ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ ବିଭାଗ ଅଧିକାରୀ ଭାବେ ଦର୍ଶାଇ ସହଜରେ କାବୁ କରିହେଉଥିବା ବ୍ୟକ୍ତିଙ୍କ ପାଖକୁ ଇ-ମେଲ୍‌, ଟେକ୍ସଟ୍‌ ମେସେଜ୍‌ କିମ୍ବା ଫୋନ୍‌ କରୁଛନ୍ତି। ସେହି ବ୍ୟକ୍ତିମାନଙ୍କୁ କୁହାଯାଉଛି ଆପଣଙ୍କ ନାମରେ ଆର୍ଥିକ ହେରଫେର, ବେଆଇନ ସାମଗ୍ରୀ କାରବାର ସଂକ୍ରାନ୍ତ ଅଭିଯୋଗକୁ ନେଇ ତଦନ୍ତ ଚାଲିଛି। ତେଣୁ ଗିରଫ ହେବା ଭଳି ପ୍ରମାଣ ଥିବାରୁ ଆପଣ ବର୍ତ୍ତିବା ସହଜ ନୁହେଁ ବୋଲି କହି ବଡ଼ ଭୟ ସୃଷ୍ଟି କରୁଛନ୍ତି। ଏସବୁ ଶୁଣି କିମ୍ବା ଇ-ମେଲ୍‌ ବା ମେସେଜ୍‌ ଦେଖି ଯଦି ସମ୍ପୃକ୍ତ ବ୍ୟକ୍ତି ଭୟଭୀତ ହୋଇଯାଉଥିବା ଠକମାନେ ଜାଣିପାରୁଛନ୍ତି, ସେତିକିବେଳେ ସେ ଯେଭଳି ଘରୁ ବାହାରି ନ ପାରିବେ ସେଭଳି ଏକ ବାତାବରଣ ଗଢ଼ି ତୋଳୁଛନ୍ତି। ଫଳରେ ନିଜ ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିବା ଜାଣି ବ୍ୟକ୍ତି ଜଣକ ତଥାକଥିତ ଅଧିକାରୀ ବୋଲାଉଥିବା ଠକ କଥାରେ ରାଜି ହୋଇଯାଉଛନ୍ତି। ଅର୍ଥ ଯାଉ ପଛେ ଇଜ୍ଜତ ରହିଯାଉ ଭାବି ଟଙ୍କା ଦେବାକୁ ପଛାଉନାହାନ୍ତି। ପ୍ରତାରିତ ବ୍ୟକ୍ତି ଯେତେବେଳେ ଜାଣୁଛନ୍ତି ଯେ ସେ ଠକାମିର ଶିକାର ହୋଇଯାଇଛନ୍ତି, ସେତେବେଳେ ‘ନେଡ଼ି ଗୁଡ଼ କହୁଣିକୁ ବୋହିଯାଉଛି’।
ଇଣ୍ଡିଆନ ସାଇବର କ୍ରାଇମ୍‌ କୋର୍ଡିନେଶନ ସେଣ୍ଟର ତଥ୍ୟ ଅନୁଯାୟୀ, ୨୦୨୪ ଜାନୁଆରୀରୁ ଏପ୍ରିଲ୍‌ ମଧ୍ୟରେ ଡିଜିଟାଲ ଆରେଷ୍ଟ ସମେତ ସାଇବର ଠକାମିରେ ଭାରତର ନାଗରିକମାନେ ୧,୭୫୦ କୋଟିରୁ ଅଧିକ ଟଙ୍କା ହରାଇଛନ୍ତି। ଏହି ଅବଧି ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ସାଇବର କ୍ରାଇମ ପୋର୍ଟାଲରେ ୭,୪୦,୦୦୦ରୁ ଊର୍ଦ୍ଧ୍ୱ ଅଭିଯୋଗ କରାଯାଇଛି। ସଦ୍ୟ ଘଟଣାକ୍ରମେ ଡିସେମ୍ବର ୨୩ରେ ବେଙ୍ଗାଲୁରୁରେ ଏକ ଡିଜିଟାଲ ଆରେଷ୍ଟ ସମ୍ପର୍କିତ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୨୫ରୁ ଡିସେମ୍ବର ୧୨ ମଧ୍ୟରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟରଙ୍କଠାରୁ ସାଇବର ଠକମାନେ ତିନୋଟି ପର୍ଯ୍ୟାୟରେ ବିଭିନ୍ନ ଉପାୟରେ ୧୧ କୋଟି ୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ମନିଲଣ୍ଡରିଂ ମାମଲାରେ ତାଙ୍କ ଆଧାର ନମ୍ବର ଜଡ଼ିତ ଥିବା ଦର୍ଶାଇ ସେମାନେ ଏହି ଇଞ୍ଜିନିୟରଙ୍କୁ ଟାର୍ଗେଟ କରିଥିଲେ। ପରେ ଇଞ୍ଜିନିୟର ନାମ ଗୋପନ ରଖି ନିଜକୁ ବିକ୍ରମ ଭାବେ ଦର୍ଶାଇ ବେଙ୍ଗାଲୁରୁର ଉତ୍ତର-ପୂର୍ବ ସିଇଏନ୍‌ କ୍ରାଇମ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। କିଛି ମାସ ତଳେ ପଦ୍ମଭୂଷଣରେ ସମ୍ମାନିତ ‘ବର୍ଦ୍ଧମାନ ଗ୍ରୁପ୍‌’ର ଅଧ୍ୟକ୍ଷ ଏସ୍‌ପି ଓସ୍‌ଓ୍ବାଲ ମଧ୍ୟ ଡିଜିଟାଲ ଆରେଷ୍ଟରେ ୭ କୋଟି ଟଙ୍କା ହରାଇଥିଲେ। ଉଲ୍ଲେଖଯୋଗ୍ୟ, ସାଇବର ଅପରାଧ ବଢ଼ୁଥିବାରୁ ଆର୍‌ବିଆଇ ଡିଜିଟାଲ ଆରେଷ୍ଟ ଉପରେ ବାରମ୍ବାର ସଚେତନାମୂଳକ ସୂଚନା ଦେଇ ଚାଲିଛି। ଏହା ସତ୍ତ୍ୱେ ଯଦି ଜଣେ ପ୍ରଯୁକ୍ତିବିତ୍‌ ଓ ପ୍ରତିଷ୍ଠିତ ଶିଳ୍ପପତି ଠକାମିର ଶିକାର ହୋଇ ବିପୁଳ ପରିମାଣର ଟଙ୍କା ହରାଉଛନ୍ତି, ସେଭଳି ସ୍ଥଳେ ଦେଶର ସାଧାରଣ ଲୋକଙ୍କ ଅର୍ଥ ସୁରକ୍ଷିତ ରହିବ ବୋଲି କୌଣସି ଗ୍ୟାରେଣ୍ଟି ରହୁନାହିଁ।
ମନେପକାଇ ଦିଆଯାଇପାରେ ଯେ, ଭାରତରେ ୨୦୧୫ ଜୁଲାଇ ୧ରେ ଡିଜିଟାଲ ଇଣ୍ଡିଆ ଯୋଜନା ଲାଗୁ ହୋଇଥିଲା। ଆର୍ଥିକ କାରବାରକୁ ସୁଗମ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଶୁଭାରମ୍ଭ କରାଯାଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଅନେକ ନାଗରିକ ଏବେ ଅନ୍‌ଲାଇନ ଆର୍ଥିକ ଅପରାଧର ଶିକାର ହେଉଛନ୍ତି। ଏ ଦେଶରେ ମାତ୍ର ୩୮ ପ୍ରତିଶତ ପରିବାର ଡିଜିଟାଲ ସାକ୍ଷର ହୋଇପାରିଛନ୍ତି। ଏହା ଡିଜିଟାଲ ଅକ୍ଷମତାକୁ ଦର୍ଶାଉଛି। ଅନ୍ୟପକ୍ଷରେ ଜଣଙ୍କ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ଅନେକ ସମୟରେ ଅନ୍ୟ ହାତକୁ ଚାଲିଯାଉଥିବାରୁ ଅର୍ଥ ଚାଲିଯିବାର ଭୟ ସର୍ବଦା ଘାରୁଛି। ଡିଜିଟାଇଜେଶନରେ ବ୍ୟାଙ୍କଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଆଧାର ସଂଯୋଗ ଠକଙ୍କୁ ସୁହାଉଛି। ଦେଶରେ ଦୁର୍ବଳ ବ୍ୟାଙ୍କ ବ୍ୟବସ୍ଥାଠାରୁ ଆରମ୍ଭ କରି ଅନ୍‌ଲାଇନ୍‌ କାରବାର ନିରାପତ୍ତାବିହୀନ ହୋଇପଡ଼ିଛି। ନିକଟ ଅତୀତର ଉଦାହରଣ ଦେଖିଲେ ୨୦୨୩ରେ ଛଦ୍ମନାମରେ ପରିଚିତ ‘ଡାର୍କ ଓ୍ବେବ୍‌ ୦୦୦୧’ ଭାରତର ୮୧ କୋଟିରୁ ଅଧିକ ଲୋକଙ୍କ ଆଧାର ଓ ପାସ୍‌ପୋର୍ଟ ମହଜୁଦ ରଖିଥିବା ଘୋଷଣା କରିଥିଲା। ସେତେବେଳେ ପ୍ରିଭେସି ବା ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା। ଏହା ସୂଚିତ କରିଥିଲା ଯେ, ଭାରତ ସରକାର ବ୍ୟକ୍ତିଗତ ତଥ୍ୟ ଗୋପନ ରଖିବାରେ ଅସମର୍ଥ। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଭାରତରେ ସାଇବର ପୋଲିସ ଅଧିକାରୀଙ୍କର ପ୍ରଯୁକ୍ତିଗତ ଜ୍ଞାନ ଊଣା ରହୁଥିବା ଅନେକ ସାଇବର ଅପରାଧ ଆକାରରୁ ସ୍ପଷ୍ଟ ହେଉଛି। ତେଣୁ ଏଭଳି ଟେକ୍ନୋ କ୍ରାଇମ୍‌କୁ ନିୟନ୍ତ୍ରଣ କରିବାକୁ ହେଲେ ସାଇବର ନିରାପତ୍ତାକୁ ସୁଦୃଢ଼ କରିବାକୁ ପଡ଼ିବ। କେବଳ ଆଇନ ନୁହେଁ, ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ତରରେ ସତର୍କ ରହିବା ମଧ୍ୟ ଜରୁରୀ। କାରଣ ସରକାରୀ ବ୍ୟବସ୍ଥା ଅପରାଧକୁ ରୋକିବା ଲାଗି ଡାଳ ଡାଳରେ ଯାଉଥିଲା ବେଳେ ଚୋର ବା ଠକ ପତ୍ରେ ପତ୍ରେ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri