ଧର୍ମଗଡ଼ରେ ନୂଆ-ଓ’ ସ୍କଲାରଶିପ୍‌ ପ୍ରଦାନ କଲେ ୫-ଟି ଅଧ୍ୟକ୍ଷ

ଭବାନୀପାଟଣା,୩ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ରବିବାର ନୂଆ-ଓ ସ୍କଲାରଶିପ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ନୂଆ-ଓ ସ୍କଲାରଶିପ୍‌ ପ୍ରଦାନ କରିଛନ୍ତି। ଏହି ସ୍କଲାରଶିପ୍‌ ଜରିଆରେ ଛାତ୍ରୀଙ୍କୁ ୧୦ ହଜାର ଓ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଇଛି। ଯାହାଦ୍ବାରା ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷାରେ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ। ସେହିପରି ନୂଆ-ଓ ମ୍ୟାଜିକ କାର୍ଡ ମଧ୍ୟ ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରାଯିବ। ଏହି କାର୍ଡ ଜରିଆରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ସୁବିଧା ସୁଯୋଗ ମିଳିବ। ଯାତାୟାତ ଓ ଓ୍ବାଇଫାଇ ଭଳି ଅନେକ ସୁବିଧା ପାଇବେ ଛାତ୍ରୀଛାତ୍ର। ତେବେ ଯେଉଁ ଛାତ୍ରୀଛାତ୍ର ଅଧିକ ସଂଖ୍ୟାରେ ଆକ୍ଟିଭିଟିରେ ସାମିଲ ହେବେ। ସେହି ଅନୁସାରେ କାର୍ଡ ରିଚାର୍ଜ ହେବ। ଛାତ୍ରୀଛାତ୍ରଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନୂଆ-ଓ ସ୍କଲାରଶିପ୍‌ ବ୍ୟବସ୍ଥା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଥିପାଇଁ ଏକ କର୍ପସ ଫଣ୍ଡର ବ୍ୟବସ୍ଥା କରିଛନ୍ତି। ଏହି ସ୍କିମରେ ରାଜ୍ୟର ପ୍ରାୟ ୬ ଲକ୍ଷ ଛାତ୍ରୀଛାତ୍ର ଉପକୃତ ହେବେ। ଛାତ୍ରୀଙ୍କୁ ୧୦ ହଜାର ଓ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଉଛି। ଯୁକ୍ତ ଓ ଏବଂ ପିଜିର ୬ ଲକ୍ଷ ଛାତ୍ରୀଛାତ୍ର ଏହାଦାରା ଉପକୃତ ହେବେ ବୋଲି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ଏହିକ୍ରମରେ କଳାହାଣ୍ଡି ଜିଲାର ୩୩ ଟି କଲେଜର ୧୩ ହଜାର ୭୪ ଜଣ ଛାତ୍ରୀଛାତ୍ରଙ୍କୁ ୧୨ କୋଟି ୯୩ ଲକ୍ଷ ୫୯ ହଜାର ଟଙ୍କା ସ୍କଲାରଶିପ୍‌ ପ୍ରଦାନ କରାଯିବ।