ଶିଳ୍ପବିହୀନ ଜିଲାରେ କାରଖାନାର ବିଷାକ୍ତ ଧୂଆଁ

କେନ୍ଦ୍ରାପଡ଼ା ଅଫିସ, ୧୧ା୨: ମହାନଦୀର ଗୋଟିଏ ପାର୍ଶ୍ୱରେ କେନ୍ଦ୍ରାପଡ଼ା ଜିଲା ଥିବାବେଳେ ଅପରପାର୍ଶ୍ୱରେ ଜଗତ୍‌ସିଂହପୁର ଜିଲା ଅଛି। କେନ୍ଦ୍ରାପଡ଼ା ଜିଲା ଅଦ୍ୟାବଧି ଶିଳ୍ପବିହୀନ ହୋଇ ରହିଛି। ତେବେ ଅପରପାର୍ଶ୍ୱରେ ଜଗତ୍‌ସିଂହପୁର ଜିଲା ପାରାଦୀପ ଅଞ୍ଚଳରେ ୧୬ରୁ ଊର୍ଦ୍ଧ୍ୱ ବୃହତ ଶିଳ୍ପ ଗଢ଼ି ଉଠିଛି। ଏହି ଶିଳ୍ପ ଅନୁଷ୍ଠାନରୁ ବିଭିନ୍ନ ସମୟରେ ନିର୍ଗତ ବିଷାକ୍ତ ଧୂଳି ଓ ଧୂଅଁା କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ଅତିଷ୍ଠ କରୁଛି। ସେହିପରି ଏହି ଅଞ୍ଚଳରୁ ନିର୍ଗତ ବିଷାକ୍ତ ବର୍ଜ୍ୟବସ୍ତୁ ନଦୀ ନାଳରେ ମିଶି ସ୍ଥାନୀୟ ଜିଲାର ବିଭବ ଭାବେ ପରିଚିତ ଆଦ୍ରଭୂମି ଭିତରକନିକା ସମେତ ପ୍ରାକୃତିକ ପରିବେଶକୁ ନଷ୍ଟ କରୁଛି। ଯାଜପୁର ଓ ଜଗତ୍‌ସିଂହପୁର ଶିଳ୍ପାଞ୍ଚଳକୁ ସଂଯୋଗୀ ରାସ୍ତା କେନ୍ଦ୍ରାପଡ଼ା ଜିଲାରେ ଅଛି। ପ୍ରତିଦିନ ରାସାୟନିକ ପଦାର୍ଥ ଭରା ଭାରିଯାନ ଏହି ରାସ୍ତାରେ ଯାତାୟାତ କରୁଛି। ରାସାୟନିକ ବିପର୍ଯ୍ୟୟ ପ୍ରତି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ସଚେତନ ନୁହନ୍ତି ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି।
ପରିବେଶ ପ୍ରଦୂଷଣ ପ୍ରଭାବରେ ହେଉଥିବା ସମସ୍ୟା ସମ୍ପର୍କରେ ମହାକାଳପଡ଼ା ବ୍ଲକ ବତିଘର ଅଞ୍ଚଳର ପୂର୍ଣ୍ଣିମା ମାଝି, ସୁଦର୍ଶନ ବେରା, ହରିପଦ ବିଶ୍ୱାସ ପ୍ରମୁଖ କୁହିଛନ୍ତି, ଜଗତ୍‌ସିଂହପୁର ଜିଲା ଶିଳ୍ପାଞ୍ଚଳରୁ ନିର୍ଗତ ବିଷାକ୍ତ ଧୂଳି ଓ ଧୂଅଁା ଜୀବନକୁ ଦୁର୍ବିସହ କରିଦେଉଛି। ଶିଳ୍ପାଞ୍ଚଳରୁ ନିର୍ଗତ ଧୂଳି ଓ ଧୂଅଁା ଚର୍ମ ରୋଗଠାରୁ କ୍ୟାନସର ରୋଗ ପର୍ଯ୍ୟନ୍ତ କାରଣ ହୋଇଥିବା ବେଳେ ସ୍ଥାନୀୟ ଫସଲକୁ ନଷ୍ଟ କରୁଛି। ଏହିପରି ଘଟଣା ଶୁକ୍ରବାର ମଧ୍ୟ ଦେଖିବାକୁ ମିଳିଥିଲା। ପାରାଦୀପର ଏକ ଶିଳ୍ପରୁ ଲାଲ୍‌, ହଳଦିଆ ରଙ୍ଗର ଧୂଳି ଉଡି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଖେଳେଇ ହୋଇଯାଇଥିଲା। ଘରବାଡିଠାରୁ ଆରମ୍ଭ କରି ଗଛ ପତ୍ରରେ ଲାଲ, ହଳଦିଆ ରଙ୍ଗର ଠୋପା ଠୋପା ଚିହ୍ନ ଦେଖାଯାଉଛି। ଏହି ଘଟଣା ଅଞ୍ଚଳରେ ନୂଆ ନୁହେଁ। ପ୍ରତ୍ୟହ ଏପରି ଘଟଣା ନଜରକୁ ଆସୁଛି। ଫଳରେ ରୋଗ ସହ ଜୀବନ ଜୀବିକା ନଷ୍ଟ ହେଉଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ, ସମରେନ୍ଦ୍ର ମାହାଳି, ପ୍ରଭୁପ୍ରସାଦ ମହାପାତ୍ର ପ୍ରମୁଖ କହିଛନ୍ତି ଯେ, ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ ଜାତୀୟ ଉଦ୍ୟାନ ଭିତରକନିକା ପ୍ରତି ବିପଦ ସାଜିଛି। ସେହିପରି ଏହି ବିଷାକ୍ତ ରାସାୟନିକ ପ୍ରଭାବ ସାମୁଦ୍ରିକ ଜଳଜୀବ ସମେତ ନଦୀ ନାଳ ଉପରେ ପ୍ରଭାବ ପକାଉଛି। ଗଛ ସବୁ ପୋଡ଼ି ଯାଉଥିବା ବେଳେ ଫସଲ ଅଧିକ ଅମଳକ୍ଷମ ହେଉନାହିଁ। ଏ ନେଇ ଜିଲା ପ୍ରଶାସନର ଦୃଷ୍ଟିକୁ ଅଣାଯାଇଥିବା ସେମାନେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ବିଭୂତି ଭୂଷଣ କର, ଲକ୍ଷ୍ମୀଧର ସ୍ବାଇଁ, ପ୍ରମୋଦ କୁମାର ସ୍ବାଇଁ, ପ୍ରଭାତ କୁମାର ତ୍ରିପାଠୀ ପ୍ରମୁଖ କହିଛନ୍ତି ଯେ, ୨୦୧୯ ଜୁନରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକାରୀ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାସାୟନିକ ଓ ଶିଳ୍ପାନୁଷ୍ଠାନ ଦୁର୍ଘଟଣା ପରି ବିପର୍ଯ୍ୟୟ କ୍ଷେତ୍ରରେ ରାଜ୍ୟ କ୍ରାଇସିସ ମେଣ୍ଟେନାନ୍ସ ଗ୍ରୁପ ତପତ୍ରତାର ସହ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି କ୍ରାଇସିସ ମେଣ୍ଟେନାନ୍ସ ଗ୍ରୁପ ଶିଳ୍ପାଞ୍ଚଳର ଆଖପାଖ ଅଞ୍ଚଳ ସର୍ଭେ କରିବା ସହ ଏହାର ନିରାକରଣ ବ୍ୟବସ୍ଥା କରିବ। ବୈଠକକୁ ଇତିମଧ୍ୟରେ ୩ ବର୍ଷ ବିତିଯାଇଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାରେ କ୍ରାଇସିସ ମେଣ୍ଟେନାନ୍ସ ଗ୍ରୁପର କାର୍ଯ୍ୟକ୍ରମ ଆରମ୍ଭ ହୋଇନାହିଁ। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ପାରାଦୀପ ଶିଳ୍ପାଞ୍ଚଳରେ ଶୁକ୍ରବାର ଲାଲ ହଳଦିଆ ଧୂଳି ଉଠିବା ଘଟଣା ସମ୍ପର୍କରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ନାହିଁ। ଏ ନେଇ ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର ନିର୍ଦ୍ଦେଶାଳୟ ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri