ନୃପରାଜ ଯାଦବ ହେଲେ ନଗର ବିଜେଡି ସଭାପତି: ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନାମ ଘୋଷଣା କଲେ ବିଧାୟକ

କେସିଙ୍ଗା,୬।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ନଗର ବିଜେଡି ସଭାପତି ଭାବରେ ଏନଏସିର ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନାମ ଗତକାଲି ଘୋଷଣା ହେବା ପରେ ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ନୃପରାଜ ଯାଦବ ବର୍ତ୍ତମାନ କେସିଙ୍ଗା ଏନଏସିର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି। ବିଜେଡିର ଜଣେ ପ୍ରମୁଖ ବରିଷ୍ଠ କର୍ମୀ ତାଙ୍କର ନାମ ଘୋଷଣା ହେବା ପରେ ସହରରେ ବିଜୁ ପରିବାର ପକ୍ଷରୁ ଆନନ୍ଦର ଲହରୀ ଖେଳିଯାଇଛି। ନୃପରାଜ ଯାଦବ ପୂର୍ବରୁ ଥିବା ସଭାପତି ବରିଷ୍ଠ ବିଜେଡି ନେତା ରମେଶ ପଟ୍ଟନାୟକଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ। ନୃପରାଜ ଯାଦବ ସଭାପତି ପଦବୀରେ ଘୋଷଣା ହେବା ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି , କେସିଙ୍ଗା ସହରରେ ବିଜେଡ଼ିକୁ ମଜଭୁତ କରିବା ସହିତ ସମସ୍ତ ବିଜେଡି କର୍ମୀଙ୍କୁ ଏକତ୍ରିତ କରି ବିଜୁ ଜନତା ଦଳକୁ ମଜଭୁତ କରିବା ସହ ସୁଦୃଢ କରିବି ବୋଲି ପ୍ରକାଶ କରିଛନ୍ତି। ସଭାପତି ପଦବୀ ନାମ ଘୋଷଣା ପରେ କେସିଙ୍ଗା ପୂର୍ବତନ ଟାଉନ ସଭାପତି ରମେଶ ପଟ୍ଟ ନାୟକ, ବିଜେଡି ଯୁବ ନେତା ଶିଲୁ ପରିଡ଼ା, ନଳୀନ ପଟ୍ଟନାୟକ, ଶମ୍ଭୁ ବଗର୍ଷି ପ୍ରମୁଖ ନୂତନ ଟାଉନ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଭବାନୀପାଟଣା ସ୍ଥିତଠାରେ ଅନୁଷ୍ଠିତ ସ୍ବାଗତ ଓ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି
ମାନ୍ୟବର ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ନୂତନ ବିଜେଡି ସଭାପତି ନାମ ଘୋଷଣା କରିଥିଲେ। ଭବାନୀପାଟଣା ଟାଉନ ହଲ ଠାରେ ବିଜୁ ଜନତା ଦଳ ତରଫରୁ ସ୍ବାଗତ ଓ ସମ୍ବଦ୍ଧନା ଦିଆଯାଇଥିଲା। ଏହି ବୈଠକରେ ସମସ୍ତ ମାନ୍ୟବର ବିଧାୟକ, ବିଧାୟିକା ଓ ପୂର୍ବତନ ବିଧାୟକ, ବିଜେଡି ବରିଷ୍ଠ ନେତୃମଣ୍ଡଳୀ, ବିଭିନ୍ନ ସଂଗଠନର ସଭାପତି ଓ କର୍ମକର୍ତ୍ତା, ସମସ୍ତ ମ୍ୟୁନିସିପାଲଟି ଓ ଏନଏସି ଅଧ୍ୟକ୍ଷ, ଅଧ୍ୟକ୍ଷା, କାଉନସିଲର, ବିସିସି ବ୍ୟାଙ୍କ ସଭାପତି ଓ ସମସ୍ତ ଡାଇରେକ୍ଟର, ଜିଲା ପରିଷଦ ଅଧ୍ୟକ୍ଷ ଓ ସମସ୍ତ ଜିଲା ପରିଷଦ ସଦସ୍ୟ, ତଥା ଦଳୀୟ କର୍ମକର୍ତ୍ତା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଲ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri