ନୂଆପଡ଼ା ଉପନିର୍ବାଚନ: ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ଭୋଟିଂ

ନୂଆପଡ଼ା,୧୧।୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା ମଙ୍ଗଳବାର ସକାଳ ୭ଟାରୁ ଆରମ୍ଭ ହୋଇଛି। ସୁରୁଖୁରୁରେ ଭୋଟିଂ ଚାଲିଥିବା ଜଣାପଡ଼ିଛି। ସକାଳ ୯ଟା ସୁଦ୍ଧା ନୂଆପଡ଼ାରେ ୧୪.୯୯% ଭୋଟିଂ ହୋଇଛି।

ଭୋଟିଂ ସ୍ଥାନ ଗୁଡିକରେ ସକାଳ ୭ଟାରୁ ଗହଳି ଦେଖିବାକୁ ମଳିଛି। ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ରାଜ୍ୟର ପ୍ରମୁଖ ୩ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସମେତ ମୋଟ୍‌ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି। ଦୁଇଟି ଏନ୍‌ଏସି ଏବଂ ୨ଟି ବ୍ଲକକୁ ନେଇ ଗଠିତ ଏହି ନୂଆପଡ଼ା ନିର୍ବାଚନମଣ୍ଡଳୀର ମୋଟ୍‌ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଠାରେ ମୋଟ୍‌ ୩୫୮ଟି ବୁଥ୍‌ ରହିଥିବାବେଳେ ସେଥିରୁ ୧୦୧ଟି ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ୧୦୧ ବୁଥ୍‌ ମଧ୍ୟରୁ ୪୭ଟି ମାଓବାଦୀ ପ୍ରଭାବିତ ଅଞ୍ଚଳ ହୋଇଥିବା ବେଳେ ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳ ବୋଲି କୁହାଯାଇଛି। ତେବେ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ସାଧାରଣ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ ବୋଲି ଜିଲା ନିର୍ବାଚନ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମାଓବାଦୀ ପ୍ରଭାବିତ ବୁଥ୍‌ ମଧ୍ୟରୁ ୮ଟି ଦୁର୍ଗମ ପାହାଡିଆ ଅଞ୍ଚଳରେ ରହିଛି। ସେଗୁଡ଼ିକ ହେଉଛି ୩୨୦-ସୋସେଙ୍ଗ, ୩୨୧- ସୋସେଙ୍ଗ(୨), ୩୨୨ ଦେଓସିଲ, ୩୨୪ ସୁନାବେଡ଼ା(୧), ୩୨୫ ସୁନାବେଡ଼ା ୧(କ), ୩୨୬ ଜାମଗାଁ, ୩୨୭ ଗୋତିବେଡ଼ା ଓ ୩୨୮ ଗୋତିବେଡା(୨) ରହିଛି। ଏହି ବୁଥ୍‌ଗୁଡ଼ିକ ଅତି ସମ୍ବେଦନଶୀଳ ହୋଇଥିବାରୁ ପୋଲିଂପାର୍ଟି ସୁରକ୍ଷିତ ଯିବା ସହିତ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ କରି ଫେରିବା ପାଇଁ ଭାରତୀୟ ବାୟୁସେନାର ବିମାନ ଉପଯୋଗ କରାଯାଇଛି। ମାଓବାଦୀ ପ୍ରଭାବିତ ୮ ବୁଥ୍‌ ଲାଗି ୬ ଜଣ ଲେଖାଏ ମୋଟ୍‌ ୪୮ ଜଣ ପୋଲିଂପାର୍ଟି ନିୟୋଜିତ ହୋଇଛନ୍ତି। ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଥରକରେ ୬ ଜଣ ଲେଖା ୮ଥରରେ ପୋଲିଂପାର୍ଟିକୁ ଦୁର୍ଗମ ଅଞ୍ଚଳରେ ଥିବା ବୁଥ୍‌ରେ ସୁରକ୍ଷିତ ଛଡ଼ାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri