ରେକର୍ଡ ସ୍ତରରେ ଏନ୍‌ଏସ୍‌ଇ ନିଫ୍ଟି

ନୂଆଦିଲ୍ଲୀ,୨୭।୬ (ଅଭୟ ଦାଶ): ଘରୋଇ ଶେୟାର ବଜାର କାରବାରରେ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନୂତନ ରେକର୍ଡ ସହ ସର୍ବୋଚ୍ଚ ସ୍ତରରେ ରହିଛନ୍ତି। ଏପରିକି ୩୦ ଶେୟାର ବିଶିଷ୍ଟ ବିଏସ୍‌ଇ ସେନ୍‌ସେକ୍ସ ଅଲ୍‌ ଟାଇମ ହାଇ ବା ସର୍ବୋଚ୍ଚ ସ୍ତର (୭୮,୬୭୪.୨୫ଅଙ୍କ)ରେ ପହଞ୍ଚତ୍ଥିଲାବେଳେ ଏନ୍‌ଏସ୍‌ଇ ନିଫ୍ଟି ମଧ୍ୟ ନୂତନ ରେକର୍ଡ ସହ ୨୪,୦୦୦ (୨୩,୮୬୮.୮୦)ଅଙ୍କର ନିକଟବର୍ତ୍ତୀ ହୋଇଛି।

ଉଲ୍ଲେଖଯୋଗ୍ୟ, ବୁଧବାର ଏନ୍‌ଏସ୍‌ଇର ନିଫ୍ଟି ୫୦ର କାରବାର ପ୍ରାରମ୍ଭରେ ସର୍ବୋଚ୍ଚ ଅଙ୍କ ଛୁଲଁଥିଲାବେଳେ ଶେଷ ବେଳକୁ ୨୩,୮୬୮.୮୦ ଅଙ୍କରେ କାରବାର ବନ୍ଦ କରିଥିଲାବେଳେ ବିଏସ୍‌ଇ ସେନ୍‌ସେକ୍ସ କାରବାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁଜ ସ୍ତରରେ ରହିଥିଲାବେଳେ ପ୍ରାରମ୍ଭରେ ସେନ୍‌ସେକ୍ସ ଅଲ ଟାଇମ ହାଇ ପହଞ୍ଚତ୍ଥିଲାବେଳେ ୭୮,୬୭୪.୨୫ଅଙ୍କରେ କାରବାର ଶେଷ କରିଥିଲା। ସେହିଭଳି ବିଏସ୍‌ଇ ସେନ୍‌ସେକ୍ସର କାରବାର ୦.୯୦% ବୃଦ୍ଧି ଘଟିଥିବାବେଳେ ଏନ୍‌ଏସ୍‌ଇ ନିଫ୍ଟି ୫୦ରେ ମଧ୍ୟ ୦.୭୨ % ବୃଦ୍ଧି ହୋଇଛି। ଏପରିକି ବିଏସ୍‌ଇ ସ୍ମଲକ୍ୟାପ ଏବଂ ବିଏସ୍‌ଇ ମିଡ୍‌କ୍ୟାପ କାରବାର ସାମାନ୍ୟ ବୃଦ୍ଧି ପାଇଥିଲା। ଏପରିକି ନିଫ୍ଟି ମିଡ୍‌କ୍ୟାପ ୧୨୨.୭୫ ପଏଣ୍ଟ ବା ୦.୨୨% ହ୍ରାସ ପାଇଥିଲାବେଳେ ନିଫ୍ଟି ସ୍ମଲକ୍ୟାପ ୦.୯୦ ପଏଣ୍ଟ ବା ୦.୦୧% ବୃଦ୍ଧି ଘଟିଥିଲା। ଅପରପକ୍ଷରେ ନିଫ୍ଟି ବ୍ୟାଙ୍କିଙ୍ଗ୍‌ (ବ୍ୟାଙ୍କ)ର କାରବାର ସର୍ବୋଚ୍ଚ ସ୍ତର ଛୁଇଁଥିଲାବେଳେ କାରବାର ଶେଷ ସୁଦ୍ଧା ୨୬୪.୫୦ ପଏଣ୍ଟ ବୃଦ୍ଧି ବା ୦.୫୦% ବୃଦ୍ଧି ପାଇ ୫୩,୦୦୦ (୫୨,୮୭୦.୫୦ ଅଙ୍କ ) ଅଙ୍କ ନିକଟବର୍ତ୍ତୀ ହୋଇଥିଲା ବୋଲି ଶେୟାର ବଜାର ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ସେହିପରି ବିଏସ୍‌ଇ ସେନ୍‌ସେକ୍ସ ପଞ୍ଜୀକୃତ ନିବେଶକଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌(ଆର୍‌ଆଇଏଲ୍‌) ସର୍ବାଧିକ ଲାଭବାନ୍‌ ହୋଇଥିଲାବେଳେ ଭାରତୀ ଏୟାରଟେଲ, ଅଲ୍‌ଟ୍ରାଟେକ୍‌ ସିମେଣ୍ଟ, ଆଇସିଆଇସିଆଇ ବ୍ୟାଙ୍କ, ମିଡିଆ, ଅଏଲ ଆଣ୍ଡ ଗ୍ୟାସ୍‌ ଭଳି ନିବେଶକମାନେ ମଧ୍ୟ ପ୍ରାୟ ଲାଭବାନ୍‌ ହୋଇଛନ୍ତି।

ଏପରିକି ସେକ୍ଟେରାଲ କ୍ଷେତ୍ରରେ ଅଟୋ, ଆଇଟି, ଟେଲିକମ୍‌, ମେଟାଲ, ଏଫ୍‌ଏମ୍‌ସିଜି, ଫାର୍ମା, ହେଲ୍‌ଥ କେୟାର ଏବଂ ଘରୋଇ ବ୍ୟାଙ୍କ ସମେତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭଳି ନିବେଶ ସଂସ୍ଥାର ନିବେଶ ପୂର୍ବଦିନ ଅପେକ୍ଷା ଯଥେଷ୍ଟ ପରିମାଣରେ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com
ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri