‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ କିମ୍ବା ଅନଲାଇନ୍ ସପିଂ କରିବା ହେଉ — UPI ଏବେ ସବୁଠାରୁ ସହଜ ଓ ଲୋକପ୍ରିୟ ଉପାୟ ହୋଇଛି। କିନ୍ତୁ ଅନେକ ସମୟରେ ପେମେଣ୍ଟ୍ କରିବା ବେଳେ ବ୍ୟାଙ୍କ ଆକାଉଣ୍ଟ୍‌ରେ ପର୍ଯ୍ୟାପ୍ତ ବାକି ନ ଥାଏ, ଯାହାଦ୍ୱାରା ଲଜ୍ଜା ହୁଏ ଏବଂ କାମ ଅଟକିଯାଏ। ଏହି ସମସ୍ୟାର ସମାଧାନ ଆଣିଛି ଭାରତର ପ୍ରମୁଖ ଫିନଟେକ୍ କମ୍ପାନି ଭାରତ ପେ’ଯସ୍ ବ୍ୟାଙ୍କର ନୂଆ ସହଯୋଗ। ସେମାନେ ମିଳିତ ଭାବେ ଏକ ନୂତନ ସେବା ଆରମ୍ଭ କରିଛନ୍ତି — ‘Pay Later with BharatPe’। ଏହା ଏକ ଡିଜିଟାଲ୍ କ୍ରେଡିଟ୍ ସେବା, ଯାହାଦ୍ୱାରା UPI ପେମେଣ୍ଟ୍ କରିବା ବେଳେ ଆକାଉଣ୍ଟ୍‌ରେ ଟଙ୍କା ନ ଥିଲେ ମଧ୍ୟ ଆପଣ ସହଜରେ ଭୁଗତାନ କରିପାରିବେ। ଏହି ସେବା ପୂରାପୂରି NPCI (ନେସନାଲ୍ ପେମେଣ୍ଟ୍ସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ) ସିଷ୍ଟମ୍ ଉପରେ ଆଧାରିତ, ତେଣୁ ଏହାର ସୁରକ୍ଷା ଓ ବିଶ୍ୱାସଯୋଗ୍ୟତା ଉପରେ କୌଣସି ପ୍ରଶ୍ନ ଉଠେ ନାହିଁ।
  • କାଗଜପତ୍ର ବିନା ତୁରନ୍ତ କ୍ରେଡିଟ୍:
ଏହି ସେବାର ସବୁଠାରୁ ବଡ଼ ଲାଭ ହେଉଛି — ଆପଣଙ୍କୁ ଅଲଗା ଲୋନ୍ କିମ୍ବା କ୍ରେଡିଟ୍ କାର୍ଡ୍ ପାଇଁ ଆବେଦନ କରିବାକୁ ପଡ଼ିବ ନାହିଁ। ଭାରତପେ ଆପ୍‌ରେ ‘Pay Later’ ଅପସନ୍ ବାଛି ଯସ୍ ବ୍ୟାଙ୍କର KYC ପ୍ରକ୍ରିୟା ସମ୍ପନ୍ନ କଲେ କିଛି ମିନିଟ୍ ଭିତରେ ଆପଣଙ୍କ କ୍ରେଡିଟ୍ ପ୍ରୋଫାଇଲ୍ ଯାଞ୍ଚ ହୋଇଯାଏ ଏବଂ କ୍ରେଡିଟ୍ ସୀମା ମିଳିଯାଏ। ସୀମା ଅନୁମୋଦିତ ହେବାମାତ୍ରେ ଆପଣ ଯେକୌଣସି ଦୋକାନରେ QR କୋଡ୍ ସ୍କାନ୍ କରି କିମ୍ବା ଅନଲାଇନ୍ ପେମେଣ୍ଟ୍ କରିପାରିବେ।
  • ୪୫ ଦିନ ପର୍ଯ୍ୟନ୍ତ ସୁଧମୁକ୍ତ ସମୟ:

