ନୂଆପଡ଼ା ଉପନିର୍ବାଚନ:ଅଙ୍କ ବିଗାଡ଼ିପାରନ୍ତି କୋମନା ମତଦାତା

ନୂଆପଡ଼ା,୧ା୧୧(ପୀତାମ୍ବର ସାହୁ):ନୂଆପଡ଼ା ନିର୍ବାଚନମଣ୍ଡଳୀର କୋମନା ବ୍ଲକ ଏକ ପ୍ରମୁଖ ଅଂଶ। ପୂର୍ବରୁ ହୋଇଥିବା ଅଧିକାଂଶ ନିର୍ବାଚନରେ ଏଠାରୁ ବିଜେଡି ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ଦେଖାଯାଇଛି। ବିଗତ ନିର୍ବାଚନଗୁଡିକରେ ବିଜେଡିର ରାଜେନ୍ଦ୍ର ଢୋଲକିଆ କ୍ରମାଗତ ଭାବେ ଏଠାରୁ ବିଜୟୀ ହୋଇ ଆସୁଥିବା ବେଳେ କୋମନା ବ୍ଲକ ତାଙ୍କର ଭୋଟ ବ୍ୟାଙ୍କ ଥିଲା। ବିଜେଡିର ଶଙ୍ଖ ଚିହ୍ନ, ନବୀନ ପଟ୍ଟନାୟକଙ୍କ ଚେହେରା ଓ ରାଜେନ୍ଦ୍ର ଢୋଲକିଆଙ୍କ ଲୋକପ୍ରିୟତା ଯୋଗୁ କୋମନାବାସୀ ବିଜେଡିକୁ ଅଧିକ ଭୋଟ ଦେଉଥିଲେ। ଏଣୁ କୋମନା ବ୍ଲକକୁ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଗଡ କୁହାଯାଏ। ୨୦୨୪ ସାଧାରଣ ନିର୍ବାଚନରେ ରାଜେନ୍ଦ୍ର ଢୋଲକିଆ ୧୦,୮୮୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ କେବଳ କୋମନା ବ୍ଲକରୁ ସେ ପ୍ରାୟ ୩ହଜାର ୪୭ ଭୋଟ ଅଧିକ ପାଇଥିଲେ। ଏହି ବ୍ଲକରେ ବିଜେଡି ଓ ରାଜେନ୍ଦ୍ରଙ୍କ ବେଶ୍‌ ପ୍ରଭାବ ରହିଥିଲା। ମାତ୍ର ଏବେ ପରିସ୍ଥିତି ବଦଳିଯାଇଛି। ରାଜେନ୍ଦ୍ରଙ୍କ ପୁଅ ଜୟ ଢୋଲକିଆ ବିଜେଡି ଛାଡ଼ି ଭାଜପାରେ ଯୋଗଦେଇ ପ୍ରାର୍ଥୀ ହୋଇଛନ୍ତି। ତେଣୁ ଏଠାକାର ମତଦାତା ଏବେ ଦ୍ବନ୍ଦ୍ୱରେ ପଡ଼ିଯାଇଛନ୍ତି। ଜୟ ଭାଜପାରେ ଯୋଗଦେବା ପରେ ତାଙ୍କର କେତେଜଣ ସମର୍ଥକ ମଧ୍ୟ ବିଜେଡି ଛାଡ଼ି ଭାଜପାରେ ମିଶିଛନ୍ତି। ତେବେ ନବୀନଙ୍କ ବିଜେଡି ଓ ରାଜେନ୍ଦ୍ରଙ୍କୁ ଭଲ ପାଉଥିବା ଭୋଟର ଏବେ କାହାକୁ ସମର୍ଥନ କରିବେ ତାହା ସ୍ଥିର କରିପାରୁ ନ ଥିବା ନେଇ ବ୍ଲକ ଅନ୍ତର୍ଗତ ଜଡ଼ାମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତି ଆମକୁ କହିଛନ୍ତି। ଗତ ନିର୍ବାଚନରେ ଏହି ବ୍ଲକରୁ ବିଜେଡିର ରାଜେନ୍ଦ୍ର ସର୍ବାଧିକ ୨୭,୬୩୭ ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପାର ଅଭିନନ୍ଦନ ପଣ୍ଡା ମାତ୍ର ୧୮,୧୯୬ ଭୋଟ ପାଇଥିଲେ। କଂଗ୍ରେସର ବିଦ୍ରୋହୀ ହୋଇ ସ୍ବାଧୀନ ଭାବେ ନିର୍ବାଚନ ଲଢୁଥିବା ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୪,୫୯୦ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ। କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ସେତେବେଳର ପିସିସି ସଭାପତି ଶରତ ପଟ୍ଟନାୟକ ମାତ୍ର ୭,୭୪୦ ଭୋଟ ପାଇଥିଲେ।
ଏବେ କିନ୍ତୁ ଏହି ବ୍ଲକ୍‌ରେ ଚିତ୍ର ବଦଳିଛି। ଗତ ନିର୍ବାଚନରେ ଯିଏ ଯେଉଁ ଦଳକୁ ସମର୍ଥନ କରୁଥିଲେ ସେମାନଙ୍କ ମଧ୍ୟରୁ କେତେଜଣ ଦଳ ପରିବର୍ତ୍ତନ କରିଛନ୍ତି। ୩୨ ପଞ୍ଚାୟତ ଓ ୩ ଜିଲା ପରିଷଦ ଜୋନ ଥିବା ଏହି ବ୍ଲକର ଅଧିକାଂଶ ସରପଞ୍ଚ ଓ ସମିତିସଭ୍ୟ ସେତେବେଳେ ବିଜେଡିକୁ ସମର୍ଥନ କରୁଥିଲେ। ମାତ୍ର ଏବେ ଅଧାରୁ ଅଧିକ ଭାଜପାକୁ ସମର୍ଥନ କରୁଛନ୍ତି। ସମସ୍ତ ୩ ଜିଲା ପରିଷଦ ସଭ୍ୟ ବିଜେଡିର। ଜୋନ୍‌ ନଂ.୧ର ସଭ୍ୟ ମୁରଲୀଧର ଭୋଇ ଓ ଜୋନ୍‌ ୩ର ସଭ୍ୟା ତଥା ଜିଲା ପରିଷଦ ଉପଧ୍ୟକ୍ଷା ଦୀପାଞ୍ଜଳି ଦୀପ ଆଗରୁ ବିଜେଡିକୁ ସମର୍ଥନ ଦେଉଥିବା ବେଳେ ଏବେ ବି ବିଜେଡି ପାଇଁ କାମ କରୁଛନ୍ତି। ସେହିପରି ଜୋନ ନଂ.୨ର ସଭ୍ୟ ଅବନୀ ରଞ୍ଜନ ଜୋଷୀ ଏବେ ଜିଲା ବିଜେଡିର ସଭାପତି ରହିଛନ୍ତି। ସେ ଗତ ନିର୍ବାଚନରେ ବିଜେଡି ସହ ଥିବାବେଳେ ଏବେ ମଧ୍ୟ ବିଜେଡି ପାଇଁ କାମ କରୁଛନ୍ତି। ସେହିପରି ବିଜେଡି ଟିକେଟ ଆଶାୟୀ ଥିବା ମନୋଜ ମିଶ୍ର ଗତ ନିର୍ବାଚନରେ ବିଜେଡିରେ ଥିଲେ। ଏବେ ମଧ୍ୟ ସେ ବିଜେଡିରେ ଅଛନ୍ତି। ବ୍ଲକ ଅଧ୍ୟକ୍ଷା ଅନସୂୟା କୁମ୍ଭାର ଓ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ପୂର୍ବରୁ ବିଜେଡିରେ ଥିବାବେଳେ ଏବେ ଭାଜପାରେ ଯୋଗଦେଇ ପ୍ରଚାର କରୁଛନ୍ତି। ଗତ ନିର୍ବାଚନରେ ବିଜେଡିକୁ ସମର୍ଥନ କରିଥିବା ବରିଷ୍ଠ ନେତା କ୍ଷମା ସିଂ ନିଆଲ ଓ ସିଆଲଟି ପଞ୍ଚାୟତର ସରପଞ୍ଚ କାଳିଆ ପ୍ରଧାନ ପୂର୍ବରୁ ବିଜେଡିରେ ଥିବାବେଳେ ଏବେ ଭାଜପାରେ ଅଛନ୍ତି। ସେହିପରି ଆଦିବାସୀ ନେତା ସୋମନାଥ ଖମାରୀ, ଗଣ୍ଡ ସମାଜର ଜିଲା ସଭାପତି ଦିବ୍ୟ ସିଂ ମାଝୀ ଓ ବ୍ଲକର ପୂର୍ବତନ ସରପଞ୍ଚ ଭକ୍ତ ଶବର ଗତ ନିର୍ବାଚନରେ ଘାସିରାମଙ୍କୁ ସମର୍ଥନ କରିଥିଲେ। ଏବେ ଏମାନେ ସମସ୍ତେ ପଦ୍ମ ପୋଖରୀକୁ ଲମ୍ଫ ଦେଇ ଜୟଙ୍କୁ ସମର୍ଥନ କରୁଛନ୍ତି। ଏହା ସହିତ ମୂଳରୁ ଭାଜପାରେ ଥିବା ଦଳର ନେତା ଓ କର୍ମୀଙ୍କ ମଧ୍ୟରୁ କେତେଜଣ ଜୟଙ୍କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ତେବେ ଏହି ଉପନିର୍ବାଚନକୁ ଜିତିବା ପାଇଁ ଭାଜପା, ବିଜେଡି ଓ କଂଗ୍ରେସ କସରତ କରୁଛନ୍ତି। ତିନି ପ୍ରମୁଖ ଦଳର କେତେଜଣ ନେତା ଅନ୍ୟ ଦଳ ସହିତ ଭିତିରିଆ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଛି। ତେଣୁ ସେମାନଙ୍କ ଗତିବିଧି ଉପରେ ତାଙ୍କ ଦଳର ବରିଷ୍ଠ ନେତାମାନେ ତୀକ୍ଷ୍ଣ ନଜର ରଖିଥିବା ଦଳ ଭିତରେ ଚର୍ଚ୍ଚା ହେଉଛି। ଉପର ସ୍ତରରେ ନେତା ନିଜ ସ୍ବାର୍ଥ ପାଇଁ ଦଳ ଅଦଳବଦଳ କରୁଥିବା ବେଳେ କୋମନା ମତଦାତା ଯେକୌଣସି ଦଳର ଅଙ୍କ ବିଗାଡି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri