ବଲାଙ୍ଗୀରରେ ନୂଆଁଖାଇ ଫିକା: ବାଉଁଶ କାରିଗର ଗ୍ରାହକ ଅପେକ୍ଷାରେ

ବଲାଙ୍ଗୀର ଅଫିସ,୨୦।୮: କରୋନା ଯୋଗୁ ଅନେକ କଟକଣା ଲାଗିଛି । କେତେବେଳେ ଶଟ୍‌ଡାଉନ ତ ଆଉ କେତେବେଳେ ଲକ୍‌ଡାଉନ। ତେବେ ଆଉ ୨ ଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ହେବାକୁ ଥିବା ବେଳେ ଏଥର ତାହା ଫିକା ପଡିଛି । ବଲାଙ୍ଗୀର ସହରରେ ନୂଆଁଖାଇର ସପ୍ତାହେ/ଦୁଇ ସପ୍ତାହ ପୂର୍ବରୁ ବଜାର ଭିଡ ଜମିଥାଏ। ଖୋଜା ପଡେ ବାଉଁଶରେ ତିଆରି ସାମଗ୍ରୀ। ମାତ୍ର ଚଳିତ ବର୍ଷ କରୋନାରେ ଏସବୁ ସାମଗ୍ରୀ ବିକ୍ରି କରିବାକୁ ଆସିଥିବା ଲୋକେ ଗ୍ରାହକଙ୍କୁ ଅପେକ୍ଷା କରିଛନ୍ତି  କେବଳ ବାଉଁଶ କାରିଗର ନୁହନ୍ତି କୁମ୍ଭାର ପରିବାରମାନେ ମଧ୍ୟ ସମାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।