Posted inଜାତୀୟ

ଏବେ ଅଲମାଟି ଡ୍ୟାମ ନେଇ ବିବାଦ ଘନେଇଲା, ସୁପ୍ରିମ୍‌କୋର୍ଟ ଯିବାକୁ ଫଡ଼ନାଭିସଙ୍କ ଧମକ…

ମୁମ୍ବାଇ/ବେଙ୍ଗାଲୁରୁ,୨୯।୧୨ : ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ସୀମା ବିବାଦ ପରେ ବର୍ତ୍ତମାନ ଆଲମାଟି ଡ୍ୟାମ ବିବାଦର ଏକ ନୂଆପ୍ରସଙ୍ଗରେ ପରିଣତ ହୋଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ବନ୍ୟା ପରିସ୍ଥିତି ଶେଷ ନହେବା ପର୍ଯ୍ୟନ୍ତ ସେ ଏହି ବନ୍ଧର ଉଚ୍ଚତା ବୃଦ୍ଧି କାର୍ଯ୍ୟ ବନ୍ଦ କରିବାକୁ କର୍ନାଟକକୁ କହିବେ। ଯଦି କର୍ନାଟକ ସରକାର ଏଥିରେ ସହମତ ନୁହଁନ୍ତି ତେବେ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟ ଯିବେ ବୋଲି ସେ ଧମକ ଦେଇଛନ୍ତି।

ମହାରାଷ୍ଟ୍ରର ସାଙ୍ଗଲି ଏବଂ କୋଲହାପୁର ଜିଲାରେ ଆଲମାଟି ଡ୍ୟାମର ଉଚ୍ଚତା ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ଧଟି କୃଷ୍ଣା ନଦୀ ଉପରେ ନିର୍ମିତ। ମହାରାଷ୍ଟ୍ର ସରକାର ବନ୍ୟା ପରିସ୍ଥିତି ସମ୍ପର୍କରେ ଏକ ଅଧ୍ୟୟନ କରୁଛନ୍ତି। ତେଣୁ, ସରକାର ଚାହୁଁଛନ୍ତି ଯେ ଉଚ୍ଚତା ବଢ଼ାଇବା କାର୍ଯ୍ୟ ଅଧ୍ୟୟନ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ବନ୍ଦ କରାଯାଉ।

ମହାରାଷ୍ଟ୍ର ବିଧାନସଭା ଅଧିବେଶନରେ ଫଡନାଭିସ କହିଛନ୍ତି ଯେ ଯଦି କର୍ନାଟକ ଆମର ଅନୁରୋଧ ଶୁଣେ ନାହିଁ, ତେବେ ଆମେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବୁ। ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ଏହାକୁ ନେଇ ବିବାଦ ଜାରି ରହିଛି। ଉଭୟ ରାଜ୍ୟର ବିଧାନସଭାରେ ପ୍ରସ୍ତାବ ପାରିତ କରି ୮୦୦ରୁ ଅଧିକ ସୀମାନ୍ତ ଗ୍ରାମ ଉପରେ ସେମାନଙ୍କର ନିଜସ୍ବ ଦାବି ଉପସ୍ଥାପନ କରାଯାଇଛି। ସୂଚନାଯୋଗ୍ୟ ଯେ ଉଭୟ ରାଜ୍ୟରେ ଭାଜପା ସରକାର ଅଛନ୍ତି।
ମହାରାଷ୍ଟ୍ର ସରକାର ଜଳ ସମ୍ପଦ ବିଭାଗର ପୂର୍ବତନ ମୁଖ୍ୟ ସଚିବ ନନ୍ଦ କୁମାର ଭଡନେରାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ରାଜ୍ୟରେ ବନ୍ୟା ପରିସ୍ଥିତି ଉପରେ ଆଲମାଟି ଡ୍ୟାମର ଉଚ୍ଚତା ବୃଦ୍ଧି ହେବାର ପ୍ରଭାବ ଆକଳନ କରୁଛନ୍ତି। କର୍ନାଟକ ସରକାର ଡ୍ୟାମର ଉଚ୍ଚତାକୁ ୫୨୪ ମିଟରକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି। ଏହି କାରଣରୁ କୋଲହାପୁର ଏବଂ ସାଙ୍ଗଲିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।

ମହାରାଷ୍ଟ୍ରର ଦୁଇଟି ଜିଲାରେ ୨୦୧୯ରେ ହୋଇଥିବା ଭୟଙ୍କର ବନ୍ୟା ପରେ ଏହି ଅଧ୍ୟୟନ ଦଳ ଗଠନ କରାଯାଇଥିଲା। ୨୭ ମେ ୨୦୨୦ରେ ଦାଖଲ ହୋଇଥିବା ପ୍ରାଥମିକ ରିପୋର୍ଟରେ କୁହାଯାଇଥିଲା ଯେ ଯଦି କୃଷ୍ଣା ନଦୀ ଉପରେ ଆଲମାଟି ଏବଂ ହିପର୍ଗି ଡ୍ୟାମର ଉଚ୍ଚତା ବୃଦ୍ଧି ହୁଏ ତେବେ କୋଲହାପୁର ଏବଂ ସାଙ୍ଗଲିରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ତେବେ ସେପ୍ଟେମ୍ବର ୨୦୨୧ରେ ଭଡନେରା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିଲେ ଯେ ରିପୋର୍ଟ ପ୍ରସ୍ତୁତ ହେବା ପରେ କର୍ନାଟକରେ ଚେକ ଡ୍ୟାମ ବିଷୟରେ କୌଣସି ସୂଚନା ନାହିଁ ଯାହା କୋଲହାପୁର ଏବଂ ସାଙ୍ଗଲିରେ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri