୍ତି। ତିନି ପ୍ରମୁଖ ଦଳର କେତେଜଣ ନେତା ଅନ୍ୟ ଦଳ ସହିତ ଭିତିରିଆ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଛି। ତେଣୁ ସେମାନଙ୍କ ଗତିବିଧି ଉପରେ ତାଙ୍କ ଦଳର ବରିଷ୍ଠ ନେତାମାନେ ତୀକ୍ଷ୍ଣ ନଜର ରଖିଥିବା ଦଳ ଭିତରେ ଚର୍ଚ୍ଚା ହେଉଛି। ଉପର ସ୍ତରରେ ନେତା ନିଜ ସ୍ବାର୍ଥ ପାଇଁ ଦଳ ଅଦଳବଦଳ କରୁଥିବା ବେଳେ କୋମନା ମତଦାତା ଯେକୌଣସି ଦଳର ଅଙ୍କ ବିଗାଡି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri