କଳାହାଣ୍ଡିରେ ନୂଆଁଖାଇ: ଖିରି, ପିଠାରେ ମହକିଲା ଘର; ପରମ୍ପରାକୁ ନ ଭୁଲି …

ଭବାନୀପାଟଣା,୨୮ା୮(ଉତ୍ତମ କୁମାର ଦାଶ)- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଗୁରୁବାର କଳାହାଣ୍ଡି ଜିଲାରେ ଧୁମଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ ୯ଟା ୫୦ରେ ନବାନ୍ନ ଲାଗିଥିଲା। ପରେ ସହରର ପ୍ରତ୍ୟେକ ବର୍ଗର ଲୋକ ମହାପ୍ରଭୁଙ୍କୁ ଲାଗିଥିବା ନବାନ୍ନ ଭୋଗ ଘରକୁ ନେଇଥିଲେ। ସେହି ଭୋଗ ପୁଣି ନିଜ ଇଷ୍ଟଦେବୀଙ୍କୁ ସମର୍ପଣ କରି ପରିବାର ସଦସ୍ୟ ଏକାଠି ନୂଆଁ ଖାଇଥିଲେ। ସେହିପରି ଗାଁରେ ମଧ୍ୟ ଆରାଧ୍ୟ ଦେବତାଙ୍କଠାରେ ନବାନ୍ନ ଲାଗିବା ପରେ ସେଠାରୁ ନବାନ୍ନ ନେଇ ନିଜ ଇଷ୍ଟଦେବୀଙ୍କୁ ସମର୍ପଣକରି ଲୋକେ ନୂଆଁ ଖାଇଥିଲେ।

ନୂଆଖାଇଁର ଅନନ୍ୟ ପରମ୍ପରା ହେଉଛି ପରିବାରର ସମସ୍ତ ସଦସ୍ୟ ଏକାଠି ହେବା। ପରିବାରର ମୁଖିଆ ଇଷ୍ଟଦେବୀ ତଥା ଅନ୍ୟ ଦିଅଁ ଦେବତାଙ୍କଠାରେ ନୂଆ ଅନ୍ନ ଅର୍ପଣକରିବା ପରେ ସମସ୍ତଙ୍କୁ ବାଣ୍ଟିବା ପରମ୍ପରା ଏବେ ବି ଘରେ ଘରେ ବଞ୍ଚତ୍ରହିଛି। ଜିଲାର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକେ ନୂଆଁଖାଇ ପାଳନ କରିଥିଲେ। ଗୁରୁବାର ସକାଳେ ପ୍ରତ୍ୟେକ ଘରେ ବିଭିନ୍ନ ପ୍ରକାର ପିଠା, ଖିରି, ନୂଆଧାନର ଚୁଡ଼ା ଇଷ୍ଟ ଦେବଦେବୀଙ୍କୁ ନିକଟରେ ଲାଗି କରାଯାଇଥିଲା। ପରେ ପରିବାରର ସମସ୍ତେ ଏକାଠି ବସି ଭକ୍ଷଣ କରିଥିଲେ। ବିଶେଷକରି ବ୍ରାହ୍ମଣ, ପାଇକ, ମେହେର, ବଙ୍କା, କୁମ୍ଭାର, ମାଳୀ, ଦଳିତ, ଆଦିବାସୀ, ଲୋହରା, ଯାଦବ ଆଦି ସମ୍ପ୍ରଦାୟର ଲୋକେ ଏକାଠି ହୋଇ ନୂଆଁ ଖାଇଛନ୍ତି।

ଏହାରି ଭିତରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ନିଜ ଗ୍ରାମ ନୂଆଗୁଡ଼ାକୁ ଆସି ପରିବାର ସହ ନୂଆଁଖାଇରେ ସାମିଲ ହୋଇଥିଲେ। ସେହିପରି ଚିଚୈଗୁଡ଼ାରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ଓ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଡ. ଅଜୟ ପଣ୍ଡା ମଧ୍ୟ ତାଙ୍କ ପରିବାର ସହ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ନବାନ୍ନ ଭକ୍ଷଣ ପରେ ପ୍ରଥମେ ନିଜ ସମ୍ପ୍ରଦାୟର ବୟୋଜ୍ୟେଷ୍ଠଙ୍କୁ ପ୍ରଣାମକରି ଗାଁ ଦାଣ୍ଡରେ ଗ୍ରାମବାସୀଙ୍କ ସହ ଜୁହାର ଭେଟ କରି ଦିଅଁଦର୍ଶନ ପରମ୍ପରା ରହିଛି। ସେହି ଅନୁଯାୟୀ ଅପରାହ୍ନରୁ ସା ପର୍ଯ୍ୟନ୍ତ ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri