କେସିଙ୍ଗା,୬।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ନଗର ବିଜେଡି ସଭାପତି ଭାବରେ ଏନଏସିର ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନାମ ଗତକାଲି ଘୋଷଣା ହେବା ପରେ ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ନୃପରାଜ ଯାଦବ ବର୍ତ୍ତମାନ କେସିଙ୍ଗା ଏନଏସିର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି। ବିଜେଡିର ଜଣେ ପ୍ରମୁଖ ବରିଷ୍ଠ କର୍ମୀ ତାଙ୍କର ନାମ ଘୋଷଣା ହେବା ପରେ ସହରରେ ବିଜୁ ପରିବାର ପକ୍ଷରୁ ଆନନ୍ଦର ଲହରୀ ଖେଳିଯାଇଛି। ନୃପରାଜ ଯାଦବ ପୂର୍ବରୁ ଥିବା ସଭାପତି ବରିଷ୍ଠ ବିଜେଡି ନେତା ରମେଶ ପଟ୍ଟନାୟକଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ। ନୃପରାଜ ଯାଦବ ସଭାପତି ପଦବୀରେ ଘୋଷଣା ହେବା ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି , କେସିଙ୍ଗା ସହରରେ ବିଜେଡ଼ିକୁ ମଜଭୁତ କରିବା ସହିତ ସମସ୍ତ ବିଜେଡି କର୍ମୀଙ୍କୁ ଏକତ୍ରିତ କରି ବିଜୁ ଜନତା ଦଳକୁ ମଜଭୁତ କରିବା ସହ ସୁଦୃଢ କରିବି ବୋଲି ପ୍ରକାଶ କରିଛନ୍ତି। ସଭାପତି ପଦବୀ ନାମ ଘୋଷଣା ପରେ କେସିଙ୍ଗା ପୂର୍ବତନ ଟାଉନ ସଭାପତି ରମେଶ ପଟ୍ଟ ନାୟକ, ବିଜେଡି ଯୁବ ନେତା ଶିଲୁ ପରିଡ଼ା, ନଳୀନ ପଟ୍ଟନାୟକ, ଶମ୍ଭୁ ବଗର୍ଷି ପ୍ରମୁଖ ନୂତନ ଟାଉନ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଭବାନୀପାଟଣା ସ୍ଥିତଠାରେ ଅନୁଷ୍ଠିତ ସ୍ବାଗତ ଓ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି
ମାନ୍ୟବର ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ନୂତନ ବିଜେଡି ସଭାପତି ନାମ ଘୋଷଣା କରିଥିଲେ। ଭବାନୀପାଟଣା ଟାଉନ ହଲ ଠାରେ ବିଜୁ ଜନତା ଦଳ ତରଫରୁ ସ୍ବାଗତ ଓ ସମ୍ବଦ୍ଧନା ଦିଆଯାଇଥିଲା। ଏହି ବୈଠକରେ ସମସ୍ତ ମାନ୍ୟବର ବିଧାୟକ, ବିଧାୟିକା ଓ ପୂର୍ବତନ ବିଧାୟକ, ବିଜେଡି ବରିଷ୍ଠ ନେତୃମଣ୍ଡଳୀ, ବିଭିନ୍ନ ସଂଗଠନର ସଭାପତି ଓ କର୍ମକର୍ତ୍ତା, ସମସ୍ତ ମ୍ୟୁନିସିପାଲଟି ଓ ଏନଏସି ଅଧ୍ୟକ୍ଷ, ଅଧ୍ୟକ୍ଷା, କାଉନସିଲର, ବିସିସି ବ୍ୟାଙ୍କ ସଭାପତି ଓ ସମସ୍ତ ଡାଇରେକ୍ଟର, ଜିଲା ପରିଷଦ ଅଧ୍ୟକ୍ଷ ଓ ସମସ୍ତ ଜିଲା ପରିଷଦ ସଦସ୍ୟ, ତଥା ଦଳୀୟ କର୍ମକର୍ତ୍ତା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଲ କରିଥିଲେ ।