ଏହି ସେବାର ସବୁଠାରୁ ଆକର୍ଷଣୀୟ ବିଶେଷତା ହେଉଛି ୪୫ ଦିନର ଇଣ୍ଟରେଷ୍ଟ୍-ଫ୍ରି ପିରିୟଡ୍। ଏହି ସମୟ ଭିତରେ ଆପଣ ପୂରା ଟଙ୍କା ଫେରସ୍ତ କରିଦେଲେ ଏକ ପଇସା ବି ସୁଧ ଦେବାକୁ ପଡ଼ିବ ନାହିଁ। ଏହା ଖାସକରି ସେହି ବ୍ୟକ୍ତିମାନଙ୍କ ପାଇଁ ଉପଯୋଗୀ ଯାହାଙ୍କ ସାଲାରୀ ମାସ ଶେଷରେ ଆସେ କିମ୍ବା ଅକାଳରେ ଖର୍ଚ୍ଚ ହୁଏ। ପୁରୁଣା ବାକି ଶୋଧ ହେବାମାତ୍ରେ କ୍ରେଡିଟ୍ ସୀମା ପୁଣି ପୁନଃସ୍ଥାପିତ ହୋଇଯାଏ।

  • EMI ଅପସନ୍ ମଧ୍ୟ ଉପଲବ୍ଧ:

ଯଦି ୪୫ ଦିନ ଭିତରେ ପୂରା ଟଙ୍କା ଶୋଧ କରିପାରନ୍ତି ନାହିଁ, ତେବେ ୩ ରୁ ୧୨ ମାସ ପର୍ଯ୍ୟନ୍ତ ସହଜ EMI ରେ ଭୁଗତାନ କରିପାରିବେ। ଏହାଦ୍ୱାରା ଏକାଥରକେ ବଡ଼ ବୋଝ ପଡ଼େ ନାହିଁ ଓ ବଜେଟ୍ ବିଗିଡ଼େ ନାହିଁ। ଛୋଟ ବ୍ୟବସାୟୀଙ୍କ ପାଇଁ ରାହତ ଏହି ସେବା କେବଳ ସାଧାରଣ ଗ୍ରାହକଙ୍କ ପାଇଁ ନୁହେଁ, ଛୋଟ ଦୋକାନଦାର ଓ ବ୍ୟବସାୟୀଙ୍କ ପାଇଁ ମଧ୍ୟ ବହୁତ ଉପକାରୀ। ବ୍ୟାଙ୍କରୁ ଲୋନ୍ ନେବାର ଜଟିଳ ପ୍ରକ୍ରିୟାରୁ ମୁକ୍ତି ମିଳେ। ତୁରନ୍ତ ଡିଜିଟାଲ୍ କ୍ରେଡିଟ୍ ପାଇ ମାଲ କିଣି ବ୍ୟବସାୟ ବଢ଼ାଇପାରିବେ। ରିୱାର୍ଡ୍‌ର ଅତିରିକ୍ତ ଲାଭ ପ୍ରତ୍ୟେକ ପେମେଣ୍ଟ୍‌ରେ ଭାରତପେ UPI ରିୱାର୍ଡ୍ସ୍ ଅନ୍ତର୍ଗତ Zillion Coins ମିଳେ। ଏହି କଏନ୍‌ଗୁଡ଼ିକ ଜମା ହୋଇ ଭବିଷ୍ୟତରେ ଶପିଂ, ଭାଉଚର କିମ୍ବା ଇଉଟିଲିଟି ବିଲ୍ ପରିଶୋଧରେ ବ୍ୟବହାର କରାଯାଇପାରେ। ଅର୍ଥାତ୍ ଖର୍ଚ୍ଚ ସହିତ ବଞ୍ଚତ୍ ମଧ୍ୟ।ଭାରତପେ ଓ ଯସ୍ ବ୍ୟାଙ୍କର ଏହି ନୂଆ ସହଯୋଗ ଦ୍ୱାରା UPI ଆହୁରି ଶକ୍ତିଶାଳୀ ହୋଇଛି ଏବଂ କ୍ରେଡିଟ୍‌କୁ ସମସ୍ତଙ୍କ ପାଖରେ ପହଞ୍ଚାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri