ସ୍ପାଏଓ୍ବେର ବ୍ଲକ୍‌ କଲା ଏନ୍‌ଏସ୍‌ଓ

ଓ୍ବାଶିଂଟନ, ୧।୮(ପି.ଟି.): ପେଗାସସ୍‌ ଗୁପ୍ତଚରଗିରି ବିବାଦକୁ ନେଇ ଭାରତ ସମେତ ବିଭିନ୍ନ ଦେଶରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିବା ଇସ୍ରାଏଲ୍‌ ସାଇବର ସିକ୍ୟୁରିଟି କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ବିଭିନ୍ନ ସରକାରଙ୍କୁ ଯୋଗାଇଥିବା ଏହି ସ୍ପାଏଓ୍ବେରକୁ ସାମୟିକ ଭାବେ ବନ୍ଦ କରିଦେଇଛି। ଏହି ଟେକ୍‌ନୋଲୋଜିକୁ ବିଭିନ୍ନ ସରକାର ନିର୍ଦ୍ଦିଷ୍ଟ ରାଜନେତା, ଖବରଦାତା ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ଗୁପ୍ତଚରଗିରି କାର୍ଯ୍ୟରେ ଅପବ୍ୟବହାର କରୁଥିବା ଜଣାପଡ଼ିବା ପରେ ନିଜ ଦେଶରେ ତଦନ୍ତର ସମ୍ମୁଖୀନ ହୋଇଥିବାରୁ ଏନ୍‌ଏସ୍‌ଓ ଗ୍ରୁପ୍‌ ଏଭଳି ନିଷ୍ପତ୍ତି ନେଇଛି। ଭାରତ ସମେତ ବିଭିନ୍ନ ଦେଶରେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ପେଗାସସ୍‌ ସଫ୍ଟଓ୍ବେର ଜରିଆରେ ଟାର୍ଗେଟ କରାଯାଉଥିବାରୁ ଏହା ଗୋପନୀୟତା ଅଧିକାର କ୍ଷୁଣ୍ଣ କରୁଥିବା ନେଇ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି।
ପେଗାସସ୍‌ ଗୁପ୍ତଚରଗିରି ଦୁର୍ନୀତି ମାମଲାରେ ଇସ୍ରାଏଲ୍‌ କର୍ତ୍ତୃପକ୍ଷ ଏନ୍‌ଏସ୍‌ଓ ଗ୍ରୁପ୍‌ ବିରୋଧରେ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତକାରୀ ଅଧିକାରୀମାନେ ଉକ୍ତ ସାଇବର ସିକ୍ୟୁରିଟି କମ୍ପାନୀର କାର୍ଯ୍ୟାଳୟକୁ ଯାଇ ତଦାରଖ କରିଛନ୍ତି। ଏନ୍‌ଏସ୍‌ଓ ଗ୍ରୁପ୍‌ର ସ୍ପାଏଓ୍ବେର ପେଗାସସ୍‌କୁ ବିଭିନ୍ନ ସରକାର ଗୁପ୍ତଚରଗିରି ପାଇଁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।
ସ୍ପାଏଓ୍ବେରର ଅପବ୍ୟବହାର ନେଇ ରିପୋର୍ଟ ପାଇବା ପରେ ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ୍ସପୋର୍ଟ କଣ୍ଟ୍ରୋଲ ବିଭାଗ ଏବଂ ଜାତୀୟ ସୁରକ୍ଷା ପରିଷଦ ଏନ୍‌ଏସ୍‌ଓ କାର୍ଯ୍ୟାଳୟ ପରିଦର୍ଶନ ତଦନ୍ତ ଆରମ୍ଭ କରିଛନ୍ତି। କମ୍ପାନୀକୁ ମନ୍ତ୍ରଣାଳୟର ଏକ୍ସପୋର୍ଟ କଣ୍ଟ୍ରୋଲ ବିଭାଗ ଦେଇଥିବା ଅନୁମତି ଓ କ୍ଷମତା ଅନୁଯାୟୀ ଏହା କାର୍ଯ୍ୟ କରୁଛି କି ନାହିଁ ତାହା ଯାଞ୍ଚ କରାଯାଉଛି। ଏନ୍‌ଏସ୍‌ଓଠାରୁ ଏହି ସଫ୍ଟଓ୍ବେର କିଣିଥିବା କେତେକ କ୍ଲାଏଣ୍ଟଙ୍କୁ ମଧ୍ୟ ତଦନ୍ତରେ ସାମିଲ କରାଯାଇଛି। ସେଥିପାଇଁ ଉକ୍ତ ସଫ୍ଟଓ୍ବେର୍‌କୁ ସାମୟିକ ଭାବେ ବ୍ଲକ୍‌ କରାଯାଇଥିବା ଉକ୍ତ କମ୍ପାନୀ ସୂତ୍ରରୁ ଜଣାପଡ଼ିଛି। ଏନ୍‌ଏସ୍‌ଓ ଏହାର ନିଜସ୍ବ ତଦନ୍ତରେ ସମ୍ଭାବ୍ୟ ଟାର୍ଗେଟରେ ଥିବା କେତେଜଣଙ୍କ ଟେଲିଫୋନ୍‌ ନମ୍ବରକୁ ଯାଞ୍ଚ କରୁଛି। ତେବେ ପେଗାସସ୍‌ ସହ ସେମାନଙ୍କର କୌଣସି ସମ୍ପର୍କ ନ ଥିବା ଜଣେ କର୍ମଚାରୀ କହିଛନ୍ତି।
ଦେଶକୁ ସ୍ପାଏଓ୍ବେର ଟେକ୍‌ନୋଲୋଜି ବିକ୍ରିକୁ ନିୟନ୍ତ୍ରଣ କରୁଥିବା ଇସ୍ରାଏଲ୍‌ ସରକାର ଚାପର ସମ୍ମୁଖୀନ ହୋଇଛନ୍ତି। ଫଳରେ ଏନ୍‌ଏସ୍‌ଓ ବିରୋଧରେ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ବୁଧବାର ତେଲ୍‌ ଆଭିଭ୍‌ ନିକଟରେ ଥିବା ହେର୍ଜଲିୟାସ୍ଥିତ ଏନ୍‌ଏସ୍‌ଓ କାର୍ଯ୍ୟାଳୟକୁ ଇସ୍ରାଏଲୀ ଅଧିକାରୀମାନେ ଯାଇ ଅନୁଧ୍ୟାନ କରିଥିଲେ। ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିବା ବ୍ୟକ୍ତିବିଶେଷଙ୍କ ନାଁ ସହିତ ପେଗାସସ୍‌ର ସମ୍ପର୍କ ନ ଥିବା କମ୍ପାନୀ ଜଣାଇଦେବାକୁ ଚାହେଁ ବୋଲି ଏନ୍‌ଏସ୍‌ଓର ଜଣେ କର୍ମଚାରୀ କହିଛନ୍ତି। ୪୦ ଦେଶରେ ଏନ୍‌ଏସ୍‌ଓର ୬୦ ଗ୍ରାହକ ଅଛନ୍ତି। ସେମାନେ ହେଲେ ଗୋଇନ୍ଦା ସଂସ୍ଥା, ଆଇନ ପ୍ରଣୟନକାରୀ ସଂସ୍ଥା ଓ ପ୍ରତିରକ୍ଷା ବିଭାଗ। ପୂର୍ବରୁ ଅପବ୍ୟବହାର ଅଭିଯୋଗରେ କମ୍ପାନୀ ୫ ସରକାରୀ ସଂସ୍ଥାର ସଫ୍ଟଓ୍ବେରକୁ ବ୍ଲକ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍‌ ସମୟରେ ମା’ଙ୍କ ପୂଜା ପୂଜା…

ବେପରୁଆ ଗାଡ଼ି ଚାଳନା, ଢାବା ଉପରକୁ କାର୍ ମାଡ଼ିଯିବାରୁ ୨ମୃତ

କୁଆଁରମୁଣ୍ଡା,୬ା୪(ମହେନ୍ଦ୍ର କୁମାର ସାହୁ): ରବିବାର ବିଳମ୍ବିତ ରାତିରେ ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଢାବା ଭିତରକୁ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri