Categories: ବାଣିଜ୍ୟ

ରୂପେ ସଫ୍ଟପିଓଏସ୍‌ ସମାଧାନ ଉନ୍ମୋଚନ

ନୂଆଦିଲ୍ଲୀ: ନ୍ୟାଶନାଲ୍‌ ପେମେଣ୍ଟ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ ଏସ୍‌ବିଆଇ ପେମେଣ୍ଟସ ସହଯୋଗରେ ଭାରତର ନିୟୁତାଧିକ ମର୍ଚ୍ଚାଣ୍ଟଙ୍କ ପାଇଁ ରୂପେ ସଫ୍‌ଟପିଓଏସ୍‌କୁ ଉନ୍ମୋଚନ କରାଯାଇଛି। ଏହି ଅଭିନବ ସମାଧାନରେ ଏନ୍‌ଏଫ୍‌ସି ସୁବିଧା ଥିବା ସ୍ମାର୍ଟଫୋନ୍‌କୁ ପଏଣ୍ଟ ଅଫ୍‌ ସେଲ୍‌ (ପିଓଏସ୍‌) ଟର୍ମିନାଲ୍‌ରେ ପରିଣତ କରିହେବ। ମର୍ଚ୍ଚାଣ୍ଟଗୁଡ଼ିକୁ ଟ୍ୟାପ୍‌ ଆଣ୍ଡ୍‌ ପେ ବ୍ୟବସ୍ଥା ଜରିଆରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ସ୍ପର୍ଶବିହୀନ ଭାବେ ହାସଲ କରିପାରିବେ। ଏ ସମ୍ପର୍କରେ ଏସ୍‌ବିଆଇ ପେମେଣ୍ଟସ ଏମ୍‌ଡି ଓ ସିଇଓ, ଗିରି କୁମାର କହିଛନ୍ତି, ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ଥିବା କ୍ଷୁଦ୍ର ଓ ମଧ୍ୟମ ମର୍ଚ୍ଚାଣ୍ଟଗୁଡ଼ିକୁ ସୁବିଧା ପ୍ରଦାନ କରିବା ଲାଗି ଏନ୍‌ପିସିଆଇ ସହିତ ମିଶି କାର୍ଯ୍ୟ କରୁଛୁ।

Share