ନୂଆପଡ଼ା ଉପନିର୍ବାଚନ: କୋମନାରେ ରାତିଅଧିଆ ବ୍ଲାଙ୍କ୍‌ ଫାୟାରିଂ

ନୂଆପଡ଼ା,୨ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ଏଠାକାର ରାଜନୈତିକ ମାହୋଲ ସେତିକି ସରଗରମ ହେବାରେ ଲାଗିଛି। ବିଜେଡି ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇଙ୍କ ଖଡ଼ିଆଳସ୍ଥିତ ଭଡ଼ାଘରେ ଚଢାଉ କରାଯିବା ପରେ ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ (ବବି) ଓ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଜଣେ ଯୁବକଙ୍କୁ ମାଡ଼ ମାରିବା ସହ ଧମକ ଦେଇଥିବା ନେଇ ଉଭୟଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଥିବା ବେଳେ ଶୁକ୍ରବାର ରାତିରେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋମନାରେ ହୋଇଛି ବ୍ଲାଙ୍କ୍‌ ଫାୟାରିଂ। ଗୋଟିଏ ରାଉଣ୍ଡ ଗୁଳି ଫୁଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି। ତେବେ କୋମନାର ସମ୍ପର୍କ ହୋଟେଲରେ ରହୁଥିବା କୋରାପୁଟ ବିଧାୟକ ରଘୁନାଥ ମାଛଙ୍କ ପିଏସ୍‌ଓଙ୍କ ବନ୍ଧୁକରୁ ବ୍ଲାଙ୍କ ଫାୟାରିଂ ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ଶନିବାର କୋମନା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁ ହେବା ସହ ପିଏସ୍‌ଓ ଡମ୍ବରୁ ହନ୍ତାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କଂଗ୍ରେସ ଅଭିଯୋଗର ଅନୁଯାୟୀ, ଉପନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଶାସକ ଦଳର ଜଣେ ଲୋକପ୍ରତିନିଧିଙ୍କ ସୁରକ୍ଷା ଅଧିକାରୀ ଫାୟାରିଂ କରି ଲୋକଙ୍କୁ ଆତଙ୍କିତ କରାଇବା ସହ ନିର୍ବାଚନ ଫଳକୁ ଶାସକ ଦଳ ପକ୍ଷକୁ ନେବା ଲାଗି ଚେଷ୍ଟା କରିବା ଆଇନ ଅନୁଯାୟୀ ଅପରାଧ। ଏହା ବିଧାୟକଙ୍କ ପ୍ରତ୍ୟକ୍ଷ ସମର୍ଥନ ବିନା ସମ୍ଭବ ନୁହେଁ। ଏହି ଘଟଣା ପାଇଁ ପିଏସ୍‌ଓଙ୍କୁ ତୁରନ୍ତ ଗିରଫ କରିବା ସହିତ ବିଧାୟକଙ୍କୁ ଜିଲାରୁ ବାହାର କରାଯାଉ ବୋଲି କଂଗ୍ରେସ ଦାବି କରିଛି। ଯଦି ପିଏସ୍‌ଓଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରା ନ ଯାଏ ତେବେ ରବିବାର କୋମନା ଥାନା ଘେରାଉ ସହ ଧାରଣା ଦେବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଉପନିର୍ବାଚନ ଯୋଗୁ ଏଠାକୁ ଏବେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମାଳମାଳ ନେତା, ମନ୍ତ୍ରୀ, ବିଧାୟକ, ଏମ୍‌ପି ଓ ତାଙ୍କର କର୍ମୀମାନେ ଆସି ଡେରା ପକାଇଛନ୍ତି। ପ୍ରଚାର ପାଇଁ ଆସିଥିବା ନେତା ନୂଆପଡ଼ା ସମେତ କୋମନା, ଖରିଆର ରୋଡ୍‌ର ସବୁ ହୋଟେଲ, ଗେଷ୍ଟ ହାଉସରେ ରହିଛନ୍ତି। ସେମାନେ ବଡ଼ ବଡ଼ ଗାଡ଼ିରେ ରାସ୍ତାରେ ଯିବାଆସିବା କରୁଛନ୍ତି। ତେବେ କୋମନାରେ ବ୍ଲାଙ୍କ ଫାୟାରିଂ ଘଟଣା ଶାନ୍ତ ନୂଆପଡ଼ାକୁ ବାହାର ଲୋକ ଅଶାନ୍ତ କରୁଥିବା ନେଇ ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି। ଫାୟାରିଂ ସମ୍ପର୍କରେ କୋମନା ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନଙ୍କୁ ପଚାରିବାରୁ ଏନେଇ ଥାନାରେ ଏକ ମାମଲା( ନଂ .୩୧୯/୨୫)ରୁଜୁ କରାଯାଇଛି ବୋଲି କହିବା ସହ ବିଧାୟକଙ୍କ ପିଏସଓ ଡମ୍ବରୁ ହନ୍ତାଳଙ୍କୁ ପ୍ରଥମେ ଅଟକ ରଖାଯାଇଥିଲା। ତାଙ୍କଠୁ ତାଙ୍କର ବନ୍ଧୁକ ଜବତ କରାଯାଇଛି ବୋଲି ସୂଚନା ଦେଇଛନ୍ତି। ସବିଶେଷ ଖବର ଅନୁଯାୟୀ ସଂପୃକ୍ତ ପିଏସ୍‌ଓଙ୍କୁ କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ନିଲମ୍ବନ କରିଥିବା ନୂଆପଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାଏକ ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ଦାୟିତ୍ୱ ଏସ୍‌ ଆଇ ମିନତି ବଡ଼ନାଏକଙ୍କୁ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?