ମାମୁ ଘର କହି ଭୁଆଁ ବୁଲାଉଛନ୍ତି ସ୍ନେହାଙ୍ଗିନୀ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ

ନୂଆପଡ଼ା,୨୬ା୧୦ (ମକାରୁ ବେମାଲ): ରାଜ୍ୟରେ ୨୪ ବର୍ଷର ସରକାର ଥିଲା। କିନ୍ତୁ ମହିଳାମାନଙ୍କୁ ହାତଖର୍ଚ୍ଚ ଦେଇ ନ ଥିଲା। ମୋହନ ସରକାର ଆସିଲା ପରେ ମହିଳାମାନଙ୍କୁ ବର୍ଷକୁ ୧୦ ହଜାର କରି ୫ ବର୍ଷରେ ୫୦ ହଜାର ଟଙ୍କା ଦେବ ବୋଲି ଘୋଷଣା କରିଛି। ବର୍ତ୍ତମାନ ୩ କିସ୍ତିରେ ମହିଳାମାନେ ୧୫ ହଜାର ଟଙ୍କା ପାଇସାରିଲେଣି। ପ୍ରତିବର୍ଷ ମହିଳା ଦିବସ ଓ ରାଖୀ ପୂର୍ଣ୍ଣିମାରେ ୫ ହଜାର ଲେଖାଏ ପ୍ରଦାନ କରାଯିବ। ସେହି ଟଙ୍କା ବିନିଯୋଗ କରି ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ। ବର୍ତ୍ତମାନ ସୁଦ୍ଧା ୧ କୋଟି ୨୨ ହଜାର ସୁଭଦ୍ରା ମା’ ଓ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଲକ୍ଷପତି ଦିଦି ହୋଇ ସାରିଲେଣି ବୋଲି ଶନିବାର ନୂଆପଡ଼ା ଗସ୍ତରେ ଆସିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଜିଲା କାର୍ଯ୍ୟାଳୟଠାରେ ଆୟୋଜିତ ସୁଭଦ୍ରା ଶକ୍ତି ସମାବେଶରେ ଯୋଗଦେଇ ଏହା କହିଥିଲେ। ସେ ଆହୁରି କହିଥିଲେ, ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆ ବରଗଡ ଜିଲାରୁ ଆସି ପ୍ରାର୍ଥୀ ହୋଇଛନ୍ତି ା ତାଙ୍କୁ ନୂଆପଡ଼ାବାସୀ ଚିହ୍ନି ନାହାନ୍ତି। ଭୋଟ ହାତେଇବା ପାଇଁ ପଶ୍ଚିମ ଓଡ଼ିଶାର ବୋହୂ, ନୂଆପଡ଼ା ମାମୁ ଘର କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଝିଅ ଶାଶୁ ଘର ଗଲେ ବାପା ଘର ପର ଓ ମାମୁ ଘର ସାତ ପର ହୋଇଯାଏ ବୋଲି ପ୍ରଭାତୀ କହିଥିଲେ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ଡବଲ ଇଞ୍ଜିନ ସରକାର ନିର୍ବାଚନୀ ଇସ୍ତାହାରରେ ଯାହା କହେ ସେଇଟା କରି ଦେଖାଏ। ୨୦୨୪ ନିର୍ବାଚନରେ ଧାନ କୁଇଣ୍ଟାଲ ୩୧ ଶହ, ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ଆର୍ଥତ୍କ ସହାୟତା, ୮୦ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ୩୫ ଶହ ଟଙ୍କା ଭତ୍ତା, ଅସହାୟ ଗରିବଙ୍କୁ ଆବାସ ଗୃହ ଓ ଅନ୍ତ୍ୟୋଦୟ ଯୋଜନାରେ ସହାୟତା ଦିଆଯାଉଛି। ନୂଆପଡା ଜିଲାକୁ ଦୁଇଥର ମୁଖ୍ୟମନ୍ତ୍ରୀ ଗସ୍ତରେ ୧୪ ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଘୋଷଣା କରିଛନ୍ତି। ନିର୍ବାଚନ ସରିଲା ପରେ ନୂଆପଡାରେ ମେଡିକାଲ କଲେଜ ଉଦ୍‌ଘାଟନ ହେବ। ଏହା ଦ୍ୱାରା ଲୋକଙ୍କୁ ଆଉ ଦୂରଦୂରାନ୍ତକୁ ଯିବାକୁ ପଡିବ ନାହିଁ ା ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କଲେ ଡବଲ ଇଞ୍ଜିନ ସରକାରରେ ଆଉ ଗୋଟିଏ ଡବା ଯୋଡି ହୋଇ ନୂଆପଡାର ବିକାଶ ହେବ ବୋଲି ସାମଲ କହିଛନ୍ତି। ଏହି ସମାବେଶରେ ଛତିଶଗଡ ରାଜ୍ୟ ମହାସମୁନ୍ଦ ସାଂସଦ ରୂପ କୁମାରୀ ଚୌଧୁରୀ, କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ, ପୂର୍ବତନ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା, ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ୍‌ ଏନ୍‌ଏସି ଅଧ୍ୟକ୍ଷା ସୋନିଆ ଜୈନ, ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ କଳ୍ପନା ଢୋଲକିଆ, ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ରାଜେଶ୍ୱରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଭାଜପା ମହିଳା ମୋର୍ଚ୍ଚା ସମ୍ପାଦିକା ପୂର୍ଣ୍ଣିମା ନାଏକ ସଭା ପରିଚାଳନା କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଖରେ ମାତ୍ର ୯ ଦିନର ତେଲ ରିଜର୍ଭ ଅଛି, ମୋଦି ଖୋଲାଖୋଲି କୁହନ୍ତୁ ଯୁଦ୍ଧ ଭୁଲ୍‌; ବର୍ଷିଲେ ଓଓ୍ବାଇସି…

ହାଇଦ୍ରାବାଦ,୨୦।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ଏହାର ପ୍ରଭାବକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।…

ହନୁମାନ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ହାଟଡ଼ିହୀ,୨୦ା୩(ଶୁଭକାନ୍ତ ନାୟକ): ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ କେନ୍ଦୁଝର ଜିଲା ହାଟଡ଼ିହୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ଗୁରୁବାର ପାଳନ ହୋଇଯାଇଛି। ଉପସ୍ଥିତ ସେବିକାମାନେ ପତାକା…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଆଇପିଏଲ୍‌ ୨୦୨୬: ଚାମିରା, ନିସାଙ୍କା, କାମିନ୍ଦୁ ମେଣ୍ଡିସଙ୍କୁ ମିଳିଲା ଏନ୍‌ଓସି

କଲମ୍ବୋ, ୨୦ା୩: ଆଇପିଏଲ୍‌-୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି) ଶୁକ୍ରବାର ଦୁଷ୍ମନ୍ତ ଚାମିରା, ପାଥୁମ ନିସାଙ୍କା ଓ କାମିନ୍ଦୁ ମେଣ୍ଡିସଙ୍କୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି)…

ଠାକୁର ମଦନ ମୋହନଙ୍କ ଜାଗା ଜବର ଦଖଲ: ଦୁଇବର୍ଷ ପରେ ଆସିଲା ରାୟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବ୍ରାହ୍ମଣ ଢମଣା ସାହିରେ ପୂୂଜା ପାଉଥିବା ଶ୍ରୀମଦନ ମୋହନଙ୍କ ବଡ଼ବଜାରଠାରେ ଥିବା ଜାଗାକୁ ଦୀର୍ଘବର୍ଷ ହେଲା ଏକ ପରିବାର ଜବରଦଖଲ କରି…

ମହିଳା ବିଶ୍ୱକପ୍‌ ପାଇଁ ଫିଫାର ଆସିଲା ନୂଆ ନିୟମ, ଜାଣନ୍ତୁ…

ଜୁରିଚ୍‌,୨୦ା୩: ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’ର ଏକ ନୂଆ ନିୟମ ଅନୁମୋଦନ ଲାଭ କରିଛି। ଏଣିକି ମହିଳା ବିଶ୍ୱକପ୍‌ ଓ ଅନ୍ୟ ଟୁର୍ନାମେଣ୍ଟଗୁଡ଼ିକରେ ମହିଳା ଫୁଟ୍‌ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri